ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାଇ ହାତରେ ଭଉଣୀର ରାକ୍ଷୀ। ରଖେ ସାକ୍ଷୀ। ଆପଦ କାଳରେ ଭାଇ ହୁଏ ଆରକ୍ଷୀ। ପୌରାଣିକ ତଥା ଐତିହାସିକ ସତ୍ୟତା ଅବଲମ୍ବନରେ ଏଯାବତ୍ ପରମ୍ପରା ଚଳି ଆସୁଛି ବୋଲି ଚରମ୍ପା ସାହିତ୍ୟ ସଂସ୍କୃତି ମଂଚ ଆନୁକୂଲ୍ୟରେ ମଂଚର ଉପଦେଷ୍ଟା ଗାନ୍ଧି ବିଚାର ମଂଚର ସଭାପତି ଶାନ୍ତନୁ କୁମାର ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଚରମ୍ପା ରାମଚନ୍ଦ୍ର ବିହାରୀ ଲାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ମଂଚାସୀନ ଅତିଥି ବୃନ୍ଦ ମତ ପୋଷଣ କରିଥିଲେ। ମଂଚ ଆହ୍ୱାନ ଓ ସଂପାଦକୀୟ ବିବରଣୀ ପାଠ କରିଥିଲେ ମଂଚର ସଂପାଦକ ବାବୁଲାଲ ଦାସ। ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ଭାରତୀ ପଲେଇ। ମଂଚ ଉଦ୍ଘାଟନ ଚରମ୍ପା ମହାବିଦ୍ୟାଳୟର ପ୍ରାଧ୍ୟାପିକା ସୁକାନ୍ତୀ ମହାପାତ୍ର କରିଥିବାବେଳେ ସଶ୍ରଦ୍ଧେ ରାକ୍ଷୀ ବାନ୍ଧିଥିଲେ ଚରମ୍ପାସ୍ଥ ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମର ଅନ୍ତେବାସୀବୃନ୍ଦ। ସଭାପତି ଅଶୋକ ମହାନ୍ତି, ମୁଖ୍ୟବକ୍ତା ପ୍ରାକ୍ତନ ଅଧ୍ୟକ୍ଷ ଶିବରାମ ଖାମୁରାଇ, ସମ୍ମାନିତ ଅତିଥି ସମାଜସେବୀ ଲଲାଟେନ୍ଦୁ ମହାନ୍ତି, ଉପସଭାପତି ଶରତଚନ୍ଦ୍ର ମହାନ୍ତି, ସର୍ବୋଦୟ ମଣ୍ଡଳର ନାରାୟଣ ଚନ୍ଦ୍ର ପାଢ଼ୀ ରକ୍ଷାବଂଧନ ତଥା ମେହେର ଜୟନ୍ତୀର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ। କବିତା ପାଠୋତ୍ସବରେ କବି ରମେଶ ଚନ୍ଦ୍ର ବେହେରା, ରମେଶଚନ୍ଦ୍ର ଦାସ, ବିପ୍ଲବ ହୋତା, ବୈକୁଣ୍ଠ ନାଥ ଓଝା, ଋତୁରାଜ ଅକ୍ଷୟ, ଅରୂପାନନ୍ଦ ନାୟକ, ଶଶିକାନ୍ତ ବେହେରା, କୈଳାସ ଚନ୍ଦ୍ର ପାଣିଗ୍ରାହୀ, ଗୋକୁଳାନନ୍ଦ ରାଉତ ଯୋଗଦାନ କରିଥିବା ବେଳେ ସହଯୋଗ କରିଥିଲେ ସଂଗ୍ରାମ କେଶରୀ ଦାସ, ଜଗବଂଧୁ ବାରିକ ଆଇନଜୀବୀ ବିଜନ କୁମାର ଜେନା, ଅମିତା ଆଚାର୍ଯ୍ୟ, ମନୋରଂଜନ ମହାପାତ୍ର, ମହେଶ ଅଗ୍ରୱାଲ, ଅଭିମନ୍ୟୁ ବେହେରା, ନୀଳାମ୍ବର ଲେଙ୍କା। ଧନ୍ୟବାଦ ଦେଇଥିଲେ ଶରତ ଚନ୍ଦ୍ର ସାହୁ।








