Home ଜିଲ୍ଲା ପରିକ୍ରମା ଚାନ୍ଦବାଲିରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ ସହ କୁଶ ପୁତଳିକା ଦାହ

ଚାନ୍ଦବାଲିରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ ସହ କୁଶ ପୁତଳିକା ଦାହ

12

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତି ପ୍ରଧାନ ଜଣେ ଯୁବତୀ କୁ ମୃଦୁ ପାନୀୟରେ ନିଶା ମିଶାଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ସେହି ଘଟଣାକୁ ତୀବ୍ର ନିନ୍ଦା କରିଛି ଚାନ୍ଦବାଲି ବିଜେପି ଯୁବ ମୋର୍ଚ୍ଚା । ମଙ୍ଗଳବାର ଚାନ୍ଦବାଲି ବସ୍ ଷ୍ଟାଣ୍ଡ ଠାରେ ଚାନ୍ଦବାଲି ଏନ ଏ ସି ବିଜେପି ଯୁବ ମୋର୍ଚ୍ଚା ସଭାପତି ବିଳାଶ ରଞ୍ଜନ ନାୟକ ଙ୍କ ନେତୃତ୍ୱରେ ଯୁବ ମୋର୍ଚ୍ଚା ର ସଦସ୍ୟ ମାନେ ଏକଜୁଟ ହୋଇ ପିସିସି ସଭାପତି ଭକ୍ତ ଦାସ, ରାହୁଲ ଗାନ୍ଧୀଙ୍କ ସହ କଂଗ୍ରେସ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦୟ ପ୍ରଧାନ ଙ୍କ କୁଶ ପୁତଳିକା ଦାହ କରିବା ସହ ନାରାବାଜି ଦେଇଥିଲେ। ଯେଉଁ କଂଗ୍ରେସ ଦଳ କୁମ୍ଭୀର କାନ୍ଦଣା କାଧୁଥିଲା ନାରୀ ସୁରକ୍ଷା ପାଇଁ। ଆଜି ସେହି କଂଗ୍ରେସ ଦଳର ରାଜ୍ୟ ଛାତ୍ର ସଭାପତି ବଳାତକାର ଅଭିଯୋରେ ଗିରଫ ହୋଇଛନ୍ତି । ତାଙ୍କ ନାମରେ ଆଗରୁ ଦଶ ରୁ ଅଧିକ ଅପରାଧିକ ମାମଲା ଥିବା ସତେ କଂଗ୍ରେସ ଦଳ ତାଙ୍କୁ କିପରି ଛାତ୍ର କଂଗ୍ରେସର ସଭାପତି ପଦବୀ ଦେଇଥିଲେ ଏହା ପ୍ରଶ୍ନ କରିଥିଲେ।ଏଥିରେ ଉପସ୍ଥିତ ଥିଲେ ସ୍ମୃତି ରଞ୍ଜନ ନାୟକ, ଅଭୟ ସାମଲ,ଚିନ୍ମୟ ପଟ୍ଟନାୟକ, ନାରୀନେତ୍ରୀ ସସ୍ମିତା ଦାସ, ଅଭୟ ବଳ, ମୟୁର ସାହୁ,ନୀଳମଣି ବାରିକ, ଉଦୟକେତନ ବିଶ୍ୱାଳ, ସମ୍ବିତ ମହାନ୍ତି,ଲଷ୍ମୀକାନ୍ତ ରାଉତ, ବିଶ୍ୱନାଥ ସୁତାର,ସାଗର ସାହୁ, ଗଣେଶ ଦାସ,ସମିନା ପରବିନି, ଅଞ୍ଜନା ମହଲା, ସୁମନ୍ତ ପଟ୍ଟନାୟକ,ରାଜୀବ ଲୋଚନ ଦାସ, ଅନୁପ ଜେନା,ଦିବ୍ୟରଞ୍ଜନ ବଳ ଓ ତାହିଦି ଖାନ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.