Home ଜିଲ୍ଲା ପରିକ୍ରମା ଚାନ୍ଦବାଲିରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଶୋଭାଯାତ୍ରା ଓ ବୃକ୍ଷରୋପଣ (ଫଟୋ ଅଛି)

ଚାନ୍ଦବାଲିରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଶୋଭାଯାତ୍ରା ଓ ବୃକ୍ଷରୋପଣ (ଫଟୋ ଅଛି)

16

ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୁସ୍ଥ ସମାଜ ଗଠନ ରେ ସୁସ୍ଥ ପରିବେଶ ଅପରିହାର୍ଯ୍ୟ। ଏଭଳି ସ୍ଥିତି ରେ ସୁସ୍ଥ ପରିବେଶ ଗଠନ ପାଇଁ ବ୍ୟାପକ ବୃକ୍ଷ ରୋପଣ ମଧ୍ୟ ଜରୁରୀ ହୋଇ ପଡିଛି।ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଚାନ୍ଦବାଲି ଚାନ୍ଦବାଲି ଏନ ଏ ସି ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି। ଏଥିରେ ଚାନ୍ଦବାଲି ଏନ ଏ ସି ସହ ସ୍ଥାନୀୟ ବୁଦ୍ଧି ଜୀବି, ଯୁବ ସମାଜ ଯୋଗ ଦେଇଥିଲେ । ଏହି ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରା ଯାତ୍ରା ଚାନ୍ଦବାଲି ଏନ ଏ ସି ରୁ ବାହାରି ଚାନ୍ଦବାଲି ବଜାର ପରିକ୍ରମା କରିବା ସହ ଉପସ୍ଥିତ ଥିବା ଏନ ଏ ସି ସଦଶ୍ୟ ଓ ବୁଦ୍ଧି ଜୀବି ହାତରେ ପ୍ଲା କାର୍ଡ ଧରି ସମସ୍ତ ନାଗରିକ ମାନଙ୍କୁ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରି ବା ପାଇଁ ବାର୍ତା ଦେଇଥିଲେ। ଏବଂ ଶୋଭାଯାତ୍ରା ପରେ ପରେ ଚାନ୍ଦବାଲି ଆହାର କେନ୍ଦ୍ର ପରିସରରେ ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ଭଦ୍ରକ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ପ୍ରଦୂଷଣ ବିଭାଗ ମିଳିତ ଉଦ୍ୟାମ ଅଧୀନରେ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା।ଏହି କାର୍ଯ୍ୟକ୍ରମ ରେ ଏନ ଏ ସି ଅଧକ୍ଷା ଶାନ୍ତିଲତା ସେଠୀ,ଏନ ଏ ସି ଅଧିକାରୀ ଆଭାସ ରଞ୍ଜନ ପାଣିଗ୍ରାହୀ, ଆସିଷ୍ଟାଣ୍ଡ ଇଞ୍ଜିନିଅର ପ୍ରଭାତ ସାହୁ, ପାରିଷଦ ଚନ୍ଦନ ରାଉତ,ପାରିଷଦ ଶୀତ ମହାଳିକ, ବଣିକ ସଂଘ ସଭାପତି ଗୋପିରାମ ଅଗ୍ରୱାଲ, ସମ୍ପାଦକ ସୁଶାନ୍ତ ସାହୁ ଙ୍କ ସହ ସମସ୍ତ ଏନ ଏ ସି ସଦଶ୍ୟ ଉପସ୍ଥିତ ରହି ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.