Home ଜିଲ୍ଲା ପରିକ୍ରମା ଚାନ୍ଦବାଲି କାଳୀ ମନ୍ଦିର ରାସ୍ତା ପାଖରେ ଥିବା ସରକାରୀ ମଦ ଦୋକାନ ଉଛେଦ ଦାବିକୁ ଘଂଟ...

ଚାନ୍ଦବାଲି କାଳୀ ମନ୍ଦିର ରାସ୍ତା ପାଖରେ ଥିବା ସରକାରୀ ମଦ ଦୋକାନ ଉଛେଦ ଦାବିକୁ ଘଂଟ ଘୋଡାଉଛି ଜିଲ୍ଲା ଅବକାରୀ ବିଭାଗ

8

ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ମା ଦକ୍ଷିଣେଶ୍ୱରି କାଳି ମନ୍ଦିର କୁ ଲାଗି ମାତ୍ର କିଛି ଦୁରରେ ଏକ ସରକାରୀ ଠିପିବନ୍ଦ ମଦ ଦୋକାନ ନାମରେ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଅଭିଯୋଗ କରି ଆସୁଥିବା ବେଳେ ଏହାକୁ ଘଂଟ ଘୋଡାଉଛି ଜିଲ୍ଲା ଅବକାରୀ ବିଭାଗ। ପୂର୍ବ ସୁଚନା ମୁତାବକ ଚାନ୍ଦବାଲି କାଳି ମନ୍ଦିର ଜାତୀୟ ରାତପଥ କଡରେ ଏକ ସରକାରୀ ସିକୃତି ପ୍ରାପ୍ତ ମଦ ଦୋକାନ ସମସ୍ତ ସରକାରୀ ନିୟମ କୁ ଉଳଙ୍ଗନ କରି ଆସୁଛି ସବୁଜାଣି ନଜାଣିବାର ଅଭିନୟ କରୁଛି ଜିଲ୍ଲା ଓ ବ୍ଲକ ଅବକାରୀ ବିଭାଗ।ସରକାରଙ୍କ ନିର୍ଦ୍ଦେଶ ମନ୍ଦିର ,ସ୍କୁଲ, ମୁଖ୍ୟ ରାଜପଥ ଠାରୁ ୩୦୦ମିଟର ଦୁରରେ ସରକାରୀ ମଦ ଦୋକାନ ଖୋଲିବା ପାଇଁ ନିର୍ଦ୍ଦେଶ ଥିବାବେଳେ ଏହାକୁ ସମ୍ପୂର୍ଣ୍ଣ ଉଳଙ୍ଗନ କରିଛି ମା ଦକ୍ଷିଣେଶ୍ୱରି କାଳି ମନ୍ଦିର ପାଖ ସରକାରୀ ମଦ ଦୋକାନ।ପ୍ରତେକ ଦିନ ଭକ୍ତ, ସ୍କୁଲ ଯାଉଥିବା ଛାତ୍ରଛାତ୍ରୀ ଏବଂ ପଥଚାରି ମାନେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେବା ସହିତ ଆକ୍ରମଣର ଶିକାର ହେଉଛନ୍ତି।ଏନେଇ ଅଂଚଳ ବାସି ଅନେକ ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରତିସୃତି ଦେଇ ଠକି ଦେଉଛି ଜିଲ୍ଲା ଅବକାରୀ ବିଭାଗ।ଚାନ୍ଦବାଲି ବାସିଙ୍କ ଅଭିଯୋଗ ଭଦ୍ରକ ଜିଲ୍ଲାପାଳ ଏ ଘଟଣାର ତଦନ୍ତ କରି ଉକ୍ତ ମଦ ଦୋକାନ କୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଦାବି କରିଛନ୍ତି ।ଏଠାରେ ଉଲେଖ ଯୋଗ୍ୟ ପବିତ୍ର କାଳୀ ପୂଜା ଅବସରରେ ଚାନ୍ଦବାଲି ର ଅଧିଷ୍ଠାତ୍ରୀ ଦେବୀ ମା କାଳୀ ଙ୍କ ପୂଜାର୍ଚନା ଚାଲିଥିବାରୁ ଏହି ମଦ ଦୋକାନ କୁ ୫ଦିନ ବନ୍ଦ କରିବାକୁ ଅଂଚଳବାସୀ ଦାବୀ କରିଥିବା ବେଳେ ଅବକାରୀ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ସହ ଭଦ୍ରକ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଲେ ସବୁ ସମସ୍ୟା ର ସମାଧାନ ହୋଇପାରନ୍ତା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.