Home ଜିଲ୍ଲା ପରିକ୍ରମା ଚାନ୍ଦବାଲିରେ ୬୮ତମ ଭାରତୀୟଷ୍ଟେଟ ବ୍ୟାଙ୍କ ଦିବସ ପାଳିତ

ଚାନ୍ଦବାଲିରେ ୬୮ତମ ଭାରତୀୟଷ୍ଟେଟ ବ୍ୟାଙ୍କ ଦିବସ ପାଳିତ

54

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ଠାରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ପରିସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଦିବସ ପାଳିତ ହୋଇଯାଇଛି । ଏହି ୬୮ତମ ବ୍ୟାଙ୍କ ଦିବସ ପାଳନ ଅବସରରେ ଶାଖା ତର‘ରୁ ଏକ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ଏସ ବି ଆଇର ଏଜିଏମ ବିଶ୍ୱ ରଞନ ସାହୁ ଉଦଘାଟନ କରିଥିଲେ ।ଏହି ସମାରୋହରେ ଚାନ୍ଦବାଲି ଶାଖା ପ୍ରବନ୍ଧକ ଗୋବିନ୍ଦ ଚନ୍ଦ୍ର ନାୟକ, ଶାଖା ଉପ ପ୍ରବନ୍ଧକ ସ୍ନେହସ୍ମିତା ମୁଦୁଲି,ଦେବାଶିଷ ମିଶ୍ର, ହରିହର ଆଚାର୍ଯ୍ୟ, ସଂଜୟ ବଳ ,ଅଜୟ ମିଶ୍ର, ସୌରଭ ସେଠୀ, ସ୍ମୃତୀ ଦୀକ୍ଷିତ ଏବଂ ଦିଲୀପ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଦିବସ ପାଳନ ଅବସରେ ଆଜି ଅନୁଷ୍ଠିତ ହୋଇ ଯାଇଥିବା ରକ୍ତଦାନ ଶିବିରରେ ଭଦ୍ରକ ବ୍ଲଡ ବ୍ୟାଙ୍କର କର୍ମଚାରୀଙ୍କ ଉପସ୍ଥିତିରେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ସେମାନଙ୍କ ଠାରୁ ରକ୍ତ ସଂଗୃହୀତ କରଯାଇଥିଲା । ଏହି ଶିବିରରେ ୪୧ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ଏଥିସହ ଡା.ପଢିହାରୀଙ୍କ ଦ୍ୱାରା ୩୦ଜଣ ବ୍ୟକ୍ତି ବିଶେଷଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଷ୍ଟେଟବ୍ୟାଙ୍କ ଚାନ୍ଦବାଲି ଶାଖା ତର‘ରୁ ମାଗଣା ଔଷଧ ମଧ୍ୟ ବଂଟନ କରାଯାଇଥିଲା । ଆଜିର ଏହି ଶିବିର ଏବଂ ଷ୍ଟେଟବ୍ୟାଙ୍କ ଦିବସ ଅବସରରେ ବ୍ୟାଙ୍କକୁ ଆସିଥିବା ସମସ୍ତ ଗ୍ରାହକ ମାନଙ୍କୁ ଅଭିବାଦନ ମଧ୍ୟ ଜଣାଯାଇ ସେମାନଙ୍କର ବ୍ୟାଙ୍କ ସ୍ତରୀୟ ଥିବା ସମସ୍ୟାର ସମାଧାନ ମଧ୍ୟ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.