Home ଜିଲ୍ଲା ପରିକ୍ରମା ଚାନ୍ଦବାଲିରେ ଓଣ୍ଡରଲ୍ୟାଣ୍ଡ ଇଂରାଜୀ ମାଧ୍ୟମ ପ୍ଲେ ସ୍କୁଲ ଉଦଘାଟିତ

ଚାନ୍ଦବାଲିରେ ଓଣ୍ଡରଲ୍ୟାଣ୍ଡ ଇଂରାଜୀ ମାଧ୍ୟମ ପ୍ଲେ ସ୍କୁଲ ଉଦଘାଟିତ

2

ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଣ୍ଡରଲ୍ୟାଣ୍ଡ ଇଂଟରନେଶନାଲ ତରଫରୁ ଚାନ୍ଦବାଲି ବାଲିଗାଁ ସ୍ଥିତ ପାଟୁଳି ଠାରେ ଓଣ୍ଡରଲ୍ୟାଣ୍ଡ ଇଂଲିଶ ମିଡ଼ିଅମ ପ୍ଲେ ସ୍କୁଲ ଉଦଘାଟିତ ହୋଇଛି।ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ମହାଳିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ଏନ.ଏ.ସି ଅଧ୍ୟାକ୍ଷା ଶାନ୍ତିଲତା ସେଠୀ, ମୁଖ୍ୟବକ୍ତା ଚାନ୍ଦବାଲି ଓକିଲ ସଙ୍ଘର ସଭାପତି ଉପେନ୍ଦ୍ର କୁମାର ରାଉଳ, ବିଶିଷ୍ଟ ଅତିଥି ଶିକ୍ଷାବିତ ଅମୂଲ୍ୟ କୁମାର ରାଉତ, ବରଣ୍ୟ ଅତିଥି ପ୍ରାକ୍ତନ ସରପଂଚ ବୃନ୍ଦାବନ ମହାଳିକ,ସମ୍ମାନିତ ଅତିଥି ଓଣ୍ଡରଲ୍ୟାଣ୍ଡର ଭୁବନେଶ୍ୱର ମୁଖ୍ୟ ନଳିନୀ ବାନାର୍ଜୀ ପ୍ରମୁଖ ଯୋଗ ଦେଇ ଇଂରାଜୀ ମାଧ୍ୟମ ପ୍ଲେ ସ୍କୁଲର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ କହିବା ସଙ୍ଗେ ସଙ୍ଗେ ନାଚ ଗୀତ ଓ ହସ ମଜାରେ ଛୋଟ ଛୋଟ ପିଲାମାନଙ୍କୁ ପାଠ ପଢ଼ାଇଲେ ସେମାନେ ପାଠ ପଢା ପ୍ରତି ଆଗ୍ରହ ଦେଖାଇବେ ବୋଲି ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ବିଦ୍ୟାଳୟର ଉଦ୍ୟେକ୍ତା ସ୍ୱାଗତିକା ମହାଳିକ ଅତିଥି ପରିଚୟ ଓ ଅଧ୍ୟକ୍ଷ ଶିକ୍ଷାବିତ ଶ୍ରୀମନ୍ତ କୁମାର ମହାଳିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଣ୍ଡରଲ୍ୟାଣ୍ଡ ଭବାନୀପାଟଣାର ଦେବପ୍ରସାଦ ରଥ,ମାଣିଆବନ୍ଧର ଡ. ଜିତେନ୍ଦ୍ର ଦାସ, ଭୁବନେଶ୍ୱରର ଜେ.ଏନ ଆଲୋକ ଏବଂ ସାମ୍ବାଦିକ ସୁକାନ୍ତ ସାହୁ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ସାମାଜିକ କର୍ମୀ ଅନୁପ କୁମାର ଜେନା ବିଦ୍ୟାଳୟ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.