ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମାଟିର ଗର୍ବ ଓ ଗୌରବ ଜଣେ ସୁସାହିତ୍ୟିକ, ସାରସ୍ୱତ ସାଧକ ଯଥା ଲେଖକ, ଗାଳ୍ପିକ, କବି, ପ୍ରାବନ୍ଧିକ ନାଟ୍ୟକାର କଳାକାର ଭାବେ ଓଡ଼ିଶା ବାଣୀ ଭଣ୍ଡାରକୁ ଯେ ସମୃଦ୍ଧ କରିପାରିଛି, ସେ ଆଉ କେହି ନୁହଁନ୍ତି “ବନ୍ଦେ ଉତ୍କଳ ଜନନୀ”ର ସ୍ରଷ୍ଟା କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର। ତାଙ୍କର ସାରସ୍ୱତ କୀର୍ତି ଓ କୃତି ଛାଡି ଦେଇ ଯାଇଛନ୍ତି ତାହା ଚିର ସ୍ମରଣୀୟ ହୋଇ ରହିବ ବୋଲି ଅତିଥି ମାନେ ବକ୍ତବ୍ୟ ରଖିଥିଲେ। ଉଦଘାଟନ କରିଥିଲେ ମୁଖ୍ୟ ଅତିଥି ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ। ବେଦ ପାଠ ଓ ସ୍ୱାଗତ ଭାଷଣ ଡା. ଅନୀଲ କୁମାର ଦାଶ ଦେଇଥିବାବେଳେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ଭାରତୀ ପଲେଇ। ଅତିଥି ପରିଚୟ ଆଇନଜୀବୀ କୁଳମଣି ବେହେରା ଦେଇଥିଲେ। ସଂପାଦକୀୟ ବିବରଣୀରେ ବାବୁଲାଲ ଦାସ ଅତିତ ଓ ବର୍ତମାନ ଉକ୍ତ ମଂଚ ପ୍ରତି ଆନୁଗତ୍ୟ ତଥା ତୃଟିଶୂନ୍ୟ ପରିଚାଳନାକୁ ଭୁଲିହେବ ନାହିଁ ବୋଲି ପ୍ରକାଶ କରିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମଣ୍ଡଳ ଲକ୍ଷ୍ମୀକାନ୍ତଙ୍କ ସାରସ୍ୱତ ସାଧନା ଚିରସ୍ମରଣ ହୋଇ ରହିଥିବ ବୋଲି କହିବା ସଂଗେ ସଂଗେ ଚରମ୍ପା ସାହିତ୍ୟ ସଂସ୍କୃତି ମଂଚକୁ ସବୁପ୍ରକାର ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବରେଣ୍ୟ ଅତିଥି ଇ. ଅଭୟ ସୂତାର ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପିକା ଭାନୁମତୀ ମାଟିଆ, କୃଷିକବି ଅରୁଣ କୁମାର ପାତ୍ର, ପ୍ରାକ୍ତନ ଅଧ୍ୟକ୍ଷ ଶିବରାମ ଖାମୁରାଇ, ମଂଚର ସ୍ଥାୟୀ ସଭାପତି ଅଶୋକ କୁମାର ମହାନ୍ତି ନିଜ ନିଜର ବକ୍ତବ୍ୟ ଦେଇଥିଲେ। ଶିକ୍ଷାବିତ୍ ଗଗନ ବିହାରୀ ରାଉତ ପୌରହିତ୍ୟ କରି ଲକ୍ଷ୍ମୀକାନ୍ତ ଜୀବନାଦର୍ଶ ଉପରେ ଆଲୋକପାତ କରିବା ସଂଗେ ସଂଗେ ଉକ୍ତ ଅନୁଷ୍ଠାନର ସର୍ବାଙ୍ଗିନ ଉନ୍ନତି କାମନା କରିଥିଲେ। ସହଯୋଗ କରିଥିଲେ ଉପସଭାପତି ଶରତ ଚନ୍ଦ୍ର ମହାନ୍ତି, ଶିକ୍ଷାବିତ୍ ଗୟାଧର ପଣ୍ଡା, ନାରାୟଣ ଚନ୍ଦ୍ର ପାଢ଼ୀ, ଅମର ପାଣିଗ୍ରାହୀ, ଜଗବଂଧୁ ବାରିକ, ସଂଗ୍ରାମ କେଶରୀ ଦାସ, କଳ୍ପନା ଜେନା, କଳାକାର କାଳନ୍ଦୀ ମଳିକ, ନାଟ୍ୟଶ୍ରୀ ନିର୍ମଳ ରାଉତ, ବ୍ୟଙ୍ଗକବି ଗୋକୁଳାନନ୍ଦ ରାଉତ, ପ୍ରମୋଦା କୁମାରୀ ପଣ୍ଡା, ଅଧ୍ୟକ୍ଷ ସୁରଂଚନ ପଣ୍ଡା, ରଣଜୀତ କୁମାର ସାହୁ, ଶାନ୍ତିଲତା ବାରିକ, ଆରସିଆନର ମିଡିଆ ପ୍ରଭାତ ବିଜୟ ପ୍ରମୁଖ। ଧନ୍ୟବାଦ ଦେଇଥିଲେ ନରସିଂହ ମିଶ୍ର।







