Home ଓଡ଼ିଶା ଚାନ୍ଦପୁର ଗ୍ରୀଡ୍ ରୁ ରଣପୁରକୁ ବିଦ୍ୟୁତ୍ ସଂଯୋଗ ହେବା ନିଶ୍ଚିତ

ଚାନ୍ଦପୁର ଗ୍ରୀଡ୍ ରୁ ରଣପୁରକୁ ବିଦ୍ୟୁତ୍ ସଂଯୋଗ ହେବା ନିଶ୍ଚିତ

68

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୩୧/୦୭-ନୟାଗଡ ଜିଲ୍ଲା ରଣପୁରକୁ ନୟାଗଡ ଗ୍ରୀଡ୍ ରୁ ବିଦ୍ୟୁତ୍ ସଂଯୋଗ ହୋଇ ଆସୁଥିଲା । ପ୍ରାୟ ୩୦ କି.ମି ବାଟ ଏହି ଲମ୍ବା ୩୩କେଭି ଲାଇନ୍ ଆସିବା ଯୋଗୁଁ ଅନେକ ସମୟରେ ଦିନଦିନ ରାତିରାତି ଧରି ବିଦ୍ୟୁତ୍ ସଂଯୋଗ ହୋଇ ପାରୁନଥିଲା । ଯାହା ଫଳରେ ରଣପୁର ର ବିଦ୍ୟୁତ୍ ଉପଭୋକ୍ତମାନେ ବହୁ ହଇରାଣ ହେଉଥିଲେ । ଅପରପକ୍ଷେ ଏହି ରଣପୁର ଖଣ୍ଡିସି ସବ୍ ଷ୍ଟେସନ୍ କୁ ଚାନ୍ଦପୁର ଗ୍ରୀଡ୍ ର ୁବିଦ୍ୟୁତ୍ ସଂଯୋଗ ହୋଇଅଛି । ରଣପୁର ରୁ ଖଣ୍ଡିସି ମାତ୍ର ୬କି.ମି । ଗତ ମାସରେ ନୟାଗଡ ଗ୍ରୀଡ୍ ରୁ ଆସୁଥିବା ବିଦ୍ୟୁତ୍ ସଂଯୋଗ ଜଗତିପାଟଣାଠାରେ କଟିଯାଇଥିଲା । ଗ୍ରାମବାସୀ ଜଗତିପାଟଣା ଗ୍ରାମ ମଧ୍ୟ ଦେଇ ବିଦ୍ୟୁତ୍ ଆସିବାକୁ ଘୋର ବିରୋଧ କରିଥିଲେ ।

ଯାହା ଫଳରେ ରଣପୁର ୫୦ଘଣ୍ଟାରୁ ଉର୍ଦ୍ଧ୍ୱ ଅନ୍ଧାରରେ ରହିଥିଲା । ଏହିସବୁ ଅସୁବିଧାକୁ ଦୃଷ୍ଟିରେ ରଖି ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଟାଟା ପାୱାର କୁ ଚିଠି ଲେଖିଥିଲେ । ବିଧାୟକଙ୍କ ସୁଚନା ଅନୁଯାୟୀ ଟାଟା ପାୱାର କର୍ମଚାରୀମାନେ ଚାନ୍ଦପୁର ଗ୍ରୀଡ୍ ରୁ ଖଣ୍ଡିସି ଦେଇ ରଣପୁର ସବ୍ ଷ୍ଟେସନ୍ କୁ ବିଦ୍ୟୁତ୍ ସଂଯୋଗ ଆସିବା ପାଇଁ ସର୍ଭେ କରି ଫେରିଥିବା ଜଣା ପଡିଛି । ଏ ସମ୍ପର୍କେ ଦାୟିତ୍ୱରେ ଥିବା ଏସ୍‌.ଡି.ଓ ବିଭୁତି ଭୁଷଣ ଶ୍ରୀଚନ୍ଦନଙ୍କୁ ଯୋଗା ଯୋଗ କରିବାରେ କୁହନ୍ତି ଯେ ଟାଟା ପାୱାର କମ୍ପାନୀର କର୍ମଚାରୀମାନେ ସର୍ଭେ କରି ବ୍ୟୟ ଅଟକଳ ନେଇ ଯାଇଛନ୍ତି । ଖୁବ୍ ଶୀଘ୍ର ଚାନ୍ଦପୁର ଗ୍ରୀଡ୍ ରୁ ରଣପୁର ବିଦ୍ୟୁତ୍ ସବ୍ ଷ୍ଟେସନ୍ କୁ ବିଦ୍ୟୁତ୍ ସଂଯୋଗ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.