Home ଓଡ଼ିଶା ଚାନ୍ଦପୁରରୁ ଚୋରି ପିକ୍ ଅପ୍ ଭ୍ୟାନ୍ ଉଦ୍ଧାର ୪ ଅଭିଯୁକ୍ତ ଅଟକ

ଚାନ୍ଦପୁରରୁ ଚୋରି ପିକ୍ ଅପ୍ ଭ୍ୟାନ୍ ଉଦ୍ଧାର ୪ ଅଭିଯୁକ୍ତ ଅଟକ

110

ଓଡିଆ ପୁଅ (ଦେବୀ ପ୍ରସାଦ ଆଚାର୍ଯ୍ୟ)୧୧/୯-ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା କନ୍ଧନୟାଗଡ ବଡପଦା ସାହିରୁ ଚୋରି ହୋଇଥିବା ପିକ୍ ଅପ୍ ଭ୍ୟାନ୍ ୨୪ଘଣ୍ଟା ନ ପୂରୁଣୁ ଉଦ୍ଧାର ହୋଇଥିବା ଜଣା ପଡିଛି ଏବଂ ଚୋରି ଅଭିଯୋଗରେ ପୋଲିସ୍ ୪ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଗତ କିଛିଦିନ ହେଲା ଚାନ୍ଦପୁର ଥାନା ଚାନ୍ଦପୁର ଓ ୧୬ନମ୍ବର ଜାତୀୟ ରାଜପଥ କଡରୁ ଅନେକ ଗାଡି ଚୋରି ହୋଇଥିବା ଅଭିଯୋଗ ହେଉଥିଲା , କିନ୍ତୁ ଚାନ୍ଦପୁର ଥାନାରେ ନୂତନ ଭାବେ ରଶ୍ମି ରଂଜନ ଦାସ ଇନିସ୍‌ପେକ୍ଟର୍ ଭାବେ ସେପ୍ଟେ୍‌ମ୍ବର ମାସ ୯ ତାରିଖରେ କାର୍ଯ୍ୟରେ ଯୋଗଦେଇଥିଲେ । ଏହିଦିନ ବିଳମ୍ବିତ ରାତ୍ରିରେ ଏକ ଘରୋଇ କମ୍ପାନୀ କାର୍ଯ୍ୟରେ କାର୍ଯ୍ୟ କରୁଥିବା ପିକ୍ ଅପ୍ ଭ୍ୟାନ୍‌ଟି ଚୋରି ହୋଇଯାଇଥିଲା ।

ଗତ ସେପ୍ଟେମ୍ବର  ୧୦ ତାରିଖ ସକାଳୁ ଚାନ୍ଦପୁର ଥାନାରେ ଅଭିଯୋଗ ହୋଇଥିଲା । ଇନିସ୍‌ପେକ୍ଟର୍ ରଶ୍ମି ରଂଜନ ଦାସ ଅଭିଯୋଗ ପାଇ ଏକ ମାମଲା ରୁଜୁ କରିବାସହ ତଦନ୍ତ ଜାରି ରଖିଥିଲେ । ମାମଲା ରୁଜୁ ହେବାର ୨୪ଘଣ୍ଟା ମଧ୍ୟରେ ଇଟାମାଟି ଥାନା ସୁନାଲଟି ନୂଆଗାଁ ନିକଟ ମୋହନପୁରବନ୍ଧ ଗ୍ରାମରୁ ଚୋରି ହୋଇଥିବା ପିକ୍ ଅପ୍ ଭ୍ୟାନ୍‌ଟିକୁ ଉଦ୍ଧାର କରିଥିଲେ ଏବଂ ଚୋରି ଅଭିଯୋଗରେ ଏହି ଗ୍ରାମରୁ ୪ଜଣ ଯୁବକଙ୍କୁ ଧରି ଆଣି ଚାନ୍ଦପୁର ଥାନାରେ ରଖି ପଚରାଉଚରା ଜାରି ରଖଛନ୍ତି । ଗାଡି ଚୋରିର ଏତଲା ପାଇବାର ୨୪ଘଣ୍ଟା ନ ପୂରୁଣୁ ଗାଡି ଉଦ୍ଧାର ହୋଇଥିବା ଯୋଗୁ ଚାନ୍ଦପୁର ଥାନା ଅଂଚଳର ଲୋକମାନେ ଥାନା ପ୍ରତି ଆସ୍ଥା ପ୍ରକଟ କରିଥିବା ଜଣାପଡିଛି । ତଦନ୍ତରେ ବାଧା ଉପୁଜିବା ନେଇ ଅଟକ ଥିବା ଯୁବକମାନଙ୍କର ବିଷୟରେ ସୂଚନା ଦେବାପାଇଁ ଚାନ୍ଦପୁର ଥାନା ଇନିସ୍‌ପେକ୍ଟର୍ ରଶ୍ମି ରଂଜନ ଦାସ ମନା କରିଛନ୍ତି । ଏଥିସହ ଅନ୍ୟ ଚୋରି ଗାଡିର ର‌୍ୟାକେଟ୍ ଧରିବା ପାଇଁ ଉଦ୍ୟମ ଚାଲିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.