Home ଜିଲ୍ଲା ପରିକ୍ରମା ଚାନ୍ଦବାଲିରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ପ୍ରତିବାଦ ସଭା ଓ କୁଶପୁତଳିକା ଦାହ

ଚାନ୍ଦବାଲିରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ପ୍ରତିବାଦ ସଭା ଓ କୁଶପୁତଳିକା ଦାହ

24

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୋପାଳପୁର ଠାରେ ହୋଇଥିବା ଛାତ୍ରୀ ଗଣ ଦୂର୍ଷକର୍ମର ଶିକାର ହୋଇଥିବା ପୀଡିତା ନ୍ୟାୟ ଦାବି ନେଇ ଓ ରାଜ୍ୟରେ ବଢୁଥିବା ନାରୀନିର୍ଯ୍ୟାତନା ବିରୋଧରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ସାରା ରାଜ୍ୟରେ କଲେଜ ଓ ମହାବିଦ୍ୟାଳୟ ଆଗରେ ଗଣ ଧାରଣା ଓ ପ୍ରତିବାଦ ସଭା ଆୟୋଜନ କରାଯାଉଛି । ଭଦ୍ରକ ଜିଲା ଚାନ୍ଦବାଲି ଏନ, ଏସ ସି ଅନ୍ତର୍ଗତ ଚାନ୍ଦବାଲି କଲେଜ ଛକ ନିକଟରେ ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତାରେ ବୁଧୁବାର ଦିବା ୧୧ ଟା ବେଳେ ଏକ ଦୁଇ ଘଂଟିଆ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ । ଏହି ସଭାର ନେତୃତ୍ୱ ରାଜ୍ୟ ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ପ୍ରିନ୍ସରାକେଶ ନାୟକ ନେଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରା ଦେବା ସହ ଦିନକୁ ଦିନ ରାଜ୍ୟରେ ବଢୁଛି ନାରୀ ନିର୍ଯ୍ୟାତନା ବଢୁଛି ଏହାର ସମାଧାନ କରିବା ଦିଗରେ ରାଜ୍ୟ ସରକାର ସମ୍ପୂର୍ଣ ବିଫଳ ବୋଲି ଯୁବ ନେତା ଓ ଛାତ୍ର ନେତାମାନେ ମତ ବ୍ୟକ୍ତ କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କୁଶପୁତଳିକା ଦାହ କରିଥିଲେ । କିଛି ସମୟ ପାଇଁ ଚାନ୍ଦବାଲି ଭଦ୍ରକ ଜାତୀୟ ରାଜପଥ ଯାମ ରହିଥିଲା । ସୁରକ୍ଷା ଦୃଷ୍ଟିରୁ ପୁଲିସ ମୁତୟନ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଯୁବ ନେତା ପ୍ରତାପ ବିଶ୍ୱାଳ, ଦୀପକ ରାଉତ, ସୋମନାଥ ପରିଡା,ଦୀପକ ଦାସ, ପପୁ ସାହୁ,ଅମ୍ବିକା ବେହେରା, ଏସକେ ଫିରୋଜ, ଅଜୟ ସୂତାର, ଲିଙ୍କସନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.