Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ଓ ତିହିଡିରେ ବଜ୍ରାଘାତରେ ୩ ଜଣଙ୍କର ମୃତ୍ୟୁ

ଚାନ୍ଦବାଲି ଓ ତିହିଡିରେ ବଜ୍ରାଘାତରେ ୩ ଜଣଙ୍କର ମୃତ୍ୟୁ

136

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ଥାନା ଅଧୀନସ୍ଥ ମଠସାହି ଗାଁରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଗାଁର ଯୁବକ ମଥୁରୀ ଦାସ (୩୫) ବିଲକୁ ଧାନତଳି ରୋଇବାକୁ ଯାଇଥିବା ସମୟରେ ବର୍ଷା ଜନିତ ବଜ୍ରାଘାତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ସେ ଟଳିପଡିଥିଲେ । ଖବର ପାଇ ଗାଁ ଲୋକେ ଘଟଣା ସ୍ଥଳରେ ପହଞ୍ôଚ ମଥୁରୀକୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିଲା । ଅନୁରୂପ କେନ୍ଦ୍ରାପଡା ଜିଲା ଓଳାବର ଗ୍ରାମର ରମାକାନ୍ତ ବେଜ ଚାନ୍ଦବାଲିକୁ ଘରକାମ ପାଇଁ କାଠ କିଣିବାକୁ ଆସିଥିଲେ । ମାତ୍ର ଶାସ୍ତ୍ରୀ ଘାଟ ନିକଟରେ ବର୍ଷା ହେବା ଯୋଗୁଁ ଦୋକାନ ପାଖରେ ଛିଡା ହୋଇଥିଲେ । ବଜ୍ରପାତ ଯୋଗୁଁ ସେ ସେହିଠାରେ ହିଁ ଟଳିପଡିଥିଲେ । ତେବେ ପରିବାର ଲୋକେ ପହଞ୍ôଚ ଏଥିନେଇ ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ୍ ଉଭୟ ଘଟଣାରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛି । ଆଜି ମଧ୍ୟାହ୍ନରେ ପ୍ରବଳ ବର୍ଷା ସାଙ୍ଗକୁ ଏଠାରେ ପ୍ରବଳ ବଜ୍ରପାତ ହୋଇଥିଲା । ଅନୁରୂପ ତିହିଡି ବ୍ଲକ୍ ଗୋବିନ୍ଦପୁର ପଂଚାୟତ ଅଧୀନ ପଇତିପୁର ଗ୍ରାମର ଆନନ୍ଦ ଦାସ (୫୫)ଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଛି । ଆଜି ଅପରାହ୍ନରେ ସେ ବିଲରେ କାମ କରୁଥିବାବେଳେ ବଜ୍ରାଘାତ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ତିହିଡି ମେଡିକାଲକୁ ନେଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.