Home ଜିଲ୍ଲା ପରିକ୍ରମା ଚାକିରୀ ତିହିଡିରେ, ରହଣି ଭଦ୍ରକରେ

ଚାକିରୀ ତିହିଡିରେ, ରହଣି ଭଦ୍ରକରେ

142

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ତିହିଡି ବ୍ଲକ୍‌, ତହସିଲ ଓ ଥାନାରେ ଯେଉଁ ଅଫିସରମାନେ ନିଯୁକ୍ତି ପାଇଥାନ୍ତି, ସେମାନେ ପ୍ରଥମେ ତିହିଡିରେ ଯୋଗଦେବା ପାଇଁ କୁଣ୍ଠାବୋଧ କରନ୍ତି । ମାତ୍ର ଥରେ ଯୋଗଦେଲେ, ଆଉ ତିହିଡି ଛାଡିବାକୁ ଇଚ୍ଛା କରନ୍ତି ନାହିଁ । ଯଦି ବଦଳି ନିର୍ଦ୍ଦେଶ ଆସେ, ତେବେ ନେତାଙ୍କ ଶରଣ ପଶି ତାହାକୁ ବାତିଲ କରନ୍ତି । ତିିହିଡିରେ ଅବସ୍ଥାପିତ ଅଫିସର, ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀମାନେ ତିହିଡି ଠାରେ ନରହି ଜିଲା ହେଡକ୍ୱାର୍ଟସ୍ ଭଦ୍ରକରେ ରହିବାକୁ ପସନ୍ଦ କରନ୍ତି । ନିଜ ମନଇଚ୍ଛାରେ କାର୍ଯ୍ୟାଳୟକୁ ଆସନ୍ତି । ତାଗିଦ୍ କରିବାକୁ କେହି ନଥାନ୍ତି । ତିହିଡିରେ ବିଦ୍ୟୁତ୍ ବିଭାଗ ସବଡିଭିଜନ ତିହିଡି ଓ ଚାନ୍ଦବାଲି ବ୍ଲକ୍‌କୁ ନେଇ ଗଠିତ ହୋଇଛି । ତିହିଡି ବଜାର ଠାରୁ ୧ କିଲୋମିଟର ଦୂରରେ ଏହି କାର୍ଯ୍ୟାଳୟ ନନ୍ଦପୁରଠାରେ ଅବସ୍ଥାପିତ । ବିଡମ୍ବନା ଅଧିକାଂଶ ସମୟରେ ବିଦ୍ୟୁତ୍ ବିଭାଗର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ତିହିଡିରେ ନରହି ଭଦ୍ରକରେ ରୁହନ୍ତି । ବିଦ୍ୟୁତ୍ କାଟ ହେଲେ ନିଜ ଭଦ୍ରକ ଘରୁ ଗ୍ରୀଡକୁ ଯାଇ ସଟଡାଉନ୍ ନେଇ ଡ୍ୟୁଟି ସାରି ଦିଅନ୍ତି । ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରମାନେ ମଧ୍ୟ ତିହିଡି ନରହି ଭଦ୍ରକରେ ରହୁଛନ୍ତି । ମାସରେ କେତେଥର ଆସନ୍ତି ଡାକ୍ତରଖାନାକୁ ତାହାର ହିସାବ ନାହିଁ । ସେହିପରି ତିହିଡି ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟର ଅବସ୍ଥା ସଂପୃକ୍ତ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କୁ ଆଣିବା ପାଇଁ ପ୍ରତିଦିନ ସକାଳେ ଭଦ୍ରକ ଯିବ ସରକାରୀ ଗାଡି । ପୁଣି ସନ୍ଧ୍ୟାରେ ସରକାରୀ ଗାଡିରେ ଭଦ୍ରକ ଫେରନ୍ତି । ଏମିତି ସରକାରୀ ତହବିଲ୍‌ରୁ ଅର୍ଥ ହେଉଛି । ତେବେ ଏନେି ୫-ଟି ସଚିବଙ୍କୁ ଲିଖିତ ଭାବେ ଅବଗତ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ ବୋଲି ଅଭିଯୋଗ ହେଉଛି । ସେହିପରି ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଜଣେ ଯନ୍ତ୍ରୀ ମଧ୍ୟ ସେମିତି ସରକାରୀ ଅର୍ଥ ଚଳିଯାଆନ୍ତି । ତିହିଡିରେ ୪୮ଟି ପାନୀୟ ଜଳ ପ୍ରକଳ୍ପ ମଧ୍ୟରୁ କେତେକ ଅଚଳ ହୋଇଥିଲେ ମଧ୍ୟ ତାକୁ ସଚଳ କରିବା ପାଇଁ ତାଙ୍କର ନିଘା ନାହିଁ । ଆଉ ସମସ୍ତ କର୍ମଚାରୀ ଭଦ୍ରକରୁ ପାଳି କରି ତିହିଡି ଆସନ୍ତି । କେତେକ ଯନ୍ତ୍ରୀ ମାସରେ ପ୍ରାୟ ୨ ରୁ ୩ ଥର ଅଫିସ୍ ଆସନ୍ତି । ଅନ୍ୟଦିନେ ଅନ୍ୟମାନଙ୍କ ଦ୍ୱାରା କାମ କରି ନିଅନ୍ତି ।

