Home ଜିଲ୍ଲା ପରିକ୍ରମା ଚାନ୍ଦବାଲିରେ ବଜ୍ରପାତରେ ଜଣେ ମୃତ

ଚାନ୍ଦବାଲିରେ ବଜ୍ରପାତରେ ଜଣେ ମୃତ

6

ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଅଧୀନସ୍ଥ ବିଜୟନଗର ଗ୍ରାମପଂଚାୟତ ଗୋବିନ୍ଦପୁର ଗୋପାଳସାହିର ହେମନ୍ତ ବାରିକଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି । ହେମନ୍ତ ନିଜ ମାମୁଁଘର ଯୋଗୀପୋଖରୀକୁ ଚାଷକାର୍ଯ୍ୟ କରିବାକୁ ଯାଇଥିଲେ । ବିଲରେ ଚାଷକାର୍ଯ୍ୟ କରୁଥିବାବେଳେ ବଜ୍ରପାତ ଘଟିଥିଲା । ପାଖରେ ଚାଷକାର୍ଯ୍ୟ କରୁଥିବା ଲୋକେ ହେମନ୍ତଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ମଧ୍ୟ ଡାକ୍ତରମାନେ ମୃତ ଘୋଷଣା କରିଥିଲେ । ମୃତ ହେମନ୍ତ ଜଣେ ଗରିବ ଦିନ ମଜୁରିଆ ଶ୍ରେଣୀର ହୋଇଥିବାରୁ ଗ୍ରାମବାସୀମାନେ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.