Home ଜିଲ୍ଲା ପରିକ୍ରମା ଚାନ୍ଦବାଲିରେ ସିପିଆଇ(ଏମ)ର ସାଧାରଣ ବୈଠକ ଅନୁଷ୍ଠିତ

ଚାନ୍ଦବାଲିରେ ସିପିଆଇ(ଏମ)ର ସାଧାରଣ ବୈଠକ ଅନୁଷ୍ଠିତ

14

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ( ଆରଏସ୍‌ଏସ୍‌) ପରିଚାଳିତ ଆମ ଦେଶରେ ଚାଲିଥିବା ବିଜେପି ନେତୃତ୍ୱାଧିନ ନବ୍ୟଫାଶୀବାଦ ଶାସନରେ ବୃହତ୍ ପୁଞ୍ଜିପତି ଓ ହିନ୍ଦୁତ୍ୱବାଦୀ ଉଗ୍ର ସଂପ୍ରଦାୟିକ ଶକ୍ତିର କୁଚକ୍ର ବିରୁଦ୍ଧରେ ଲଢେଇ କରି ଆମ ଦେଶର ଧର୍ମନିରପେକ୍ଷ ଗଣତନ୍ତ୍ର, ସାମାଜିକ ନ୍ୟାୟ, ଅର୍ଥନୈତିକ ସାର୍ବଭୌମତ୍ୱ, ସଂଘୀୟ ବ୍ୟବସ୍ଥାର ସୁରକ୍ଷା ପାଇଁ ସିପିଆଇ(ଏମ) ର ୨୪ ତମ ପାର୍ଟି କଂଗ୍ରେସ ରେ ନିଆଯାଇଥିବା ନିଷ୍ପତିକୁ ଓଡିଶାରେ କାର୍ଯ୍ୟକାରୀ କରିବା ପାଇଁ ଗତ ସେପ୍େଟମ୍ବର ୩ ଓ ୪ ତାରିଖରେ ସିପିଆଇ(ଏମ) ରାଜ୍ୟ କମିଟି ବୈଠକରେ ଗୃହୀତ ଯୋଜନାକୁ ଚାନ୍ଦବାଲି ବ୍ଲକରେ କାର୍ଯ୍ୟକାରୀ କରିବା ପାଇଁ ସିପିଆଇ(ଏମ) ଚାନ୍ଦବାଲି ଆଂଚଳିକ କମିଟି ପକ୍ଷରୁ ଏକ ସାଧାରଣ ବୈଠକ ସିପିଆଇ(ଏମ) ଚାନ୍ଦବାଲି ଆଂଚଳିକ କମିଟିର ବରିଷ୍ଠ ନେତା ମଳୟ ଭୋଇ ଙ୍କ ସଭାପତିତ୍ୱରେ ସିପିଆଇ(ଏମ) ଚାନ୍ଦବାଲି ପାର୍ଟି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସାଧାରଣ ବୈଠକରେ ସିପିଆଇ(ଏମ) ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ କମ୍ରେଡ ସନ୍ତୋଷ ଦାସ ଓ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ପୋରେଟ ସପକ୍ଷବାଦୀ ଚାଷୀ ଓ ଶ୍ରମିକମାରଣ ନୀତି ବିରୁଦ୍ଧରେ ଲଢେଇ ପାଇଁ ସିପିଆଇ(ଏମ) ର ୨୪ ତମ ପାର୍ଟି କଂଗ୍ରେସ ରେ ନିଆଯାଇଥିବା ନିଷ୍ପତି ସଂପର୍କରେ ଆଲୋଚନା କରିଥିଲେ । ଚାନ୍ଦବାଲି ବ୍ଲକର ସମସ୍ତ ପଂଚାୟତରେ ସରକାରୀ ଧାନ କ୍ରୟ ମଣ୍ଡି ତୁରନ୍ତ ଖୋଲିବା, ୧୪ ଟି ଅତ୍ୟାବଶ୍ୟକ ସାମଗ୍ରୀ କୁ କେଂଟ୍ରାଲ ସାମଗ୍ରୀ ଭୁକ୍ତ କରିବା ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ନିୟନ୍ତ୍ରଣ କରିବା ଦାବି ନେଇ ଆଗାମୀ ଦିନରେ ଚାନ୍ଦବାଲି ବ୍ଲକ ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଥିଲା । ଏହି ସାଧାରଣ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ବ୍ରହ୍ମାନନ୍ଦ ପରିଡା, ଚାନ୍ଦବାଲି ଆଂଚଳିକ କମିଟି ସଂପାଦକ ଗୌରାଙ୍ଗ ଯେନା, ବରିଷ୍ଠ ନେତା ଚକ୍ରଧର ଦାସ, ଯୁବନେତା ଅଶୋକ ବେହେରା, ବରିଷ୍ଠ ନେତା ଜୟୀରାମ ଦାସ, ଇଂ କାହ୍ନୁ କିଶୋର ସାହୁ, ଫକୀର ସ୍ୱାଇଁ, କୀର୍ତନ ବିଶ୍ୱାଳ, ଦିବାକର ସେନାପତି, ଗଙ୍ଗାଧର ମହାଳିକ, ନବଘନ ନାଥ, ରମାକାନ୍ତ ବେହେରା, ମହିଳା ନେତ୍ରୀ ପ୍ରତିଭା ପଣ୍ଡା, ମହିଳା ନେତ୍ରୀ ଅନ୍ନପୂର୍ଣ୍ଣା ସେଠୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.