Home ଜିଲ୍ଲା ପରିକ୍ରମା ଚାନ୍ଦବାଲିରେ ଭୂତଳ ତୈଳ ପରିକ୍ଷା ପକ୍ଷରୁ ଓଏନଜିସି ରେ ଠିକାଦାର ଙ୍କ କାର୍ଯ୍ୟରତ ଶ୍ରମିକମାନଙ୍କୁ ଅଣଦେଖା,...

ଚାନ୍ଦବାଲିରେ ଭୂତଳ ତୈଳ ପରିକ୍ଷା ପକ୍ଷରୁ ଓଏନଜିସି ରେ ଠିକାଦାର ଙ୍କ କାର୍ଯ୍ୟରତ ଶ୍ରମିକମାନଙ୍କୁ ଅଣଦେଖା, ପ୍ରଶାସନ ସବୁ ଜାଣିଶୁଣି ଚୁପ୍‌

2

ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ଭୂତଳ ତୈଳ ପରିକ୍ଷା ପକ୍ଷରୁ ଓଏନଜିସି ରେ ଠିକା ସଂସ୍ଥା ର ଠିକାଦାର ଙ୍କ ଅଧିନ ରେ କାର୍ଯ୍ୟ ରତ ଶ୍ରମିକ ମାନଙ୍କୁ ଅଣଦେଖା କରୁଛନ୍ତି ସମ୍ପୃକ୍ତ ଠିକାଦାର। ମତୋ ରତ୍ନଶ୍ୱେର ପଡ଼ି ସମ୍ମୁଖ ରେ ଥିବା ଏକ ପଡ଼ିଆ ରେ ତମ୍ବୁ ମାରି ରହିବା ସାଙ୍ଗକୁ ପାନୀୟ ଜଳ ର ମଧ୍ୟ ଘୋର ସମସ୍‌୍ୟା ଦେଖାଦେଇଛି। ୬୦୦ ରୁ ଉର୍ଦ୍ଧ୍ୱ ଶ୍ରମିକ ମାନଙ୍କୁ ଶିତ କାକର ରେ ଜରିପାଲ ତଲେ ରହୁଥିବାର ଦେଖିବାକୁ ମିଳିଛି। ଅଦିନିଆ ଝିପିଝିପି ବର୍ଷା ସାଙ୍ଗକୁ କୋହଲା ପାଗ କାଦୁଅ ପଚ ପଚ ରେ ରହୁଛନ୍ତି ଶ୍ରମିକ।ସବୁ ଜାଣିଶୁଣି ସମ୍ପୃକ୍ତ ଠିକା ସଂସ୍ଥା ନଜାଣିଲା ପରି ରହୁଥିବା କଥା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଶ୍ରମିକ ମାନଙ୍କୁ ମାଲ ବୁହା ପିକପ ଭ୍ୟାନ ରେ ଠିକା ସଂସ୍ଥା ନେବାଆଣିବା କରୁଛନ୍ତି।ନା ଅଛି ସେପ୍ଟି ସରଞ୍ଜାମ ନା ଅଛି କୈାଣସି ସୁ ବ୍‌୍ୟବସ୍ଥା ନାହିଁ ନାହିଁ ରେ ଚାଲିଛି କାର୍ଯ୍ୟ।ଏହି ଭଳି କାର୍ଯ୍ୟ ଚାଲୁ ଥିବା ରୁ ସ୍ଥାନୀୟ ଲୋକେ ପଚାରିବାରୁ ସମ୍ପୃକ୍ତ ଠିକା ସଂସ୍ଥା ନାଲି ଆଖି ଦେଖାଇବାକୁ ପଛାଇ ନଥିଲେ ଭଦ୍ରକ ଜିଲ୍ଲା ପାଳ ଆମକୁ ଚିଠି ଦେଇଛନ୍ତି ତତ୍ ସହିତ ଚାନ୍ଦବାଲି ତହସିଲଦାର ସବୁ ଜାଣିଥିବା କଥା କହିଥିଲେ। ଯାହା ଜଣାପଡ଼ୁଛି ପ୍ରଶାସନ ସବୁ ଜାଣିଶୁଣି ଚୁପ ମାରି ବସିରହିଛି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। ସବୁଠାରୁ ବଡ଼ କଥା ହେଉଛି ରହିବା ପାଇଁ ନିରାପଦ ସ୍ଥାନ ଟିଏ ନାହିଁ ବୋଲି ଅଭିଯୋଗ ହୋଇଛି। ସମ୍ପୃକ୍ତ ଠିକା ସଂସ୍ଥା ର ଠିକାଦାର ଙ୍କୁ ପଚାରିବାରୁ ସରକାର ଙ୍କ ଶ୍ରମିକ ମାନଙ୍କ ସୁରକ୍ଷା ବ୍‌୍ୟବସ୍ଥା କ’ଣ କ’ଣ ଅଛି ପଚାରିବାରୁ କହିଛନ୍ତି ସବୁ ଠିକ ଠାକ୍ ଅଛି ବୋଲି କହି ଉକ୍ତ ସ୍ଥାନରୁ ଖସି ପଳାଇ ଯାଇଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଏଠି ରାଜ୍ୟ ସରକାରଙ୍କ ଶ୍ରମିକ ସୁରକ୍ଷା ନିୟମକୁ ଫୁ କରିଦେଉଥିବା ଦେଖିବାକୁ ମିଳିଛି।ଏପରି କାର୍ଯ୍ୟ କରୁଥିବା ସମ୍ପୃକ୍ତ ଠିକା ସଂସ୍ଥା ଉପରେ ନୂତନ ସରକାର କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.