Home ଓଡ଼ିଶା ଚାନ୍ଦପୁର ଓ କନ୍ଧନୟାଗଡ କୁ ଏନ୍ ଏ ସି ଘୋଷଣା ପାଇଁ ବିଧାୟକ ଙ୍କୁ ସ୍ମାରକ...

ଚାନ୍ଦପୁର ଓ କନ୍ଧନୟାଗଡ କୁ ଏନ୍ ଏ ସି ଘୋଷଣା ପାଇଁ ବିଧାୟକ ଙ୍କୁ ସ୍ମାରକ ପତ୍ର

46

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୨/୧୦- ନୟାଗଡ ଜିଲ୍ଲା  ରଣପୁର ବ୍ଲକ ର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଭାବେ ଚାନ୍ଦପୁର ପରିଚିତ । ଚାନ୍ଦପୁର ଓ କନ୍ଧ ନୟାଗଡ ଗ୍ରାମ ପଞ୍ଚାୟତ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ଭାବେ ଅଙ୍ଗାଙ୍ଗି ଜଡିତ । ଜନସଂଖ୍ୟା ଦୃଷ୍ଟି ରୁ ଉଭୟ ଗ୍ରାମ ପଞ୍ଚାୟତ ବିଜ୍ଞାପିତ ଅଂଚଳ ଘୋଷଣା ପାଇଁ ଯୋଗ୍ୟ । ୧୬ ନଂ ଜାତୀୟ ରାଜପଥ କଡରେ ଚାନ୍ଦପୁର ଓ କନ୍ଧନୟାଗଡ ଅବସ୍ଥିତ । ନିକଟରେ କାଳୁପଡା ଘାଟ୍ ରେଳପଥ । ଜାତୀୟ ସ୍ତର ର ଏକ ସ୍ୱାସ୍ଥ୍ୟ କେନ୍ଦ୍ର ସାଙ୍ଗ କୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଏକ ଥାନା ମଧ୍ୟ ରହି ଅଛି । ବିଜ୍ଞାପିତ ଅଂଚଳ ଘୋଷଣା ପାଇଁ ସମସ୍ତ ଭିତ୍ତି ଭୂମିଥିବା ଏହି ଅଂଚଳ ।  ସରକାର ପଞ୍ଚାୟତ ଠାରୁ ସହରାଂଚଳ ପୁର୍ନଗଠନ ପାଇଁ ଆଗଭର ହୋଇଥିବା ଜଣାପଡିଛି । ତେଣୁ ଚାନ୍ଦପୁର ଓ କନ୍ଧ ନୟାଗଡ କୁ ବିଜ୍ଞାପିତ ଅଂଚଳ ଘୋଷଣା ପାଇଁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଙ୍କୁ ଏକ ସ୍ମାରକ ପତ୍ର ଦିଆଯାଇଥିବା ଜଣାପଡିଛି ।

ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ଚାନ୍ଦପୁର ଧନେଶ୍ୱର ଅଗ୍ରୱାଲ ଙ୍କ ନେତୃତ୍ୱ ରେ କନ୍ଦନୟାଗଡ ର ପୁର୍ବତନ ସମିତି ସଭ୍ୟ ମନୋଜ ଦାସ , ବିଜୁ ଜନତା ଦଳର ଚାନ୍ଦପୁର ସଭାପତି ବିଶ୍ୱନାଥ ସାହୁ , ସାମାଜିକ କର୍ମୀ ପାଣ୍ଡବ ସାହୁ , ରଣପୁର ବ୍ଲକ ବିଜୁ ଜନତା ଦଳ ସଭାପତି ପାଣ୍ଡବ ସେଠୀ ଓ ରଣପୁର ବ୍ଲକ ପୁର୍ବତନ ଅଧ୍ୟକ୍ଷ ବେବାଶିଷ ପଟ୍ଟନାୟକ ପ୍ରମୁଖ ବିଧାୟକ ଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଥିଲେ ।  ଏହାର ଅବିକଳ ନକଲ ଓଡିଶା ପୈାର ମନ୍ତ୍ରୀ , ଶାସନ ସଚିବ , ରାଜସ୍ୱ କମିସନର , ନୟାଗଡ ଜିଲ୍ଲାପାଳ ଓ ପୁରୀ ସାଂସଦ ଙ୍କ ଉଦେଶ୍ୟ ରେ ପଠାଇ ଥିବା ଜଣାପଡିଛି । ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପୁର୍ବରୁ ବିଜ୍ଞାପିତ ଅଂଚଳ ଘୋଷଣା ପାଇଁ ଅଂଚଳ ବାସୀ ଦାବୀ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.