Home ଜିଲ୍ଲା ପରିକ୍ରମା ଚାଇଲ୍ଡ ହେଲ୍ପ ଲାଇନ ପକ୍ଷରୁ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ, ଶିଶୁକୁ ଉତମ ପରାମର୍ଶ ସେବା...

ଚାଇଲ୍ଡ ହେଲ୍ପ ଲାଇନ ପକ୍ଷରୁ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ, ଶିଶୁକୁ ଉତମ ପରାମର୍ଶ ସେବା ମାଧ୍ୟମରେ ତାର ମାନସିକ ପରିବର୍ତନ କରାଯାଇ ପାରିବ

2

ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଚାଇଲ୍ଟ ହେଲ୍ପ ଲାଇନ ପକ୍ଷରୁ ଭଦ୍ରକ ବ୍ଲକ ସଭା ଗୃହ ପରିସରରେ ବିଭିନ୍ନ ସ୍ୱେଛାସେବୀ ସଂଗଠନ ଓ ଶିଶୁ ଗୃହ ଅନୁଷ୍ଠାନ ର କର୍ମକର୍ତା ଙ୍କ ଅଂଶଗ୍ରହଣ ରେ ଏକ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଚାଇଲ୍ଡ ହେଲ୍ପ ଲାଇନ ର ପ୍ରକଳ୍ପ ସଂଯୋଜିକା ଶୁଭଶ୍ରୀ ପଢ଼ିଆରୀ ଙ୍କ ମଂଚ ସଂଚାଳନ ରେ ଶିଶୁ ମଙ୍ଗଳ କମିଟି ର ଅଧ୍ୟକ୍ଷ ସୁବ୍ରତ ବିଶ୍ୱାଳ ମୁଖ୍ୟ ଅତିଥି,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ସମ୍ମାନିତ ଅତିଥି ଓ ମୁଖ୍ୟ ବକ୍ତା ତଥା ବିଷୟ ବିଶାରଦ ରୂପେ ଶିଶୁ ସୁରକ୍ଷା ବିଭାଗ ର ଆଇନ ଅଧିକାରୀ ସୁବ୍ରତ ଦାସ,ପ୍ରଗତି ଯୁବକ ସଂଘ ର ନିର୍ଦେଶକ ଦେବବ୍ରତ ଦାସ ପ୍ରମୁଖ ଯୋଗଦାନ କରିଥିଲେ ।ମୁଖ୍ୟ ଅତିଥି ତଥା ଶିଶୁ ମଙ୍ଗଳ କମିଟି ର ଅଧ୍ୟକ୍ଷ ନିଜ ବକ୍ତବ୍ୟ ରେ ସମସ୍ତ ଙ୍କ ସହଯୋଗ ରେ ତୃଣମୂଳ ସ୍ତରରୁ ଶିଶୁ ସୁରକ୍ଷା କୁ ବଳବତର କରିବା ପାଇଁ ପରାମର୍ଶ ଦେଇଥିଲେ। ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାନ୍ତି ପିଲାମାନ ଙ୍କୁ ଦକ୍ଷତା କୌଶଳ ରେ ନିୟୋଜିତ କରିବା ପାଇଁ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ତଥା ବିଷୟ ବିଶାରଦ ରୂପେ ଶ୍ରୀ ଦାସ ଶିଶୁ ମାନଙ୍କ ଅଧିକାର ଓ ସୁରକ୍ଷା ପାଇଁ ପ୍ରତ୍ୟେକ ପରିବାରରେ ପିଲାମାନଙ୍କୁ ସୁରକ୍ଷିତ ରଖିବା ପ୍ରାଥମିକ ଦାୟିତ୍ୱ ଓ କର୍ତବ୍ୟ ବୋଲି କହିଥିଲେ ଏବଂ ଶିଶୁ କୁ ଉତମ ପରାମର୍ଶ ସେବା ମାଧ୍ୟମରେ ତାର ମାନସିକ ପରିବର୍ତନ କରାଯାଇ ପାରିବ ବୋଲି ମତ ପ୍ରଦାନ କରିଥିଲେ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ପିଲାମାନଙ୍କୁ ସୁରକ୍ଷିତ ଶିଶୁ ପାଇଁ (୧୦୯୮) ନିଃଶୁଳ୍କ ନମ୍ବର ବ୍ୟବହାର ପାଇଁ ସମସ୍ତ ଅଂଶୀଦାର ମାନଙ୍କୁ ପରାମର୍ଶ ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ୱେଛାସେବୀ ସଂଗଠନ,ଶିଶୁ ଅନୁଷ୍ଠାନ ର କର୍ମକର୍ତା ଅଂଶ ଗ୍ରହଣ କରିଥିଲେ।ଚାଇଲ୍ଡ ଲାଇନ ର ଟିମ୍ ସଦସ୍ୟ ଲକ୍ଷ୍ମୀକାନ୍ତ ସେଠୀ, ଚନ୍ଦ୍ରକାନ୍ତ ଗୋଚ୍ଛାୟତ, ପରାମର୍ଶ ଦାତା ଲକ୍ଷ୍ମଣ ଜେନା, ପରିଦର୍ଶକ ଦିଗ୍ ବିଜୟ ମହାନ୍ତି,ଟିମ୍ ମେମ୍ବର କାହୁଁ ମଲ୍ଲିକ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ।ପରିଶେଷରେ ରମାକାନ୍ତ ଜେନା ଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.