Home ଜିଲ୍ଲା ପରିକ୍ରମା ଚାନ୍ଦବାଲିରେ ଭାରତ ବଂଦ

ଚାନ୍ଦବାଲିରେ ଭାରତ ବଂଦ

6

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କର୍ପୋରେଟ ଓ ସାଂପ୍ରଦାୟିକ କାର୍ଯ୍ୟସୂଚୀକୁ କାର୍ଯ୍ୟକାରୀ କରିବାକୁ ଯାଇ କେନ୍ଦ୍ରର ମୋଦି ସରକାର ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ଆଣିବା ସହ ଭାରତର ସରକାରୀ ଶିକ୍ଷାର ସାଂପ୍ରଦାୟିକରଣ କରିବାକୁ ଯାଉଛନ୍ତି । ଭାରତ ବର୍ଷର ସମ୍ବିଧାନର ମୁଖବନ୍ଧରେ ଥିବା ଧର୍ମନିରପେକ୍ଷ ଓ ସମାଜବାଦକୁ ହଟାଇବା ପାଇଁ ମୋଦି ସରକାର ଷଡଯନ୍ତ୍ର କରୁଛନ୍ତି । ନେସନାଲ୍ ମନିଟାଇଜେସନ ପାଇପଲାଇନ ନାମରେ ଆମ ଦେଶର ଅର୍ଥନୈତିକ ସାର୍ବଭୌମତ୍ୱକୁ ମୋଦି ସରକାର ଦେଶୀ ବିଦେଶୀ ପୁଞ୍ଜିପତି ମାନଙ୍କ ହାତକୁ ଟେକି ଦେଉଛନ୍ତି, ଆମ ଦେଶର ସମସ୍ତ ସ୍ୱାଧୀନ ଜାତୀୟ ପ୍ରତିଷ୍ଠାନରେ ସାଂପ୍ରଦାୟିକ ଶକ୍ତିଙ୍କ ଗେରୁଆ ଏଜେଣ୍ଡାକୁ ଲଦିଦେବାକୁ ଯାଇ ଆମ ଦେଶର ଧର୍ମନିରପେକ୍ଷ ଗଣତନ୍ତ୍ର ଉପରେ ମୋଦି ସରକାର ଆଘାତ କରୁଛନ୍ତି । ଆମ ଦେଶର ଦଳିତ, ଆଦିବାସୀ, ମହିଳା, ସଂଖ୍ୟାଲଘୁ ମାନଙ୍କ ଉପରେ ହିନ୍ଦୁତ୍ୱବାଦୀ ଶକ୍ତି ମାନେ ପ୍ରତ୍ୟେକ ଦିନ ଆକ୍ରମଣ କରୁଛନ୍ତି । ୟୁଏପିଏ ଓ ପିଏମଏଲଏ ଆଇନ ବଳରେ ହଜାର ହଜାର ଭାରତୀୟଙ୍କୁ ମୋଦି ସରକାର ଜେଲଖାନାରେ ଭର୍ତି କରିଛନ୍ତି । ପ୍ରତ୍ୟେକ ଦିନ ଆମ ଦେଶର ଜାତୀୟ ସଂପତିକୁ ବିକ୍ରି କରୁଛନ୍ତି । ଆମ ଦେଶର ଯୁବକ ଯୁବତୀ ମାନେ ନିଯୁକ୍ତି କଥା ଦାବି କଲେ ମୋଦି ସରକାର ସେମାନଙ୍କୁ ଭାରତୀୟ କି ନୁହେଁ ପରିଚୟ ମାଗୁଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଜିଏସଟି ଲଗାଇ ମୋଦି ସରକାର ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶ ଛୁଆଁ କରିଛନ୍ତି । ମୋଦି ସରକାରଙ୍କ ଏହି ଜନବିରୋଧି ନୀତିକୁ ବିରୋଧ କରି, ଶ୍ରମ କୋର୍ଡ ବାତିଲ ଓ ଓଡିଶାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ର ସୁଧାର ଆଣିବା ଦାବି ନେଇ ମିଳିତ ଟ୍ରେଡ଼ ୟୁନିୟନ ଓ ଫେଡେରେସନ ସମୂହ ପକ୍ଷରୁ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଠାରେ ବଂଦ ଆନ୍ଦୋଳନ ସଂଗଠିତ ହୋଇଛି । ଭଦ୍ରକ- ଚାନ୍ଦବାଲି ରାଜ୍ୟ ରାଜପଥକୁ ଚାନ୍ଦବାଲି ବଜାରରେ ବଂଦ ରଖିବା ସହ ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ,ଚାନ୍ଦବାଲି କୋର୍ଟ, ଚାନ୍ଦବାଲି ବଜାର, ମତୋ ବଜାର, ଘେଂଟଶ୍ୱର ବଜାର, ଯଶିପୁର ବଜାର, ଧାମରା ବଜାର, ଚାନ୍ଦବାଲି ମହାବିଦ୍ୟାଳୟ, ମତୋ ମହାବିଦ୍ୟାଳୟ, ଘେଂଟଶ୍ୱର ମହାବିଦ୍ୟାଳୟ, ଚାନ୍ଦବାଲି ବ୍ଲକର ସମସ୍ତ ରେଭିନ୍ୟୁ କାର୍ଯ୍ୟାଳୟ, ଚାନ୍ଦବାଲି ବ୍ଲକର ସମସ୍ତ ଫେରିଘାଟ ବଂଦ ରହିଥିଲା । ଏହି ବଂଦ ଆନ୍ଦୋଳନରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ସିଆଇଟିୟୁ ଚାନ୍ଦବାଲି ବ୍ଲକ ସଭାପତି ମଳୟ ଭୋଇ, ସିପିଆଇ ର ଯୁବ ନେତା ଗୌରହରି ମିଶ୍ର, ସିପିଆଇ ଜୋନ୍ ସଂପାଦକ ଅନନ୍ତ ପ୍ରସାଦ ମହାନ୍ତି , ସିପିଆଇ(ଏମ) ଚାନ୍ଦବାଲି ଆଂଚଳିକ କମିଟି ସଂପାଦକ ଗୌରାଙ୍ଗ ଯେନା, ଶ୍ରମିକ ନେତା ଘନଶ୍ୟାମ ଦାସ, ଜୟପ୍ରକାଶ ମହାନ୍ତି, ଦିବାକର ସେନାପତି, ଜୟୀରାମ ଦାସ, ଯୁବ ନେତା ଅଞ୍ଜନ ଦାସ, ହାକିମ ଦାସ, ପ୍ରତାପ ମହାଳିକ, ସୁଶାନ୍ତ ସେଠୀ, ଭାଗିରଥି ରାଉତ, ଅମରେନ୍ଦ୍ର ମହାନ୍ତି, ଗଙ୍ଗାଧର ମହାଳିକ ପ୍ରମୁଖ ନେତୃତ୍ୱ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.