Home ଓଡ଼ିଶା ଚାନ୍ଦପୁର ରାଜସୁନାଖଳା ରାସ୍ତା ଡିସେମ୍ବର ୨ରୁ ଅନିର୍ଦ୍ଧିଷ୍ଟକାଳ ପାଇଁ ବନ୍ଦ ନିଷ୍ପତି

ଚାନ୍ଦପୁର ରାଜସୁନାଖଳା ରାସ୍ତା ଡିସେମ୍ବର ୨ରୁ ଅନିର୍ଦ୍ଧିଷ୍ଟକାଳ ପାଇଁ ବନ୍ଦ ନିଷ୍ପତି

75

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୭/୧୧-  ନୟାଗଡ ଜିଲ୍ଲା  ରଣପୁର ତହସିଲ କୋଇଲମା ଅଂଚଳ ରେ  ଚାଲିଥିବା ବେଆଇନ ଖଣି ଓ ବେଆଇନ ବିସ୍ପୋରଣ କୁ ଅଂଚଳବାସୀ ବିରୋଧ କରିଆସୁଥିଲେ ।  ପ୍ରଶାସନ କୁ  ଲିଖିତ ଭାବରେ  ଜଣାଇଥିଲେ ମଧ୍ୟ  ପ୍ରଶାସନିକ ଅବହେଲା  ବିରୁଦ୍ଧରେ  ଆନ୍ଦୋଳନ ତୀବ୍ର  ହୋଇଛି । ସେଥିପାଇଁ ନଭେମ୍ବର ୨୭ ତାରିଖ  ଅପରାହ୍ନରେ କୋଇଲମା  ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ  ଏକ ପ୍ରତିବାଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋଧାଚୁଆ ଓ ବୃନ୍ଦାବନପୁର ଗ୍ରାମ ପଞ୍ଚାୟତ ର ଜଙ୍ଗଲ ଓ ପରିବେଶ ସୁରକ୍ଷା କମିଟିର ସଭାପତି ଶରତ କୁମାର ମହାପାତ୍ରଙ୍କ ନେତୃତ୍ୱରେ  ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି ।  ପ୍ରଶାସନିକ  ଆଢୁଆଳରେ ଦୀର୍ଘଦିନ ହେଲା କୋଇଲମା ମୈାଜାରେ ବେଆଇନ ଖଣି ଓ ବିସ୍ପୋରଣ ଚାଲୁଥିଲା । ପ୍ରଶାସନ ବେଆଇନ ଖଣି ଓ ବିସ୍ପୋରଣ ବନ୍ଦ କରିବା ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ  ପ୍ରତିଶୃତି ପ୍ରତାରଣାରେ ପରିଣତ ହୋଇଛି ବୋଲି ଆଲୋଚନା ହୋଇଥିଲା ।

ତେଣୁ ଚାନ୍ଦପୁର ରାଜସୁନାଖଳା ରାସ୍ତା କୁ ଅନିର୍ଦ୍ଧିଷ୍ଟ କାଳ ପାଇଁ  ଆସନ୍ତା ଡିସେମ୍ବର ୨ ତାରିଖରୁ ବନ୍ଦ କରାଯିବ ବୋଲି ନିଷ୍ପତି ନେଇ  ପ୍ରଶାସନ କୁ ଚେତାବନୀ ଦେଇଥିବା ଜଣାପଡିଛି । ଏଥିରେ ଆଇନଜୀବି ଗିରିଜାକାନ୍ତ ମହାପାତ୍ର , ମହାଦେବ ମହାରଣା , ଭୀକାରୀ ସାହୁ , କୈଳାସ ସାହୁ , ଭାଗି ନାୟକ , ମିନ ନାୟକ , ଟିକନ ନାୟକ ଆଦି ବହୁ ଅଂଚଳବାସୀ ଯୋଗ ଦେଇଥିଲେ ।  ଏ ସର୍ମ୍ପକେ ରଣପୁର ତହସିଲଦାର ଯୁଗଲ ମିଶ୍ର ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ମୁଁ ରାତିସାରା ଦିନସାରା ଖଣି ଅଂଚଳ ବୁଲି ବେଆଇନ ଖଣି ଓ ବେଆଇନ ବିସ୍ପୋରଣ କୁ  ବନ୍ଦ କରିବା ପାଇଁ ନିର୍ଦେଶ ଦେଇଛି । ଯଦି ଅନ୍ଧାର ରାତି ର ସୁଯୋଗ ନେଇ କେହି ବେଆଇନ ବିସ୍ପୋରଣ କରୁଥାଏ ନିର୍ଦ୍ଧିଷ୍ଟ ଅଭିଯୋଗ ପାଇଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆନ୍ଦୋଳନକାରୀ ମାନେ ରାସ୍ତାରୋକରୁ ଓହରି ଯାଇ ପ୍ରଶାସନିକ ପଦକ୍ଷେପ କୁ ଦେଖନ୍ତୁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.