Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ଓକିଲ ସଂଘର ପୂର୍ବତନ ସଭାପତି ରମେଶ ସାହୁଙ୍କ ବିୟୋଗରେ ଶୋକ

ଚାନ୍ଦବାଲି ଓକିଲ ସଂଘର ପୂର୍ବତନ ସଭାପତି ରମେଶ ସାହୁଙ୍କ ବିୟୋଗରେ ଶୋକ

27

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ଓକିଲ ସଂଘର ପୂର୍ବତନ ସଭାପତି, ବିଶିଷ୍ଟ ଆଇନ୍‌ଜୀବୀ ରମେଶ ଚନ୍ଦ୍ର ସାହୁଙ୍କର ଆଜି ଅପରାହ୍ନ ୩ ଘଟିକା ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ ିଟାଲରେ ମୃତ୍ୟୁ ହୋଇଛି । ସେ ଥିଲେ ଜଣେ ସରଳ, ନିଷ୍କପଟ ଓ ପ୍ରଗତିଶୀଳ ଚିନ୍ତାଧାରାର ନିଆରା ବ୍ୟକ୍ତିତ୍ୱ । ଚାନ୍ଦବାଲି ଓକିଲ ସଂଘର ସଭାପତିଥିବାବେଳେ ସେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରିବା ସହ ଓକିଲ ସଂଘର ବିଭିନ୍ନ ସଂସ୍କାର ମୂଳକ କାର୍ଯ୍ୟ କରିଥିଲେ । ଛାତ୍ର ଓ ଯୁବାବସ୍ଥାରେ ବାମପନ୍ଥୀ ଆଦର୍ଶରେ ଅନୁପ୍ରାଣିତ ହୋଇ ଚାନ୍ଦବାଲିର ଗରିବ ଛାତ୍ର, ଯୁବକ ଓ ମେହନତି ମଣିଷଙ୍କ ସେବା କରିଥିଲେ । ତାଙ୍କ ମୃତ୍ୟୁରେ ସିପିଆଇଏମ୍ ଭଦ୍ରକ ଜିଲା କମିଟି ସଭ୍ୟ ତଥା ଯୁବ ଆଇନ୍‌ଜୀବୀ ବିକାଶ ନାଥ, ଚାନ୍ଦବାଲି ଆଂଚଳିକ କମିଟି ସଂପାଦକ ଆଇନ୍‌ଜୀବୀ ମଳୟ ଭୋଇ, ବରିଷ୍ଠ ନେତା ରବି ପଟ୍ଟନାୟକ, ଓକିଲ ସଂଘର ସଭାପତି ଯୁଗଜ୍ୟୋତି ବେହୁରିଆ, ସଂପାଦକ ପ୍ରିୟରଂଜନ ମହାନ୍ତି, ବରିଷ୍ଠ ଆଇନ୍‌ଜୀବୀ ବୈରାଗୀ ଚରଣ ନାୟକ, ଆଇନ୍‌ଜୀବୀ ଦେବୁଲା ମହାନ୍ତି, ସୁରେଶ ସାହୁ, ବିଜୟ ସାମଲ, ଚିତ୍ତରଞ୍ଜନ କବି, ବିଶ୍ୱଭୂଷଣ ରଣା, ଉପେନ୍ଦ୍ର ରାଉଳ, ତ୍ରିଲୋଚନ ନାୟକ, ଯୁବନେତା ଅଶୋକ ବେହେରା, କୃଷକ ନେତା ଅଭିରାମ ବଳ, ବ୍ରହ୍ମାନନ୍ଦ ପରିଡା, ଗୌରାଙ୍ଗ ଜେନା, ଯୁବ ବ୍ୟବସାୟୀ ସତ୍ୟଜିତ୍ ପଟ୍ଟନାୟକ ପ୍ରମୁଖ ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏବଂ ତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.