Home ଜିଲ୍ଲା ପରିକ୍ରମା ଚାନ୍ଦବାଲି- ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଧାରଣା ଓ...

ଚାନ୍ଦବାଲି- ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଧାରଣା ଓ ପ୍ରତିବାଦ ସଭା

25

ଭଦ୍ରକ, ୨ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଓଡିଶା ସ୍କୁଲ କଲେଜ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ର ଚାନ୍ଦବାଲି ବ୍ଲକ ସଭାପତି ରଞ୍ଜନ କୁମାର ମୁଦୁଲିଙ୍କ ସଭାପତିତ୍ୱରେ ରାଜ୍ୟ ସରକାରଙ୍କ ନିକଟରେ ବିଭିନ୍ନ ଦାବୀ ନେଇ ଏକ ଧାରଣା ଓ ପ୍ରତିବାଦ ସଭା ଶନିବାର ଦିବା ୧୧ ଟା ବେଳେ ଅନୁଷ୍ଠିତ ହୋଇଯାଇଛି । ସମନ୍ୱୟ ସମିତିର ୬ ଗୋଟି ଦାବି ନେଇ ଦୁଇ ଘଂଟା ଧାରଣା ଦେବା ସହ ପ୍ରତିବାଦ ସଭା କରାଯାଇଥିଲା । ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ଅନୁଦାନ ପ୍ରଦାନ କରିବା । ଅବସର ବୟସ ସୀମା ୬୦ ରୁ ୬୨ ବର୍ଷ କୁ ବୃଦ୍ଧି କରିବା,ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ଗେଡ଼ ପେ ରେ ଥିବା ଅସଂଗତି ଦୂରୀକରଣ,ସମସ୍ତ ନୂତନ ଓ ପୁର୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକୁ ସରକାରୀକରଣ ଏବଂ ଶିକ୍ଷକ ନିଯୁକ୍ତି ଆଦି ଦାବୀ ନେଇବ୍ଲକ ଶିକ୍ଷାଅଧିକାରୀ ଶୁଭେନ୍ଦୁ ମହାରାଜ ଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଓଷ୍ଟା ସଂଘ ସଭାପତି ରଞ୍ଜନ କୁମାର ମୁଦୁଲି, ସମ୍ପାଦକ ପ୍ରଭାକର ପରିଡା,ଯୁଗ୍ମ ସମ୍ପାଦକ ଦ୍ୱାରିକା ନାଥ ଦାସ,ସୁରେଶ ଚନ୍ଦ୍ର ମାଝୀ,ପ୍ରସନ କୁମାର ବାରିକ,ଆରତୀ ବେହେରା, ସୁରେଶ କୁମାର ରାଉତ, ଦୀପକ କୁମାର ବାରିକ, ରତିକାନ୍ତ ଦାସ, ଉପେନ୍ଦ୍ର ସାହୁ, ସରୋଜ କୁମାର ପାତ୍ର, ରବୀନ୍ଦ୍ର କୁମାର ପାଢ଼ୀ, ଦର୍ପନାରାୟଣ ପତି, ବିଜୟ କୁମାର ବଳ ପ୍ରମୁଖ ବିଭିନ୍ନ ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.