Home ଜିଲ୍ଲା ପରିକ୍ରମା ଚାନ୍ଦବାଲି କୋପରେଟିଭ ବ୍ୟାଙ୍କ ପରିଚାଳକ ବଦଳି ଆଦେଶ କୁ ମାନିବାକୁ ନାରାଜ, ବଦଳି ଆଦେଶରେ ଆସିଥିବା...

ଚାନ୍ଦବାଲି କୋପରେଟିଭ ବ୍ୟାଙ୍କ ପରିଚାଳକ ବଦଳି ଆଦେଶ କୁ ମାନିବାକୁ ନାରାଜ, ବଦଳି ଆଦେଶରେ ଆସିଥିବା ନୂତନ ଶାଖା ପରିଚାଳକଙ୍କୁ ବିଦାକଲେ ପୂର୍ବତନ ପରିଚାଳକ

26

ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ଠାରେ ଥିବା ବାଲେଶ୍ୱର ଭଦ୍ରକ ସେଂଟ୍ରାଲ କୋଅପରେଟିଭ ବ୍ୟାଙ୍କ ପରିଚାଳକ ନିଜର ବଦଳି ଆଦେଶକୁ ଫୁ କରି ଦେଇଥିବା ବେଳେ ଏଠାରେ ତାଙ୍କ ସ୍ଥାନରେ ଯୋଗ ଦେବାକୁ ଆସିଥିବା ଶାଖା ପରିଚାଳକଙ୍କୁ ନିଜର ଦାୟିତ୍ୱ ହସ୍ତାନ୍ତର କରିବାକୁ ମନା କରିବା ସହ ଦାଦାଗିରି ଦେଖାଇ ବିଦା କରି ଦେଇଛନ୍ତି । ଏହାକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହେବା ସହ ତୁରନ୍ତ ପୂର୍ବତନ ଶାଖା ପରିଚାଳକଙ୍କୁ ବଦଳି କରିବାକୁ ସର୍ବସାଧାରଣରେ ଦାବୀ ହୋଇଛି । ମିଳିଥିବା ଖବର ଅନୁଯାୟୀ ବାଲେଶ୍ୱର ଭଦ୍ରକ ସେଂଟ୍ରାଲ କୋପରେଟିଭ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଜର ପତ୍ର ସଂଖ୍ୟା ୫୮୪୦/ଏଚଆରଡି/୨୦୨୩-୨୪ ଅନୁଯାୟୀ ଚାନ୍ଦବାଲି ଶାଖାରେ କାର୍ଯ୍ୟରତ ଶାଖା ପରିଚାଳକ ଗୁରୁ ପ୍ରସାଦ ମିଶ୍ର ଦୀର୍ଘ ୫ବର୍ଷ ହେବ ଚାନ୍ଦବାଲି ଶାଖାରେ କାର୍ଯ୍ୟ କରି ଆସୁଥିବା ବେଳେ ଏହି ପତ୍ରରେ ତାଙ୍କରେ ଚାନ୍ଦବାଲି ଶାଖାରୁ ବନ୍ତ ଶାଖାକୁ ବଦଳି ହୋଇଥିବା ଦର୍ଶାଯାଇଛି । ଏଥିସହ ତାଙ୍କ ସ୍ଥାନରେ ସୋରୋ ଶାଖାରେ ଥିବା ସଞ୍ଜୟ କୁମାର ମହାନ୍ତିଙ୍କୁ ଯୋଗ ଦେବା ପାଇଁ ମଧ୍ୟ ନିର୍ଦେଶ ଅଛି ।ଏଥିସହ ଏହି ପତ୍ରରେ ଦର୍ଶାଯାଇଛି ସଂପୃକ୍ତ ବଦଳି ହେବାକୁ ଥିବା ପରିଚାଳକ ୧୦ଅକ୍ଟୋବର ସୁଦ୍ଧ ବଦଳି ହେବା ସହ ନୂତନ ସ୍ଥାନରେ ୧୧ତାରିଖରେ ଯୋଗ ଦେବେ ।

ମାତ୍ର ଗତ ଗୁରବାର ଦିନ ସୋରୋ ଶାଖାର ପରିଚାଳକ ସଞୟ କୁମାର ମହାନ୍ତି ଆସି ଚାନ୍ଦବାଲି ଶାଖାରେ ପହଂଚିବା ପରେ ତାଙ୍କୁ କିଛି ସମବାୟ ସମିତିର ସଭାପତି ଏବଂ କିଛି ଗୁଣ୍ଡା ଶ୍ରେଣୀୟ ଲୋକେ ଖୁବ ବିରୋଧ କରିଥିଲେ ଏଥିସହ ଚାନ୍ଦବାଲି ଶାଖା ପରିଚାଳକ ଗୁରୁ ପ୍ରସାଦ ମିଶ୍ର ତାଙ୍କୁ ଦାୟିତ୍ୱ ହସ୍ତାନ୍ତରିତ କରି ନଥିଲେ । ଏହାକୁ ନେଇ ଜନସାଧାରଣ ଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଏହି ଘଟଣାକୁ ନେଇ ଚାନ୍ଦବାଲି ବ୍ୟାଙ୍କ ଆଗରେ ବହୁ ଜନ ଗହଳି ହୋଇଯାଇଥିଲା । ନୂତନ ଭାବେ ଆସିଥିବା ଶାଖା ପରିଚାଳକ ସଞ୍ଜୟ କୁମାର ମହାନ୍ତି ବାଧ୍ୟ ହୋଇ ଫେରିଯାଇଥିଲେ । ଜନସାଧାରଣଙ୍କ ଅଭିଯୋଗ ଅନୁଯାୟୀ କେଉଁ ପରିସ୍ଥିତିରେ ଚାନ୍ଦବାଲି ବ୍ୟାଙ୍କରେ ଜଣେ ଶାଖା ପରିଚାଳକ ଦୀର୍ଘ ୫ବର୍ଷରୁ ଉର୍ଦ୍ଧ ହେବ ଏହି ଶାଖାରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ବଦଳି ନିହାତି ଅପରିହାର୍ଯ୍ୟ ମାତ୍ର ସଂପୃକ୍ତ ଶାଖା ପରିଚାଳକ କିପରି କିଛି ଭଡାଟିଆ ଗୁଣ୍ଡା ଏବଂ କିଛି ସମବାୟ ସମିତି ର ସଭାପତି ମାନଙ୍କୁ ନେଇ ଏହି ଗଣ୍ଡଗୋଳ ଭିଆଇଲେ ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି । ଅନ୍ୟ ପକ୍ଷରେ ବାଲେଶ୍ୱର ଠାରେ ଅବସ୍ଥାପିତ ଏହି ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏହାକୁ ନେଇ ନିଜ ପ୍ରତିକ୍ରିୟାରେ କୁହନ୍ତି ସରକାରଙ୍କ ନୀତିକୁ ମାନିବା ଆମର ଧର୍ମ ତେଣୁ କେଉଁ ପରିସ୍ଥିତିରେ ସଂପୃକ୍ତ ଶାଖା ପରିଚାଳକ ନୂତନ ଭାବେ ଆସିଥିବା ପରିଚାଳକଙ୍କୁ ଦାୟିତ୍ୱ ହସ୍ତାନ୍ତରିତ କଲେ ନାହିଁ ତାହା ର ବିଦ୍ଧିବଦ୍ଧ ତଦନ୍ତ କରିବା ସହ ସେମାନଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟନୁଷ୍ଠାନ ନିଆଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.