Home ଜିଲ୍ଲା ପରିକ୍ରମା ଚାନ୍ଦବାଲି- ଜରୁରୀଳାଳୀନ ପରିସ୍ଥିତିର କଳା ଅଧ୍ୟାୟର ୫୦ ବର୍ଷ ପୂର୍ତି ଅବସରରେ ବିଜେପି ପକ୍ଷରୁ ଆଲୋଚନା...

ଚାନ୍ଦବାଲି- ଜରୁରୀଳାଳୀନ ପରିସ୍ଥିତିର କଳା ଅଧ୍ୟାୟର ୫୦ ବର୍ଷ ପୂର୍ତି ଅବସରରେ ବିଜେପି ପକ୍ଷରୁ ଆଲୋଚନା ଚକ୍ର

14

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଂଗ୍ରେସ ଶାସନ ସମୟରେ ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଜାରି କରାଯାଇଥିବା ଜରୁରୀକାଳୀନ ପରିସ୍ଥିତିର ୫୦ ବର୍ଷ ପୂର୍ତି ଅବସରରେ ବିଜେପି ପକ୍ଷରୁ ଏହାକୁ ଦେଶ ଇତିହାସର କଳା ଅଧ୍ୟାୟର ୫୦ ବର୍ଷ ପୂର୍ତି ଅବସରରେ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ କରାଯାଇଛି । ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ ବିଜେପି ପକ୍ଷରୁ ମତୋ କଲ୍ୟାଣ ମଣ୍ଡପଠାରେ ବିଜେପି ନେତା ତଥା ବରିଷ୍ଠ ଆଇନୀଜୀବୀ ପ୍ରଭାସ ଶୁଭ ଦର୍ଶନ ମହାନ୍ତିଙ୍କ ଅଧକ୍ଷତାରେ ବୁଧୁବାର ସନ୍ଧ୍ୟା ୬ ଟା ସମୟରେ ଅନୁଷ୍ଠିତ ହୋଇଯାଇଛି କଳା ଅଧ୍ୟାୟ ର ୫୦ ବର୍ଷ ଉପଲକ୍ଷେ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ । ଏଥିରେ ବିଜେପି ନେତାମାନେ ଯୋଗ ଦେଇ କିପରି ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟରେ ବିରୋଧୀ ରାଜନେତା ମାନଙ୍କୁ ୧୯୭୫ ମସିହା ଜୁନ ମାସ ୨୫ ତାରିଖ ଦିନ ଲାଗୁ କରି ଜେଲରେ ପୁରେଇ ଦେଇଥିଲେ । ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଗଣ ତନ୍ତ୍ରକୁ ହତ୍ୟା କରିଥିଲେ ବୋଲି ମତ ବ୍ୟକ୍ତ କରି କହିଥିଲେ ଭାରତ ବର୍ଷର ସାଧାରଣ ଲୋକଙ୍କ ଅଧିକାରକୁ ହତ୍ୟା କରିଥିଲେ ହଜାର ହଜାର ଲୋକଙ୍କୁ ରାତି ଅଧରେ ଉଠେଇ ନେଇଥିଲା ବୋଲି କହିବା ସହ ଏବେର ଯୁବ ପିଢ଼ି କଂଗ୍ରେସ ଶାସନ ସମୟରେ ସମ୍ବିଧାନ ହତ୍ୟାକାରୀ କଂଗ୍ରେସ ଦଳ ବୋଲି ବିଜେପି ନେତା ମାନେ କହିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ସମସ୍ତ ନେତା ଓ କାର୍ଯ୍ୟକର୍ତା କଳା ବ୍ୟାଚ ପିନ୍ଧି ବସିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲା ସାଧାରଣ ସମ୍ପାଦକ କମଳାକାନ୍ତ ସୂତାର, ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଦସ୍ୟ ତଥା ବରିଷ୍ଠ ଆଇନୀଜୀବୀ ଉପେନ୍ଦ୍ର କୁମାର ରାଉଳ, ନିର୍ବାଚନ ମଣ୍ଡଳୀ ସଂଯୋଜକ କିଶ୍ୱର ନାୟକ, ବରିଷ୍ଠ ନେତା ପୂର୍ଣ୍ଣଚନ୍ଦ୍ର ପାଣି, ମକାଳୀ ମଣ୍ଡଳ ସଭାପତି ପ୍ରବୀର ରାଉତ, ଆରଡ଼ି ମଣ୍ଡଳ ସଭାପତି ସନ୍ଦୀପ ନାୟକ,ଗଜଲକ୍ଷ୍ମୀ ମଣ୍ଡଳ ସଭାପତି ଚନ୍ଦନ ବଳ,ମୁକ୍ତିକାନ୍ତ ନାୟକ,ରାଜାରାମ ମହାକୁଡ଼, ବରିଷ୍ଠ ଓକିଲ ବୟିରାଗୀ ନାୟକ, ସରପଂଚ ଭାରତୀ ବିଶ୍ୱାଳ, ସୁଶାନ୍ତ ପୁହାଣ,ଦିଲ୍ଲୀପ ରାଉତ, ପ୍ରଶାନ୍ତ ମାଝୀ, ରାଜୀବଲୋଚନ ସାହୁ,ରମାକାନ୍ତ ଭଳ, ପିତାମ୍ବର ଦାସ,ସନ୍ତୋଷ ବାରିକ, ଶୀତ ମୋହାଳିକ, ଶଶିକାନ୍ତ ଦାସ, ଅଭୟ ସାମଲ, ସସ୍ମିତା ଦାସ, ସମୀମା ପରବିନ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଗଜଲକ୍ଷ୍ମୀ ମଣ୍ଡଳ ସଭାପତି ଚନ୍ଦନ ବଳ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.