Home ଜିଲ୍ଲା ପରିକ୍ରମା ଚାନ୍ଦବାଲିରେ ଖୁଲମଖୋଲା ଚାଲିଛି ଚୋରା ମଦ ବେପାର ସହ ମଦର ଆସର, ଅବକାରୀ ବିଭାଗ ଓ...

ଚାନ୍ଦବାଲିରେ ଖୁଲମଖୋଲା ଚାଲିଛି ଚୋରା ମଦ ବେପାର ସହ ମଦର ଆସର, ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନ ନିଦାବିଷ୍ଣୁ, ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କଲେ ସମାଜସେବୀ ପ୍ରଫୁଲ୍ଲ ଦାସ

9

ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିନକୁ ଦିନ ଚାନ୍ଦବାଲି ରେ ବଢିବାର ଲାଗିଛି ଚୋରା ମଦ ବେପାର।ପୁର୍ବରୁ ଚାନ୍ଦବାଲି ସହର ଏକ ଶାନ୍ତିପୂର୍ଣ୍ଣ ଓ ଭାଇ ଚାରାର ସହର ଭାବରେ ନିଜର ଖ୍ୟାତିକୁ ବଜାଇ ରଖିଥିବା ବେଳେ ଏବେ କିନ୍ତୁ ନିଶାର ହବ୍ ପାଲଟି ଯାଇଛି ଶାନ୍ତିପୂର୍ଣ୍ଣ ସହର ତଥା ବନ୍ଦର ନଗରୀ ଚାନ୍ଦବାଲି । ଚାନ୍ଦବାଲି ରେ ଚୋରାମଦ କାରବାର ଏତେ ମାତ୍ରାରେ ବଢ଼ି ଯାଇଛି ଯେ ପାନ ଦୋକାନ ଠାରୁ ଆରମ୍ଭ କରି ରାସନ୍ ଦୋକାନ ପର୍ଯ୍ୟନ୍ତ ସବୁଠି ଚାଲିଛି ଚୋରା ମଦ ବିକ୍ରି।ଏ ନେଇଁ ଆମ୍ବେଦକର ଦଳିତ ବିଚରାମଂଚ ସମ୍ପାଦକ ତଥା ସମାଜସେବୀ ପ୍ରଫୁଲ୍ଲ ଦାସ ଜିଲ୍ଲାପାଳ ଙ୍କ ଜନଶୁଣାଣୀ ଶିବିରରେ ଜିଲ୍ଲାପାଳ ଙ୍କୁ ଚୋରା ମଦ କାରବାର ରୋକିବା ଓ ଅବକାରୀ କାର୍ଯ୍ୟଳୟ ସବୁ ବେଳେ ତାଲା ପଡି ରହୁଛି ବୋଲି ଅଭିଯୋଗ କରିଥିଲେ। ସେ କହିଥିଲେ ଚାନ୍ଦବାଲି ବ୍ଲକ ଚାନ୍ଦବାଲି ଏ ଏ ସି ରେ ଖୁଲମ ଖୋଲା ଚାଲିଛି ଚୋରା ମଦ ବେପାର ସହ ମଦ ର ଆଶର। ପାନ ଦୋକାନ ଠାରୁ ଆରମ୍ଭ କରି ଛକ ଛକରେ ଦିନ ସଖାଳୁ ରାତ୍ରି ପଯ୍ୟନ୍ତ ବେଢଡ଼କ ଚାଲିଛି ଚୋରା ମଦ ବେପାର କରୁଛନ୍ତି କିଛି ମାନୁନାହାନ୍ତି ସେଥି ପାଇଁ ରାସ୍ତା ଘାଟରେ ଝିଅ ବହୁ ଯିବାକୁ ସୁରକ୍ଷିତ ମଣୁନାହାନ୍ତି।ଚାନ୍ଦବାଲି ମାର୍କେଟ ଉପରେ ଅବକାରୀ ବିଭାଗ ଥିବା ସତେ ଚାନ୍ଦବାଲି ମାର୍କେଟ ରେ ସବୁ ବେଳେ ଚୋରା ମଦ କେମିତି ବିକ୍ରି ହେଉଛି ସେ ପ୍ରଶ୍ନ କରିବା ସହ ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନ ନିଦାବିଷ୍ଣୁ ବୋଲି କହିଥିଲେ।ସେପଟେ ନିଶାମୁକ୍ତ ଓଡ଼ିଶା ଗଠନ କରିବା ପାଇଁ ରାଜ୍ୟ ସରକାର ଅଂଟା ଭିଡିଥିବା ବେଳେ ଏପଟେ ଚୋରା ମଦ ବେପାରୀଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ ଚୁପ୍ ବସିଛି ଅବକାରୀ ବିଭାଗ ବୋଲି ଲୋକେ କହିଲେନି। ଚୋରା ମଦ ବେପାରୀଙ୍କୁ ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନ ଦେଖାଉ ଥିବା ଅହେତୁକ ଅନୁକମ୍ପା ପାଇଁ ଏବେ ବେଢଡ଼କ ଚାଲିଛି ଚୋରା ମଦ ଦୋକାନ।ଆଉ ମଧ୍ୟ ଚାନ୍ଦବାଲି ସହରରେ ହନୁମାନ ମନ୍ଦିର ପାଖରେ ଚୋରା ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଚାନ୍ଦବାଲି ଅବକାରୀ ବିଭାଗ ପାଖରେ ଏସବୁ ଖବର ଥିଲେ ମଧ୍ୟ କେତେବେଳେ କର୍ମଚାରୀ ନାହାନ୍ତି ତ, ତ ଆଉ କେତେବେଳେ ଗାଡ଼ି ନାହିଁ ଦର୍ଶାଇ ସବୁ ଜାଣି ମଧ୍ୟ କିଛି ନଜାଣିଲା ପରି ଅଭିନୟ କରୁଛି ଅବକାରୀ ବିଭାଗ। ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରୁ ମିଳୁଥିବା ମଦର କ୍ୱାଲିଟ କେଂଟ୍ରାଲ ସରକାରଙ୍କ ପାଖରେ ଥିବା ବେଳେ ଚୋରାରେ ବିକ୍ରି ହେଉଥିବା ଚୋରା ମଦର କ୍ୱାଲିଟ କୁ ନେଇ ଏବେ ଉଠିଛି ତମାମ ପ୍ରଶ୍ନ। ଏହି ବିଷୟରେ ଜିଲ୍ଲାପାଳ ଜିଲ୍ଲା ଅବକାରୀ ବିଭାଗ ଅଧିକାରୀ ନରୋତମଃ ମିଶ୍ର କୁ କହିଥିଲେ ଏହି ବିଷୟରେ ସବୁ ବେଳେ ଅବିଯୋଗ ଆସୁଛି ଏହା ଉପରେ କୋଠାର କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.