Home ଜିଲ୍ଲା ପରିକ୍ରମା ଚାନ୍ଦବାଲିର ଗର୍ବ, ଗୌରବ ଏବଂ ଗାଥାକୁ ନେଇ ଚର୍ଚିତ “କନିକା ବାଲି” ପୁସ୍ତକ ଉନ୍ମୋଚିତ

ଚାନ୍ଦବାଲିର ଗର୍ବ, ଗୌରବ ଏବଂ ଗାଥାକୁ ନେଇ ଚର୍ଚିତ “କନିକା ବାଲି” ପୁସ୍ତକ ଉନ୍ମୋଚିତ

14

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲିର କଥା କାହାଣୀକୁ ନେଇ ଅଶୋକ କୁମାର ପଣ୍ଡାଙ୍କ ଫିଚର ପ୍ରବନ୍ଧ ପୁସ୍ତକ ‘କନିକା ବାଲି’ ରବିବାର ଦିନ ମତୋ ଗ୍ରାମପଂଚାୟତ ସଭାଗୃହରେ ଉନ୍ମୋଚିତ ହୋଇଛି । ଧାମରା ଉପକୂଳରେ ଅବସ୍ଥିତ ଏକ ନିର୍ଜନ ବାଲିଦ୍ୱୀପ କନିକା ବାଲି ନାମରେ ପୁସ୍ତକଟି ନାମିତ।ଅଧୁନା ଏହି ବାଲିଦ୍ୱୀପକୁ ପଶ୍ଚିମ ବଙ୍ଗ ସରକାର ଏବଂ ଓଡିଶା ରାଜ୍ୟ ସରକାରଙ୍କ ମଧ୍ୟରେ ବାଦାନୁବାଦ ଚାଲିଥିବା ବେଳେ ଏହି ବାଲି ଦ୍ୱୀପ ଟି କାହାର ତାହାର ରହସ୍ୟ ଆଜି ପର୍ଯ୍ୟନ୍ତ ଉନ୍ମୋଚିତ ହୋଇ ପାରି ନାହିଁ। ୨୩୪ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକରେ ଚାନ୍ଦବାଲିର ଲୋକକଥା, କାହାଣୀ ଓ କିମ୍ବଦନ୍ତୀ, ମଠ ମନ୍ଦିର, ଦେବାଦେବୀ ଓ ପର୍ଯ୍ୟଟନସ୍ଥଳୀ, କଳାକାର, ଲୋକକଳା, ସଂସ୍କୃତି, କ୍ରୀଡା, ଶିକ୍ଷା ଓ ଶିକ୍ଷାୟତନ, ଗାଁ ଓ ନଦୀ, ନୌକା ଓ ଫେରିଘାଟ, କୁମ୍ଭୀର ଅ।ତଙ୍କ, ସମୁଦ୍ର କୂଳ, ବାଲିଦ୍ୱୀପ ଓ ଚଡା, ମାଛଧରା ବନ୍ଦର, କୃଷି ଜଳସେଚନ, କୋଷ୍ଟ କେନାଲ, ପାଣିପାଗ ଓ ଝଡ, କୁଟୀର ଶିଳ୍ପ, ରାଇସ୍‌ମିଲ୍‌, ବାଣିଜ୍ୟ, ପ୍ରାଚୀନ ଚାନ୍ଦବାଲି ବନ୍ଦର, ଜାହାଜ ଓ ଷ୍ଟିମର, ବାଣିଜ୍ୟ କୋଠି, କନିକାର ପାଂଚମୁକା, ରାଜାଙ୍କ କଚେରି, ପ୍ରଜାମେଳି, ଖାସମାହାଲ, ଇଂରେଜଙ୍କ ସ୍ମୃତି, ଅଧୁନିକ ଧାମରା ବନ୍ଦର ଭଳି ବିଭିନ୍ନ ପ୍ରସଙ୍ଗରେ ମୋଟ ୪୫ଟି ଫିଚର ସ୍ଥାନିତ । ଉନ୍ମୋଚନ ଅବସରରେ ଚାନ୍ଦବାଲି କଲେଜର ଅଧ୍ୟକ୍ଷ ଡ. ତରଣୀସେନ ପଣ୍ଡାଙ୍କ ଅ୍ମକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଚାନ୍ଦବାଲି ଏନ.ଏ.ସି.ର ଅଧ୍ୟକ୍ଷା ଶାନ୍ତିଲତା ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୁସ୍ତକ ଉନ୍ମୋଚନ କରିଥିଲେ । ଏସ.