Home ଜିଲ୍ଲା ପରିକ୍ରମା ଚାନ୍ଦବାଲିରେ ନକଲି ପୁଲିସକୁ ଉଦ୍ଧାର କରିବାକୁ ଯାଇ ୩ଥାନା କର୍ମଚାରୀ ଏବଂ ୨ପ୍ଲାଟୁନ ଫୋର୍ସ ମୁତୟନ...

ଚାନ୍ଦବାଲିରେ ନକଲି ପୁଲିସକୁ ଉଦ୍ଧାର କରିବାକୁ ଯାଇ ୩ଥାନା କର୍ମଚାରୀ ଏବଂ ୨ପ୍ଲାଟୁନ ଫୋର୍ସ ମୁତୟନ କାହା ସ୍ୱାର୍ଥରେ!

29

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ନକଲି ପୁଲିସକୁ ଉଦ୍ଧାର କରିøାବାକୁ ଯାଇ ଚାନ୍ଦବାଲି ଥାନା ପୁଲିସକୁ ନାକେଦମ ହେବାକୁ ପଡିଥିବା ବେଳେ ଦୀର୍ଘ ୨ ଦିନ ବିତିଯାଇଥିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ ଏହାର କୌଣସି ସମାଧାନ ହୋଇ ନଥିବା ଜଣାଯାଇଛି । ପ୍ରାପ୍ତ ଖବରରୁ ଜଣାଯାଇଛି ଗତକାଲି ଚାନ୍ଦବାଲି ଥାନା ତଥା ମତୋ ଫାଣ୍ଡି ଅଧିନସ୍ଥ ନାଲଗୁଣ୍ଡା ପଂଚାୟତର ମଠସାହି ଗ୍ରାମରେ ଗତକାଲି ଏକ କୋଇଲା ବୋଝେଇ ପିକ ଯାଉଥିବା ସମୟରେ ଏହି ଗ୍ରାମବାସୀ ମାନେ ସେହି ପିକକୁ ଅଟକ ରଖିଥିଲେ । ଏ ନେଇ ଗ୍ରାମବାସୀ ମତୋ ପୁଲିସକୁ ଖବର ଦେଇଥିଲେ । ଏହି ଖବର ପାଇବା ପରେ ମତୋ ପୁଲିସ ଫାଣ୍ଡିର ଜଣେ କନେଷ୍ଟବଳ,ଜଣେ ଗାଡି ଚାଳକ ଏବଂ ସଂପୃକ୍ତ ଗାଡି ଚାଳକଙ୍କ ସାଙ୍ଗ ଏକ ବଜାଜ ପଲସର ଗାଡି ନେଇ ଘଟଣା ସ୍ଥଳକୁ ଯାଇଥିଲେ । ସେଠାରେ ଗ୍ରାମବାସୀ ଏବଂ ପୁଲିସ ମଧ୍ୟରେ ବଚସା ହେଉଥିବା ସମୟରେ ସଂପୃକ୍ତ ନିଶାସକ୍ତ କୋଇଲା ବୋଝେଇ ପିକଅପର ଚାଳକ ରାସ୍ତାରେ ଥିବା ୨ଟି ବାଇକୁ ଧକ୍କା ଦେଇ ପିକଅପକୁ ନେଇ ଫେରାର ହୋଇ ଯାଇଥିଲେ । ଏହି ଘଟଣାରେ ସଂପୃକ୍ତ ପୁଲିସ ଅଧିକାରୀ ସଂପୃକ୍ତ ଥିବା ନେଇ ସାଧାରଣରେ ଚର୍ଚା ଚାଲିଥିବା ବେଳେ ନକଲି ପୁଲିସ ବୋଲାଉଥିବା (ମତୋ ଫାଣ୍ଡି ଗାଡି ଚାଳକଙ୍କ ବନ୍ଧୁ) ବ୍ୟକ୍ତି ଜଣକ ପିକ ଅପ ଚାଳକଙ୍କ ସପକ୍ଷରେ ଗ୍ରାମବାସୀଙ୍କ ସହ ଯୁକ୍ତି କରିଥିଲେ । ଏହି ଘଟଣାକୁ ନେଇ ଗ୍ରାମବାସୀ ଉକ୍ତ ନକଲି ପୁଲିସକୁ ଏକ ରସି ସାହାଯ୍ୟରେ ବାନ୍ଧି ଦେଇଥିଲେ । ସଂପୃକ୍ତ ନକଲି ପୁଲିସକୁ ସୁରକ୍ଷା ଦେବା ପାଇଁ ଚାନ୍ଦବାଲି ଥାନା ପୁଲିସ, ବାଂଶଡା ଥାନା ପୁଲିସ ଏବଂ ପିରହାଟ ଥାନା ପୁଲିସ ସହ ୨ପ୍ଲାଟୁନ ଫୋର୍ସ ଘଟଣା ସ୍ଥଳକୁ ଯାଇଥିଲେ । କେଉଁ ପରିସ୍ଥିତିରେ ଜଣେ ନକଲି ପୁଲିସ ବୋଲାଉଥିବା କର୍ମଚାରୀଙ୍କୁ ସାହାଯ୍ୟ କରିବାକୁ ଯାଇ ଏତେ ସଂଖ୍ୟାରେ ପୁଲିସ ମୁତୟନ କରାଗଲେ ଏବଂ ଏଥି ପାଇଁ କେଉଁ ଅଧିକାରୀ ନିର୍ଦେଶ ଦେଲେ ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି । ଅନ୍ୟ ପକ୍ଷରେ ସଂପୃକ୍ତ ପିକ ଅପ ଚାଳକ ୨ଟି ବାଇକ ଭାଙ୍ଗି ଦେଇ ଫେରାର ହୋଇ ଯାଇଥିବା ବେଳେ ଦୀର୍ଘ ୪୮ଘଂଟା ବିତିଯାଇଥିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ ସଂପୃକ୍ତ ଗାଡି କିମ୍ବା ଚାଳକର କୌଣସି ପତା ମିଳି ନଥିବା ଜଣାଯାଇଛି । ଏଥିସହ ସେହି ଗ୍ରାମରେ ୧ହଜାର ବସ୍ତାରୁ ଅଧକି ଚୋରା କୋଇଲା ଏବଂ ୨ଟି ପିକ ଅପକୁ ଗ୍ରାମବାସୀ ଅଟକ ରଖିଥିବା ବେଳେ ଏହାର ସୁମସାଧାନ ହୋଇ ପାରି ନାହିଁ । ଭଦ୍ରକ ଏସ ପି ଏହାର ବିଦ୍ଧି ବଦ୍ଧ ତଦନ୍ତ କରିବା ସହ କେଉଁ ପରିସ୍ଥିତିରେ ଏକ ନକଲି ପୁଲିସ କୁ ଉଦ୍ଧାର କରିବାକୁ ୩ଟି ଥାନାର କର୍ମଚାରୀ ଏବଂ ୨ପ୍ଲାଟୁନ ଫୋର୍ସ ସେହି ସ୍ଥାନକୁ ପଠାଗଲା ତାହାର ତଦନ୍ତ ଦାବୀ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.