Home ଓଡ଼ିଶା ଚାନ୍ଦପୁର ଥାନା ଗୋଦାସାହି ନିକଟରୁ ଅଜଣା ବ୍ୟକ୍ତିର ଶବ ଉଦ୍ଧାର ହତ୍ୟା ସନ୍ଦେହ

ଚାନ୍ଦପୁର ଥାନା ଗୋଦାସାହି ନିକଟରୁ ଅଜଣା ବ୍ୟକ୍ତିର ଶବ ଉଦ୍ଧାର ହତ୍ୟା ସନ୍ଦେହ

54

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୯/୧୨- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ପଟିଆ ଗ୍ରାମପଞ୍ଚାୟତ ଗୋଦାସାହି ନିକଟ ରାସ୍ତାକଡ ବୁଦୁବୁଦିକିଆ ଜଙ୍ଗଲ ନିକଟରୁ ଏକ ଅଜଣା ବ୍ୟକ୍ତିର ଶବ ଉଦ୍ଧାର ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଗତ ୮ ତାରିଖ ଅପରାହ୍ନରେ ଏକ ଗାଈ ଜଗୁଆଳ ଗାଈ ଚରାଉଥିବା ବେଳେ ଗାଈମାନେ ମୃତ ବ୍ୟକ୍ତିର ଶବ ଦେଖି ଦଉଡିଥିଲେ । ଗଉଡ ଯାଇ ଦେଖିବା ପରେ ଘଟଣାଟି ଆସ୍ତେ ଆସ୍ତେ ପ୍ରଘଟ ହୋଇଥିଲା । ଚାନ୍ଦପୁର ଥାନା ପୋଲିସ ଖବର ପାଇ ଶବ ଜବତ କରିଥିବା ଜଣାପଡିଛି । ଏ ସର୍ମ୍ପକେ ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀ ରଞ୍ଜନ ଦାସ କୁହନ୍ତି ମୃତ ବ୍ୟକ୍ତିର କୈାଣସି ସଠିକ୍ ପରିଚୟ ମିଳିପାରିନାହିଁ ।

ମୃତ ବ୍ୟକ୍ତି ଜଣକ ମଦପିଇ ପଡିଯାଇ ପ୍ରାଣ ହରାଇଥିବା  ସନ୍ଦେହ କରାଯାଇଉଛି । ଗ୍ରାମବାସୀ ଦେଖଣାହାରୀ ମାନଙ୍କ କହିବା ଅନୁଯାଇ ମୃତ ବ୍ୟକ୍ତି ପଡିଥିବା ଜାଗାକୁ ଗାଡି ମଟର ଯାଇଥିବା ଗାଡି ଚକା ଚିହ୍ନ ଦେଖିବାକୁ ମିଳୁଛି ।  ନିକଟରେ ଖୋର୍ଦ୍ଧା ଜିଲ୍ଲା ଦିଗଦ୍ ପଡା ଅଂଚଳର ଜଣେ ବକ୍ତି ବେଆଇନ ଚୋରା ପଥର କାଟୁଥିବାରୁ ତାଙ୍କର କୈାଣସି ଶ୍ରମିକ କୁ ହତ୍ୟା କରାଯାଇ ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ପୁର୍ବରୁ ଏହି ଅଂଚଳରେ ୨ ଟି ମୃତଦେହ ମିଳିଥିଲେ ସୁଦ୍ଧା ମୃତବ୍ୟକ୍ତିଙ୍କ ଏ ଯାଏଁ ପରିଚୟ ମିଳିପାରିନାହିଁ । ଶବ ବ୍ୟବଛେଦ ପରେ ପୋଲିସ ନିୟମ ଅନୁଯାଇ ଶବକୁ ରଖି ତଦନ୍ତ ଜାରି ରଖିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.