Home ଜିଲ୍ଲା ପରିକ୍ରମା ଚାନ୍ଦବାଲିରେ କାଳବୈଶାଖୀର ତାଣ୍ଡବ, କୁକୁଡ଼ା ଫାର୍ମର ଆଜବେଷ୍ଟସ ସହିତ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ଥିବା...

ଚାନ୍ଦବାଲିରେ କାଳବୈଶାଖୀର ତାଣ୍ଡବ, କୁକୁଡ଼ା ଫାର୍ମର ଆଜବେଷ୍ଟସ ସହିତ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ଥିବା ଦେଖିବାକୁ ମିଳିଛି

24

ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ରେ ଗତକାଲି ସଂଧ୍ୟାରେ କାଳବୈଶାଖୀ ପ୍ରଭାବ ରେ ପ୍ରବଳ ବର୍ଷା, ଘଡ଼ଘଡ଼ି ସାଙ୍ଗକୁ ପବନ ବେଗ ଏତେ ଥିଲା ଯେ ଚାନ୍ଦବାଲି ବ୍ଲକ ର ବିଭିନ୍ନ ସ୍ଥାନ ରେ ଗଛ ଭାଙ୍ଗି ବା ସାଙ୍ଗକୁ ଘରର ଛପର ଉଡାଇ ନେଇଥିବା ଦେଖିବାକୁ ମିଳିଛି । ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମାଧପୁର ଗ୍ରାମ ପଂଚାୟତ ବଡ଼ସିଂପୁର ଠାରେ ଏକ କୁକୁଡ଼ା ଫାର୍ମର ଆଜବେଷ୍ଟସ ଉଡାଇ ନେଇଥିବା ଦେଖିବାକୁ ମିଳିଛି । ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ରୁ ୠଣ ଆଣି ଅନୁଷୟା ଦାସ ଗିରି କୁକୁଡ଼ା ଫାର୍ମ କରିଥିଲେ ଗତକାଲି ସଂଧ୍ୟା ବେଳେ କାଳ ବୈଶାଖୀ ଆରମ୍ଭ ହୋଇଥିଲା ପ୍ରାୟ ୨ ଘଂଟା ଧରି ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ପବନ ର ବେଗ ମଧ୍ୟ ବଢିଥିଲା, ଫଳରେ ଘର,ଗଛ ଭାଙ୍ଗି ଥିଲା ।ଅଧାରୁ ଅଧିକ କୁକୁଡ଼ା ଫାର୍ମ ର ଆଜବେଷ୍ଟସ ଭାଙ୍ଗି ବା ସହିତ କିଛି ସ୍ଥାନ ରେ ଆଜବେଷ୍ଟସ ଉଡାଇ ନେଇଥିବା ଦେଖିବାକୁ ମିଳିଛି । ସବୁଠାରୁ ବଡକଥା ହେଉଛି କୁକୁଡ଼ା ଫାର୍ମ ରେ ଥିବା କୁକୁଡ଼ା ଗୁଡ଼ିକ ସୁରକ୍ଷିତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.