Home ଓଡ଼ିଶା ଚାନ୍ଦପୁର ପୋଲିସ ଦ୍ୱାରା ବୁଲେଟ ଚୋରୀ ଅଭିଯୋଗରେ ଯୁବକ ଗିରଫ

ଚାନ୍ଦପୁର ପୋଲିସ ଦ୍ୱାରା ବୁଲେଟ ଚୋରୀ ଅଭିଯୋଗରେ ଯୁବକ ଗିରଫ

46

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୮/୧୨- ରାଜ୍ୟରେ ପୋଲିସ ଯେତେ ସଜାଗ ହେଲେ ମଧ୍ୟ ଚୋରୀ ବଢିବାରେ ଲାଗିଛି । କିନ୍ତୁ ନୟାଗଡ ଜିଲ୍ଲା ଚାନ୍ଦପୁର ଥାନାରେ ଏକ ବୁଲେଟ ଗାଡି ଚୋରୀ ଅଭିଯୋଗ ପାଇବାର ୬ ଘଣ୍ଟା ଭିତରେ ଥାନା ନିରୀକ୍ଷକ ରଶ୍ମୀ ରଞ୍ଜନ ଦାସ ଚୋରୀ ବୁଲେଟ ଜବତ କରିବା ସହ ଚୋରୀ  ଅଭିଯୋଗରେ ଯୁବକ କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଡିସେମ୍ବର ୧୬ ତାରିଖ ରାତ୍ରୀ ରେ ଚମ୍ପାଗଡ ଗ୍ରାମରୁ ଏକ ବୁଲେଟ ମୋଟର ସାଇକେଲ ଚୋରୀ ହେବାର ଚାନ୍ଦପୁର ଥାନାରେ ଅଭିଯୋଗ ହୋଇଥିଲା ।

ପୋଲିସ ବୁଲେଟ କୁ ଜବତ କରିବା ସହ ଚୋରୀ ଅଭିଯୁକ୍ତ ଗଜି ଦୁର୍ଯ୍ୟୋଧନ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଚୋରୀ ହୋଇଥିବା ବୁଲେଟ କୁ ଅଭିଯୋଗକାରୀ ଙ୍କୁ ପ୍ରଦାନ କରାଯାଇଛି । ଅଭିଯୁକ ଜଣେ ଦୁର୍ଦାନ୍ତ ଯୁବକ ହୋଇଥିବାରୁ ଅଭିଯୋଗକାରୀ ଙ୍କ ପ୍ରତି ବିପଦ ଥିବାରୁ ପୋଲିସ ଅଭିଯୋଗକାରୀ ଙ୍କ ନାମ ଉଲ୍ଲେଖ ନ କରିବାକୁ ଅନୁରୋଦ କରିଛି । କୋର୍ଟ ଚାଲାଣ ପରେ ଅଭିଯୁକ୍ତର ଜାମିନ୍ ନାମଞ୍ଜୁର ହେବାରୁ ରଣପୁର ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.