Home ଜିଲ୍ଲା ପରିକ୍ରମା ଚାନ୍ଦବାଲିରେ କାର୍ଗିଲ ବିଜୟ ଦିବସ ପାଳିତ, କାର୍ଗିଲ ବିଜୟ ଦିବସରେ ସହିଦ୍ ନିରଞ୍ଜନ ବେହେରାଙ୍କ ସ୍ମୃତି...

ଚାନ୍ଦବାଲିରେ କାର୍ଗିଲ ବିଜୟ ଦିବସ ପାଳିତ, କାର୍ଗିଲ ବିଜୟ ଦିବସରେ ସହିଦ୍ ନିରଞ୍ଜନ ବେହେରାଙ୍କ ସ୍ମୃତି ପୀଠରେ ଶ୍ରଦ୍ଧାଞ୍ଜଳୀ

6

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୨୬ ଜୁଲାଇ ସାରା ଦେଶରେ ପାଳନ ହୋଇଛି କାର୍ଗିଲ ବିଜୟ ଦିବସ। ଏହି ପରିପେକ୍ଷୀରେ କାର୍ଗିଲ ଯୁଦ୍ଧରେ ଓଡିଶା ର ନବମ ତଥା ଭଦ୍ରକ ଜିଲ୍ଲାର ଏକ ମାତ୍ର ସହିଦ ଜିଲ୍ଲା ର ଗର୍ବ ଓ ଗୌରବ ନିରଞ୍ଜନ ବେହେରାଙ୍କ ସ୍ମୃତି ପୀଠ ଓ ଉଗ୍ରତାର ମାର୍କେଟ ପରିବାର ପକ୍ଷରୁ କରାଯାଇଥିବା ପ୍ରତି ମୃତିରେ ରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି। ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ସ୍ୱେଚ୍ଛାସେବୀ ସଂଗଠନ,ପ୍ରଶାସନିକ ଅଧିକାରୀ, ରାଜନେତା, ବୁଦ୍ଧିଜୀବୀ ଓ ସାମ୍ବାଦିକ ମାନେ ଚାନ୍ଦବାଲି ବ୍ଲକ ଉତୁକୁଡା ପଂଚାୟତ ପାଙ୍ଗୁଡା ଗ୍ରାମରେ ଥିବା ସ୍ମୃତି ପୀଠ ପହଁଂଚି ପୁଷ୍ପମାଲ୍ୟ ଦେବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ ଅତିରିକ୍ତ ତହସିଲଦାର ଡଳିମଣୀ ଟୁଡୁ,ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ସହିଦ ଙ୍କ ପତ୍ନୀ ସନ୍ଧ୍ୟାରାଣୀ ବେହେରା,କ୍ରାନ୍ତିକାରୀ ଯୁବକସଂଘର ସଦଶ୍ୟ ବିଳାଶ ରଞ୍ଜନ ନାୟକ, ଉଦୟ କେତନ ବିଶ୍ୱାଳ, ସମ୍ବିତ ମହାନ୍ତି ଓ ସାମ୍ବାଦିକ ନିତ୍ୟ ପ୍ରକାଶ ବେହେରା ଶ୍ରଦ୍ଧାଞ୍ଜଳୀ ଜଣାଇଥିବା ବେଳେ ବିଜେପି ପକ୍ଷରୁ ସୁଶାନ୍ତ ପୁହାଣ, ଅଭୟ ବଳ, ଚନ୍ଦନ ବଳ, କାଁହୁ ଚରଣ ବେହେରା, ସାର୍ଥକ ନାୟକ,ବିଶ୍ୱ ମୋହନ ଜେନା, ବି ଏମ ବିଶ୍ୱଜିତ ବିଶ୍ୱାଳ, ରତିକାନ୍ତ ନାୟକ, ଗଣେଶ ଦାସ ଉପସ୍ଥିତ ଥିଲେ।ସେହିପରି ହିନ୍ଦୁ ଜାଗରଣ ମଂଚ ଚାନ୍ଦବାଲି ଖଣ୍ଡ ପରିବାର ପକ୍ଷରୁ ଖଣ୍ଡ ଦାଇତ୍ୱରେ ଥିବା ଅଭୟ ସାମଲ, ବିପ୍ଳବ ବାରିକ, ଧନଞ୍ଜୟ ତାଡ଼ୁ ଏବଂ ସାମ୍ବାଦିକ କିଷାନ ପାତ୍ର, ପ୍ରଶାନ୍ତ ପାଣି, ବିଜୟ କୁମାର ମହାଳିକ, ଶରତ ଚନ୍ଦ୍ର ପଣ୍ଡା ପ୍ରମୁଖ ସହିଦ ପୀଠରେ ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.