Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ପଂଚମ ବାର୍ଷିକ ଢୋଲକ ସମ୍ମିଳନୀ

ଚାନ୍ଦବାଲି ପଂଚମ ବାର୍ଷିକ ଢୋଲକ ସମ୍ମିଳନୀ

0

ଭଦ୍ରକ, ୧୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବୋହୂ ସିଙ୍ଗିଟି ଗ୍ରାମରେ ମଦନ ମୋହନ କଳା ସଂସ୍କୃତି ଗବେଷଣା କେନ୍ଦ୍ର ସଂଗଠନ ତରଫରୁ ପଂଚମ ବାର୍ଷିକ ଢୋଲକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସଂଗଠନ ର ସଭାପତି ଅଟଳ ବିହାରୀ ନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ମଂଚ ସଂଚାଳନ କରିଥିଲେ ବରିଷ୍ଠ ପାଲା ଗାୟକ ଭଦ୍ରକ ଜିଲ୍ଲା କଳା ସଂସ୍କୃତି ସଂଘ ର ଉପସଭାପତି ତ୍ରିଲୋଚନ ପଣ୍ଡା।ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଭଦ୍ରକ ଜିଲ୍ଲା ପାଳ ଡ ଦିଲ୍ଲୀପ ରାଉତ ରାଏ ଯୋଗଦାନ କରି ଏହି ପୁରୁଣା ସଂସ୍କୃତି କୁ ଉକ୍ତ ସଂଗଠନ ବଜାୟ ରଖି ଥିବାରୁ ସଂଗଠନ କୁ ପ୍ରଶଂସା କରିଥିଲେ। ଏହି ଲୋକକଳା ଓ ପରମ୍ପରା କିପରି ବଂଚି ରହିବ ଯୁବ ସମାଜ ଏଥି ପ୍ରତି ଆଗ୍ରହ ପ୍ରକାଶ କରିବାକୁ ସେ ପରାମର୍ଶ ଦେଇଥିଲେ।ସଂସ୍କୃତି ବଂଚିଲେ ଆମେ ବଂଚିବା, ତେଣୁ ଆମ ସଂସ୍କୃତି ଓ ପରମ୍ପରା ଯାହା ଶିକ୍ଷା ଦେଇଛି, ତାହାକୁ ଆମେ ବଜାଇ ରଖିବା ସମସ୍ତ ଙ୍କ ପାଇଁ ଏବେ ଆହ୍ୱାନ ବୋଲି ମତ ପ୍ରକାଶ କରିଥିଲେ।ମୁଖ୍ୟ ବକ୍ତା ରୂପେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମ୍ମାନିତ ଅତିଥି ରୂପେ ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ, ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କ।, ତ୍ୟାଗଭୂମି ସଭାପତି ଅଜୟ ନାୟକ, ଅବସର ପ୍ରାପ୍ତ ଡାକ୍ତର ବିଚିତ୍ରାନନ୍ଦ ମିଶ୍ର, ପୂର୍ବତନ ସରପଂଚ କାହ୍ନୁ ଚରଣ ବେହେରା, ପ୍ରମୁଖ ଯୋଗଦାନ କରି ସେମାନଙ୍କ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଦୁଇ ଜଣ ପ୍ରତିଭା ଜୟନ୍ତ ନାୟକ ଓ ବୈଷ୍ଣବ ମଲ୍ଲିକ ଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।ବସନ୍ତ ଧଳ, ମହେନ୍ଦ୍ର ଧଳ, ପୁରୁଷୋତମ ମଲ୍ଲିକ, ସୁଶାନ୍ତ ପୁହାଣ, ସୁବାସ ବଳ ଙ୍କ ସମେତ ବହୁ ଗ୍ରାମବାସୀ ଙ୍କ ସମେତ ତିହିଡି, ଚାନ୍ଦବାଲି ଅଂଚଳ ର ବହୁ ଢୋଲକ ବାଦକ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.