ଭଦ୍ରକ, ୨୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ଚାନ୍ଦବାଲିର ପ୍ରସିଦ୍ଧ ମାତୃପୀଠ ଭାବେ ମା କାଳୀ ପୂଜା ପାଇ ଆସୁଛନ୍ତି। ଏହି କାଳୀପୂଜା ଅବସରରେ ଦୀର୍ଘ ୧୦ ଦିନ ଧରି ପୂଜା ବହୁ ଜାକମରେ ପାଳନ ହୋଇ ଆସୁଥିବା ବେଳେ ଏହି ପୂଜାର ବାଧକ ସାଜିଛି ଚାନ୍ଦବାଲି କାଳୀ ମନ୍ଦିର ଆଗରେ ଥିବା ବିଦେଶୀ ମଦ ଦୋକାନ। ଏହି ପୂଜା ଅବସରରେ ଚାନ୍ଦବାଲି ବାସୀ ଏହି ମଦ ଦୋକାନକୁ ପୂଜା ପାଇଁ ଦୀର୍ଘ ୮ଦିନ ବନ୍ଦରଖିବାକୁ ଅବକାରୀ ସୁପରିଟେଣ୍ଡ କୁ ଲିଖିତ ଭାବେ ଜଣାଇଥିଲେ ମାତ୍ର ସଂପୃକ୍ତ ଅଧିକାରୀ ଚାନ୍ଦବାଲି ବାସୀଙ୍କ କଥାକୁ କୌଣସି ଖାତିର କଲେ ନାହିଁ ଫଳରେ ସବୁ ସମୟରେ ମଦୁଆ ମାନେ ମାତାଲ ହୋଇ ରାସ୍ତା ଉପରେ ଶୋଇ ରହୁଥିବା ବେଳେ ଭଦ୍ରକ- ଚାନ୍ଦବାଲି ରାସ୍ତା କାଳୀ ମନ୍ଦିର ଠାରେ ସଂପୂର୍ଣ ଯାତାୟତ ବନ୍ଦ ହୋଇ ଯାଉଛି। ଏଥିସହ ଏହି ମଦ ଦୋକାନ ସକାଳ ୧୦ରୁ ରାତି ୧୦ପର୍ଯ୍ୟନ୍ତ ଖୋଲିବାର ନିୟମ ଥିବା ବେଳେ ସଂପୃକ୍ତ ଦୋକାନୀ ନିଜ ଦୋକାନ କୁ ୨୪ଘଂଟିଆ ସେବା ଯୋଗାଇ ଆସୁଛି। କୌଣସି ଜନସାଧାରଣ ଅଭିଯୋଗ ଆଣିଲେ ସଂପୃକ୍ତ ଦୋକାନୀ ଏଥିପାଇଁ ଚାନ୍ଦବାଲି ଥାନାକୁ ମୋଟା ଅଙ୍କରେ ବଟି ଦେଉଛି ବୋଲି ଖୋଲାଖୋଲି କହୁଥିବାର ଦେଖା ଯାଉଛି। ଅନ୍ୟ ପକ୍ଷରେ ଭଦ୍ରକ ଅବକାରୀ ସୁପରିଟେଣ୍ଡ ଭଦ୍ରକ ପୌରାଂଚଳରେ ଥିବା ସମସ୍ତ ଦେଶୀ, ବିଦେଶୀ ମଦ ଦୋକାନ ଭାଙ୍ଗ ଦୋକାନକୁ ୨୨ତାରିଖରୁ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦେଶ ଦେବା ସହ ସିଲ ମଧ୍ୟ କରିଛନ୍ତି। ମାତ୍ର ଅନ୍ୟ ପକ୍ଷରେ ଚାନ୍ଦବାଲି କାଳୀ ମନ୍ଦିର ଆଗରେ ଥିବା ବିଦେଶୀ ମଦ ଦୋକାନୀକୁ କାହିଁକି ଅହେତୁକ ଅନୁକମ୍ପା ଦେଖାଉଛନ୍ତି ତାହା ଚର୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି। ତୁରନ୍ତ ଭଦ୍ରକ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବା ସହ ଚାନ୍ଦବାଲି କାଳୀମନ୍ଦିର ଆଗରେ ଥିବା ପୃଷ୍ଟି ବିଦେଶୀ ମଦ ଦୋକାନକୁ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିବେଦନ କରିଛନ୍ତି।








