Home ଓଡ଼ିଶା ଚାନ୍ଦପୁର ପୋଲିସ୍ ର ଯୁବକଙ୍କୁ କୋଟ୍‌ର୍ ଚାଲାଣ

ଚାନ୍ଦପୁର ପୋଲିସ୍ ର ଯୁବକଙ୍କୁ କୋଟ୍‌ର୍ ଚାଲାଣ

82

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ତହସିଲର ଝାଡପଡା,ଚାନ୍ଦପୁର ରାଜସ୍ୱ ଅଂଚଳରେ ଚୋରା ମାଙ୍କଡା ପଥର ବାରମ୍ବାର କଟାଯିବା ଅଭିଯୋଗ ହୋଇଆସୁଥିଲା । ଯାହାକୁ ନେଇ ରଣପୁର ତହସିଲଦାର ଅଭ୍ୟାସଗତ ଚୋରା ମାଙ୍କଡା ପଥର କଟାଳି ଙ୍କ ନାମରେ ଅଭିଯୋଗ କରିଥିଲେ ।

ଯାହାକୁ ନେଇ ଚାନ୍ଦପୁର ଥାନା ରେ ୬୦/୨୦୨୧ ନମ୍ବର ଏକ ମାମଲା ରୁଜୁ ହୋଇ ପୋଲିସ ଅଭିଯୁକ୍ତ ମାନଙ୍କୁ ଖୋଜୁଥିଲା । ଗତ ୨୬ ତାରିଖ ରେ ରଣପୁର ତହସିଲ ଅଫିସ ନିକଟରୁ ଅଭିଯୁକ୍ତ ଅମରେନ୍ଦ୍ର ପ୍ରଧାନ ଓରଫ ଅନି କୁ ଚାନ୍ଦପୁର ପୋଲିସ ଗିରଫ କରିନେଇଥିଲା । ଚାନ୍ଦପୁର ପୋଲିସର ସୂଚନା ଅନୁଯାୟୀ ଅନି ନାମରେ ୩ ରୁ ଅଧିକ ବେଆଇନ ଖଣି ମାମଲା ରହିଅଛି । ମେ ୨୭ ତାରିଖ ଅଭିଯୁକ୍ତ ଅନିକୁ ଚାନ୍ଦପୁର ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.