ଏନ. କଲେଜ ରାଜକନିକାର ପ୍ରାକ୍ତନ ଅଦ୍‌ୟକ୍ଷ ବୈକୁଣ୍ଠନାଥ ପରିଡା ମୁଖ୍ୟବକ୍ତା ଓ କବି ସଞ୍ଜିତ କୁମାର ବଳ ସମ୍ମାନୀତ ବକ୍ତା ଭାବରେ ଯୋଗଦେଇ ଥିଲେ। ମତୋ +୩ ଡିଗ୍ରୀ କଲେଜର ଅଧ୍ୟକ୍ଷ ବିଭୂତି ବିଶ୍ୱାଳ ପୁସ୍ତକର ବିଭିନ୍ନ ପ୍ରସଙ୍ଗ ଉପରେ ସମୀକ୍ଷା କରିଥିଲେ । ବ୍ଲକ ବିଜ୍ଞାନ ସଂଯୋଜକ ଅମୂଲ୍ୟ ରାଉତ ଅତିଥି ପରିଚୟ ଓ ନିମାଇଁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। କବି ମନୋଜ କୁମାର ଭଳ କାର୍ଯ୍ୟକ୍ରମକୁ ସଂଯୋଜନା କରୁଥିଲେ। ଅବସରପ୍ରାପ୍ତ ମୃତିକା ସଂରକ୍ଷଣ ବିଭାଗ ରେଞ୍ଜ ଅଫିସର ତାରାପଦ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରମେଶ ଚନ୍ଦ୍ର ନାୟକ, ରବୀନ୍ଦ୍ର କୁମାର ରଣା, ପ୍ରଫୁଲ୍ଲ କୁମାର ବାରିକ୍‌, ଗାଳ୍ପିକ ସୁବାସ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶିକ୍ଷାବିତ୍ ସାଧୁ ଚରଣ ନାୟକ, ଶିକ୍ଷକ ନେତା ନବଘନ ସାମଲ, ଅବସରପ୍ରାପ୍ତ ସେନା କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପ୍ରାକ୍ତନ ଏବିିଇଓ ଜୟକୃଷ୍ଣ ନାୟକ, ଆଡଭୋକେଟ୍ ନରେନ୍ଦ୍ର ବିଶ୍ୱାଳ, ପ୍ରଧାନ ଶିକ୍ଷକ ପ୍ରଶାନ୍ତ ପାଣିଗ୍ରାହୀ, ଭାଗିରଥୀ ବେହେରା, ସଜନ ସୁନ୍ଦର ସେଠୀ, ବେଣୁଧର ନାୟକ, ନିଳମଣି ଦାସ, ଖଗେଶ୍ୱର ସେଠୀ, ବିଶ୍ୱକେଶରୀ ମହାନ୍ତି, ଅଜୟ କୁମାର ଦାଶ, ଭାଗିରଥୀ ପଣ୍ଡ, ଗୋପୀରାମ ଅଗ୍ରୱାଲା, ସୁକାନ୍ତ ନାୟକ, ବିଜୟ ସାହୁ, ପୁରୁଷୋତମ ନାୟକ, ଦେବବ୍ରତ ପଲାଇ ପ୍ରମୁଖ ଉପସ୍ଥିତ ଥିଲେ।ଉନ୍ମୋଚନ ଏବଂ ସମୀକ୍ଷା ଉତ୍ସବରେ ଉପସ୍ଥିତ ବ୍ୟକ୍ତିମାନେ ଆଜି ଭଳି ଦିନରେ ଦେଶରେ ଘଟି୍‌ଯାଉଥିବା କଥା ଏବଂ କାହାଣି ର ସମୀକ୍ଷା କରିବା ସହ ସାହିତ୍ୟ ପ୍ରତି ରୁଚି ରଖୁଥିବା ବ୍ୟକ୍ତି ବିଶେଷ କିପରି ଜନମାନସରେ ଆଦୃତ ହୋଇ ପାରୁଛନ୍ତି ଏବଂ ଏହି ସମସ୍ତ ଘଟଣାକୁ ଲୋକ ଲୋଚନକୁ ଆଣୁଥିବା ଲେଖକ,ଲେଖିକା, କବି.କୈବୟର୍ତୀ ଙ୍କ ଜୀବନୀ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା। ଶେଷରେ କବି ମନୋଜ କୁମାର ଭଳ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.