Home ଜିଲ୍ଲା ପରିକ୍ରମା ଚାନ୍ଦପୁର କୋଭିଡ ହେଲ୍‌ଥ ସେଂଟର ଓ ସମ୍ ହସପିଟାଲ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ

ଚାନ୍ଦପୁର କୋଭିଡ ହେଲ୍‌ଥ ସେଂଟର ଓ ସମ୍ ହସପିଟାଲ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ

109

ନୟାଗଡ଼, ୨୦ା୭:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) କରୋନା ରୋଗୀଙ୍କ ଚିକିତ୍ସା ପାଇଁ ନୟାଗଡ଼ ଜିଲାର ରଣପୁର ବ୍ଳକ ଚାନ୍ଦପୁର ଠାରେ ଥିବା କୋଭିଡ୍ ହେଲ୍‌ଥ ସେଂଟର ଓ ଭୁବନେଶ୍ୱର ସମ୍‌ ହସପିଟାଲ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି। ଏଥିନିମନ୍ତେ ସମ୍ ହସପିଟାଲର ଏକ ପ୍ରତିନିଧି ଦଳ ନୟାଗଡ଼ ଜିଲାର ଚାନ୍ଦପୁର କୋଭିଡ୍ ହସପିଟାଲକୁ ଆସିଥିଲେ। ଏହି ପ୍ରତିନିଧି ଦଳ ମଧ୍ୟରେ ଡା ବସନ୍ତ କୁମାର ପତି, ଡା-ମନୋଜ କୁମାର ଓ ଡା-ଶଶାଙ୍କ ଶେଖର ମିଶ୍ର ଆସି ରଣପୁର ବିଧାୟକ ତଥା ଯୋଜନାବୋର୍ଡ଼ ଉପାଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ, ଜିଲାପାଳ ଡ-ପୋମା ଟୁଡୁଙ୍କ ସହିତ ଆଲୋଚନା କରିଥିଲେ। ଏହି ଆଲୋଚନାରେ ପିଡି ସୁବାଷ ଚନ୍ଦ୍ର ରାୟ, ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ, ଉପଜିଲାପାଳ ଲଗ୍ନଜିତ ରାଉତ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରଂଜିତା ବିଶ୍ୱାଳ ଅଂଶ ଗ୍ରହଣ କରିଥିଲେ। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲାବେଳେ ଚାନ୍ଦପୁର କୋଭିଡ ହସପିଟାଲ ଓ ସମ୍‌ହସପିଟାଲ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଥିଲା। ଏଣିକି ଚାନ୍ଦପୁର ହସପିଟାଲର ସମସ୍ତ ବ୍ୟବସ୍ଥା ସମ୍ ହସପିଟାଲ କର୍ତ୍ତୃପକ୍ଷ କରିବେ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଗତ ୧୫ ତାରିଖରେ ନୟାଗଡ଼ ଡିଆରଡିଏ ସମ୍ମିଳନୀ କକ୍ଷରେ ଏଥିନିମନ୍ତେ ଜିଲାପ୍ରଶାସନ ଓ ସମ୍ ହସପିଟାଲର ପ୍ରତିନିଧି ଦଳ ସହିତ ଏମଓୟୁ ନେଇ ପ୍ରଥମ ଆଲୋଚନା ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.