Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ଘଟଣା ପ୍ରତିବାଦରେ ଧାମରାରେ ବିଜେପିର କ୍ୟାଣ୍ଡଲ ଶୋଭାଯାତ୍ରା ଏବଂ...

ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ଘଟଣା ପ୍ରତିବାଦରେ ଧାମରାରେ ବିଜେପିର କ୍ୟାଣ୍ଡଲ ଶୋଭାଯାତ୍ରା ଏବଂ ପଥପ୍ରାନ୍ତ ସଭା

4

ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ତଥା ରାଜ୍ୟ ପାଇଁ ଲଜ୍ୟା ପାଲଟିଥିବା ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ପ୍ରତିବାଦରେ ଧାମରା ବିଜେପି ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଏହି କ୍ୟାଣ୍ଡଲ ଶୋଭାଯାତ୍ରା ଧାମରା ବସଷ୍ଟାଣ୍ଡ ନିକଟରୁ ବାହାରି ଧାମରା ବଜାର ପରିକ୍ରମା କରିବା ସହ ଧାମରାଇଙ୍କ ମନ୍ଦିର ନିକଟରେ ଶେଷ ହୋଇଥିଲା । ଦିବଂଗତ ଆତ୍ମା ଅମର ରହିବା ଧ୍ୱନି ଦେବା ସହ ଧାମରାଇ ମନ୍ଦିର ନିକଟରେ ଧାମରାଇ ମଣ୍ଡଳ ସଭାପତି ଙ୍କ ସଭାପତିତ୍ୱରେ ଏକ ପଥପ୍ରାନ୍ତସଭା କରାଯାଇଥିଲେ । ଆଜି ଏହି ପଥପ୍ରାନ୍ତ ସଭାରେ ଏହି ଦୁଷ୍କର୍ମ ଘଟଣାକୁ ନିନ୍ଦା କରାଯିବା ସହ ଘଟଣା ଘଟିବାର ୧୨ଘଂଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତ କୁ ଧରିବାରେ ପୁଲିସ ସକ୍ଷମ ହେବାମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଂପୃକ୍ତ ପରିବାରକୁ ୧୦ଲକ୍ଷ ଟଙ୍କା ପ୍ରଦାନ କରାଯିବା ସହ ଏହି କେସ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଦ୍ୱାରା ରେଡ ଫ୍ଲାଗରେ ଅର୍ନ୍ତଭୁକ୍ତ ହୋଇଥିବା କଥା କୁ ପ୍ରଶଂସା କରାଯାଇଥିବା ବେଳେ ଆଜି ଅନ୍ୟ ଗୋଟିଏ ରାଜନୈତିକ ଦଳ ଚାନ୍ଦବାଲି ବ୍ଲକର ବିଭିନ୍ନ ସ୍ଥାନରେ ଟାୟାର ଜାଳି ପ୍ରତିବାଦ ଆଳରେ ପ୍ରଦୁଷଣ ବଢାଇ ବିଭିନ୍ନ ନାରାବାଜି ଦେଉଥିବା ରୁ ଏହାକୁ ଦୃଢ ନିନ୍ଦା ମଧ୍ୟ କରାଯାଇଥିଲା । ବିଗତ ଦିନରେ କୌଣସି ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତି ନେଇ ନଥିବା ବେଳେ ବିଜେପିର ଦବଲ ଇଞିନର ଦଡଲ ସରକାର ନ୍ୟାୟ ତ୍ୱରାନ୍ୱିତ କରିଥିବା କଥା ମଧ୍ୟ ପ୍ରକାଶ ପାଇଥିଲା ।ଆଜି ଏହି କ୍ୟାଣ୍ଡେଲ ଶୋଭାଯାତ୍ରା ପଥପ୍ରାନ୍ତ ସଭାରେ ତ୍ରିଦିବେଶ ପ୍ରଧାନ, ପିତାମ୍ବର ଦାସ, ସୁବାଶ ଦାସ, ଅଭିମନ୍ୟୁ ରାଉତ, ନିତ୍ୟାନନ୍ଦ ବେହେରା, ମଧୁସୁଦନ ସେଠୀ, ରୋହିତ ଜେନା, ଧ୍ରୁବ ଚରଣ ଜେନା, ଦେବବ୍ରତ ବିଶ୍ୱାଳ,ବସନ୍ତ ଖିଲାର, ପ୍ରହ୍ଲାଦ ସ୍ୱାଇଁ, ରତିକାନ୍ତ ଜେନା, ସୁନାକର ମାଝୀ, ନିରୋଦ ନାୟକ, ବିଶଯବଜିତ ରାଉତ, ବୈକୁଣ୍ଠ ବେହେରା, ଅକ୍ଷୟ ବେହେରା, ଜିତୁନା ବେହେରା,ବସନ୍ତ ଦାସ, ନରେନ୍ଦ୍ର ଦାସ ଙ୍କ ସମେତ ବହୁ ବିଜେପିର ଆଗ ଧାଡିର କର୍ମୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.