Home ଓଡ଼ିଶା ଚାନ୍ଦପୁର ଥାନା ରେ ଗୃହମନ୍ତ୍ରୀ ଙ୍କ ନାମରେ ଏତଲା

ଚାନ୍ଦପୁର ଥାନା ରେ ଗୃହମନ୍ତ୍ରୀ ଙ୍କ ନାମରେ ଏତଲା

44

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୨/୧୧-  ସାରା ରାଜ୍ୟ ରେ ମମିତା ମେହେର  ହତ୍ୟାକାଣ୍ଡ ଆଉ ଏକ ରାଜନୈତିକ ଆନ୍ଦୋଳନ ହୋଇ ରହିନାହିଁ  । ଏହା ବର୍ତ୍ତମାନ ଜନ ମାନସ ର ଆନ୍ଦୋଳନ ରୂପରେଖ ନେଇ ସାରିଲାଣୀ । ଯାହାକୁ ନେଇ ଓଡିଶା ର ଶାସକ ଦଳ ବ୍ୟସ୍ତ ବିବ୍ରତ ହୋଇ ଆନ୍ଦୋଳନ କୁ ଚପାଇବା ପାଇଁ ଦର ବୃଦ୍ଧି ର ଆନ୍ଦୋଳନ ଡାକରା ଦେଇଥିବା ଜଣାପଡିଛି । ଭାରତୀୟ ଜନତା ପାର୍ଟି ଏହି ଆନ୍ଦୋଳନ କୁ ବ୍ୟାପକ କରିଥିବା ବେଳେ ରଣପୁର ଭାରତୀୟ ଜନତା ପାର୍ଟି ଚାନ୍ଦପୁର ମଣ୍ଡଳ ସଭାପତି ଜିତେନ୍ଦ୍ର କୁମାର ସାହୁ ଚାନ୍ଦପୁର ଥାନା ରେ ଓଡିଶା ର ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ ନାମ ରେ ମମିତା ମେହେର ହତ୍ୟା କାଣ୍ଡ ରେ ସଂପୃକ୍ତି ନେଇ ଲିଖିତ ଏତଲା ଦେଇଥିବା ଜଣାପଡିଛି ।

ରଣପୁର ର ପୁର୍ବତନ ବିଧାୟିକା ତଥା ପୁର୍ବତନ ମନ୍ତ୍ରୀ ସୁରମା ପାଢୀ ଙ୍କ ନେତୃତ୍ୱ ରେ ଶତାଧିକ ଭାରତୀୟ ଜନତା ପାର୍ଟି ଚାନ୍ଦପୁର କର୍ମୀ ଙ୍କ ସହ ପରେଶ ମିଶ୍ର, ବିପିନ ବିହାରୀ ନାୟକ , ତାପସ ରଞ୍ଜନ ମାର୍ଥା , ନିର୍ମଳ କୁମାର ମତଗଜସିଂ , ପ୍ରଶାନ୍ତ ନାୟକ ଆଦି ବହୁ ନେତୃବର୍ଗ ଯୋଗଦେଇ ଚାନ୍ଦପୁର ରେ ଏକ ବିରାଟ   ଶୋଭାଯାତ୍ରା କରିଥିଲେ । ପରେ ପରେ ଚାନ୍ଦପୁର ଥାନା ଆଗରେ ଏକ ସଭା କରି ରାଜ୍ୟ ସରକାର ଙ୍କ ବିରୁଦ୍ଧ ରେ  ନାରାବାଜି କରିବା ସହ ନିଜ ନିଜର ଅଭି ଭାଷଣ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.