 

 

ତହସିଲଦାର ରହୁଛନ୍ତି ଭଦ୍ରକରେ । ଆରଆଇମାନେ ନିଜ ଏରିଆ ଛାଡି ମଧ୍ୟ ଭଦ୍ରକରେ ଘରଭଡା ନେଇ ରହୁଛନ୍ତି । ଶିକ୍ଷା ବିଭାଗର ବିଇଓ କାର୍ଯ୍ୟାଳୟ ତିହିଡିରେ ଥିଲେ ମଧ୍ୟ ଆଜିଯାଏ ସ୍ଥାୟୀ ବିଇଓ ନିଯୁକ୍ତି ହୋଇପାରିନାହାଁନ୍ତି । ତିହିଡି ବ୍ଲକ୍‌ରେ ଘର ହୋଇଥିଲେ ମଧ୍ୟ କେତେକ ଶିକ୍ଷ ଭଦ୍ରକ ସହରରେ ଘରଭଡା ନେଇ ରହୁଛନ୍ତି । ସେମାନେ ସଂଘ ରାଜନୀତିରେ ସମୟ କାଟୁଥିବାବେଳେ ଚାକିରୀ କିନ୍ତୁ ତିହିଡିରେ କରୁଛନ୍ତି । ତିହିଡି ଗ୍ରାମ୍ୟ ଉନ୍ନୟନ ବିଭାଗର ସବ୍‌ଡିଭିଜ୍‌ନାଲ କାର୍ଯ୍ୟାଳୟ କୋଠା ଛିଡା ହୋଇଛି । ଏଠାରେ ବର୍ଷବର୍ଷ ହେଲା କୌଣସି ଏସ୍‌ଡିଓ କି ଯନ୍ତ୍ରୀ ଆସିବାର ନାଁ ଧରୁନାହାଁନ୍ତି । ବିରାଟ ବଡ କୋଠାକୁ ଜଣେ ରୁଲର ଡ୍ରାଇଭର ଜଗିଛନ୍ତି । ତିହିଡି ଡାକ୍ତରଖାନା ଡାକ୍ତର ଶୂନ୍ୟ ହୋଇବାକୁ ବସିଥିବାବେଳେ ନେତାଙ୍କର ନିଘା ନାହିଁ । ୩ଟି ନିର୍ବାଚନ ମଣ୍ଡଳୀର ୩ ଜଣ ବିଧାୟକ ତିହିଡିରେ ରାଜ କରୁଛନ୍ତି । ଧାମନଗର ନିର୍ବାଚନ ମଣ୍ଡଳୀର ବିଧାୟକ ତିହିଡିର ପୁଅ ହୋଇଥିବା ବେଳେ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ବିଧାୟକ ମଧ୍ୟ ତିହିଡି ମାଟିର ପୁଅ । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ୯ଟି ପଂଚାୟତ ତିହିଡିରେ ରହିଥିଲେ ମଧ୍ୟ କେହିବି ମନଧ୍ୟାନ ଦେଇ ତିହିଡିର ସ୍ୱାସ୍ଥ୍ୟ ସମସ୍ୟା ସଳଖିବାକୁ ଚିନ୍ତା ବି କରୁନଥିବା ଅଭିଯୋଗ ହେଉଛି । ଅନୁରୂପ ଭାବେ କୃଷି ବିଭାଗ, ମତ୍ସ୍ୟ ବିଭାଗ, ଜଂଗଲ ବିଭାଗ, ହର୍ଟିକଲଚର ବିଭାଗ ଆଦିର ଅଧିକାରୀମାନେ ଭଦ୍ରକରେ ରହୁଛନ୍ତି । କେଉଁଦିନ କିଏ କେତେବେଳେ ଆସୁଛନ୍ତି ବା ଯାଉଛନ୍ତି ତାହାର ହିସାବ ମଧ୍ୟ ନାହିଁ । ତିହିଡି ବ୍ଲକ୍‌ରେ ଅଧିକାଂଶ କର୍ମଚାରୀ ୪ ବର୍ଷରୁ ୨୨ ବର୍ଷ ହେଲା ଚାକିରୀ କରୁଥିଲେ ମଧ୍ୟ ସେମାନଙ୍କର ବଦଳି ହେଉନି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.