ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ଅନ୍ତର୍ଗତ ଦୋବଲ ନିକଟସ୍ତ ବେଲମଳା ଗ୍ରାମର ଜୈନିକ ମହିଳା ଙ୍କ ଚରିତ୍ର କୁ ସନ୍ଧେହା କରି ବାରମ୍ବାର ଆକ୍ଷେପ କରିବାରୁ ବିଷ ପିଇ ମହିଳା ଆତ୍ମହତ୍ୟା କରିବାରୁ ସାଧାରଣ ରେ ଆଲୋଚ୍ୟ ବିଷୟ ହୋଇଚି। ଘଟଣା ରୁ ପ୍ରକାଶ ଯେ ଉକ୍ତ ଗ୍ରାମର ଭଗବାନ ସ୍ୱାଇଁ ସେହି ଗ୍ରାମ ର ସୁଶାନ୍ତ ପାତ୍ର ଙ୍କ ସ୍ତ୍ରୀ ମାତନ ପାତ୍ର ଙ୍କୁ ବାରମ୍ବାର ତାଙ୍କ ଚରିତ୍ର କୁ ନେଇ ଆକ୍ଷେପ କରି କହି ବୁଲିଲେ ଫଳରେ ୧୦ ଦିନ ତଳେ ମାତନ ବିଷପିଇଦେଇ ଥିଲେ।ଫଳରେ ସେ ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ପରେ କଟକ ମେଡ଼ିକାଲ କୁ ନେଇ ଥିଲେ ତେବେ ଆଜି ମାତନ ଙ୍କ ର ମୃତ୍ୟୁ ହୋଇଚି ତେବେ ପରିବାର ଲୋକ ଙ୍କ ଅଭିଯୋଗ କ୍ରମେ ଧାମନଗର ପୋଲିସ କେସ ନମ୍ୱର ୪୬୯/୨୫ ଏକ ମାମଲା ରୁଜୁ କରି ତଦନ୍ତ ଜାରିରଖିଛନ୍ତି।








