Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ପାଂଚପଡାରେ ବୃଦ୍ଧ ଦମ୍ପତଙ୍କୁ ଆକ୍ରମଣ ସହ ସିସି ଟିଭି ଖୋଲି ନେବା ଘଟଣରେ ୪...

ଚାନ୍ଦବାଲି ପାଂଚପଡାରେ ବୃଦ୍ଧ ଦମ୍ପତଙ୍କୁ ଆକ୍ରମଣ ସହ ସିସି ଟିଭି ଖୋଲି ନେବା ଘଟଣରେ ୪ ଅଭିଯୁକ୍ତ ଗିରଫ

11

ଭଦ୍ରକ, ୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅନ୍ତର୍ଗତ ପାଂଚପଡା ଗାଁ ର ଉର୍ମିଳା ମହାପାତ୍ର ଙ୍କ ଘରେ ଭିତରେ ପଶି ଗୁଣ୍ଡା ଗିରି କରି ମାରି ଦେବାର ଧମକ ଦେବା ସହ ଘରେ ଲାଗିଥିବା ସିସିଟିଭି କେମେରା ଭାଙ୍ଗିବା ସହ ତାର ମେସିନ ଖୋଲି ନେଇଥିବା ଅଭିଯୋଗ ରେ ଚାନ୍ଦବାଲି ପୋଲିସ ଚାରି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରର ଚଢ଼ାଉ ଜାରି ରଖିଛି ଚାନ୍ଦବାଲି ପୋଲିସ। ଅଭିଯୋଗ ମୁତାବକ ଉର୍ମିଳାଙ୍କ ବଡ଼ ପୁଅ, ଚନ୍ଦନ ସାହା ନାମକ ବ୍ୟକ୍ତି ସହ ଗାଡ଼ି ବ୍ୟବସାୟ କରୁଥିଲେ।ଟଙ୍କା ପଇସା କଥାକୁ ନେଇ ଚନ୍ଦନ ସାହା ଉର୍ମିଲା ଙ୍କ ଘରକୁ ଫୋନ କରି ଧମକ ଚମକ ଦେବା ସହ ମାରିଦେବାକୁ କରୁଥିବା ଉର୍ମିଳା ଅଭିଯୋଗ କରିଛନ୍ତି।ବୁଧବାର ବିଳମ୍ବିତ ରାତିରେ ୧୫ ରୁ ୨୦ଜଣ ଯୁବକ ପାଂଚପଡା ଘରେ ପହଂଚି ଉର୍ମିଳା ଓ ତାଙ୍କ ସ୍ୱାମୀଙ୍କୁ ଧମକ ଚମକ ଦେବା ସହ ଘରେ ଲାଗିଥିବା ସିସି ଟିଭି ଭାଙ୍ଗି ଦେବା ସହ ମେସିନଙ୍କୁ କାଢି ନେଇ ଯାଇ ଥିଲେ। ଏହି ବିଷୟରେ ଚନ୍ଦବାଲି ଥାନାଧିକାରୀ ପରେଶ ମହାନ୍ତି କହିଛନ୍ତି ଅଭିଯୋଗ ପରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅନ୍ୟ ଅଭିଯୁକ୍ତ ଗିରଫ ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଗିରଫ ହୋଥିବା ଅଭିଯୁକ୍ତ ହେଲେ ଲକି ଦାସ, ମନୋଜ ଦାସ, ବଳରାମ ଦାସ ଓ ଶ୍ୟାମସୁନ୍ଦର ଦାସ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.