Home ଜିଲ୍ଲା ପରିକ୍ରମା ଚଳିତ ବର୍ଷ ଭଦ୍ରକରେ ନିରାଡମ୍ବର ଶ୍ରୀ ଶ୍ରୀ ଅନନ୍ତ ନାରାୟଣଙ୍କ ପୂଜା ହେବ

ଚଳିତ ବର୍ଷ ଭଦ୍ରକରେ ନିରାଡମ୍ବର ଶ୍ରୀ ଶ୍ରୀ ଅନନ୍ତ ନାରାୟଣଙ୍କ ପୂଜା ହେବ

33

ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ଅନ୍ତର୍ଗତ ନରିପୁର (ଅସ୍ତଳ) ଗ୍ରାମରେ ପ୍ରତିବର୍ଷ ଅନନ୍ତ ବ୍ରତରେ ମହାପ୍ରଭୁ ଶ୍ରୀଶ୍ରୀ ଅନନ୍ତ ନାରାୟଣଙ୍କ ପୂଜୋତ୍ସବ ଅନୁଷ୍ଠିତ ହୋଇଥାଏ । ଚଳିତ ମାସ ୧୯ ତାରିଖ ରବିବାର ଅନନ୍ତ ବ୍ରତ ପୂଜାରେ ମହାପ୍ରଭୁ ଶ୍ରୀଶ୍ରୀ ଅନନ୍ତ ନାରାୟଣଙ୍କ ପୂଜା ଉତ୍ସବ କୋଭିଡ଼ ନିୟମରେ ଏବଂ ନିରାଡମ୍ବର ଭାବେ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ଜଣାଯାଇଛି । ତେବେ ଲୋକ ସଂସ୍କୃତି, ପରମ୍ପରା ଓ ବିଶ୍ୱାସକୁ ନେଇ ବର୍ଷବର୍ଷ ଧରି ଆୟୋଜନ ହେଉଛି ଏହି ପୂଜା । କିମ୍ବଦନ୍ତୀ ଅନୁସାରେ ଭଦ୍ରକ ସହର ନରିପୁର (ଅସ୍ତଳ) ଗ୍ରାମନିବାସୀ ସ୍ୱର୍ଗତ କ୍ଷେତ୍ରମୋହନ ନାୟକ ଓ ତାଙ୍କ ସାଙ୍ଗ ସ୍ୱର୍ଗତ ପୁରୁଷୋତ୍ତମ ପଢିଆରୀ ଦୁହେଁ ବନ୍ତ ବ୍ଲକ ଅନ୍ତର୍ଗତ ମଙ୍ଗୁଲି ଗ୍ରାମର ଏକ ତିନିଛକ ରାସ୍ତାରେ ତମ୍ବା ନାଗ, ବ୍ରତ ଆଦି ପାଇ ସ୍ୱର୍ଗତ ନାୟକ ତାଙ୍କ ଘରକୁ ଆଣିଥିଲେ । କ୍ଷେତ୍ରମୋହନ ଓ ତାଙ୍କ ପତ୍ନୀ ଜଞ୍ଜାଳି ଦେବୀ ଠାକୁରଙ୍କୁ ପୂଜାର୍ଚ୍ଚନା କରି ଆସୁଥିବା ବେଳେ ତାଙ୍କ ପୁତ୍ର ସୁରେନ୍ଦ୍ର ଓ ପୁତ୍ରବଧୂ ହରିପ୍ରିୟା ଦୈନନ୍ଦିନ ନୀତିପୂଜା କରୁଥିଲେ । ଘର ପାଖ ଚଉଁରାମୂଳରେ ସ୍ୱତନ୍ତ୍ର ଠାକୁର ଘର ନିର୍ମାଣ ଚାଲୁଥିବା ବେଳେ ୧୯୭୯ ମସିହାରେ ଅକ୍ଷୟ ତୃତୀୟା ଦିନ ଅନନ୍ତଶଯ୍ୟା ବିଶିଷ୍ଟ ମୂର୍ତ୍ତି ପ୍ରତିଷ୍ଠା କରିବାକୁ ସ୍ୱପ୍ନାଦେଶ ପାଇ ଏହି କାର୍ଯ୍ୟ ସମ୍ପନ୍ନ କରିଥିଲେ । ତିହିଡ଼ି ଥାନା ଅଧୀନ ପାଳିଆ ଗ୍ରାମର ମୂର୍ତ୍ତି କାରିଗର ବାବାଜୀ ପୃଷ୍ଟିଙ୍କୁ ସ୍ୱପ୍ନାଦେଶ ହେବାରୁ ସେ ବିଗ୍ରହମାନ ଗଢିଥିଲେ ବୋଲି କୁହାଯାଏ । ସ୍ୱର୍ଗତ ସୁରେନ୍ଦ୍ରଙ୍କ ପରେ ଏହି ପୂଜା ରୀତି ଅନୁଯାୟୀ ତାଙ୍କ ବଡ଼ପୁଅ ଅମର ନାୟକ ଏହାର କର୍ତ୍ତା ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.