Home ଜିଲ୍ଲା ପରିକ୍ରମା ଚରମ୍ପା ଷ୍ଟେସନ ରୋଡ ଜବର ଦଖଲ ଉଚ୍ଛେଦ ପ୍ରସଙ୍ଗ,ନିଜ ଆଡୁ ଦୋକାନ ଘର ଖୋଲିବା ଆରମ୍ଭ...

ଚରମ୍ପା ଷ୍ଟେସନ ରୋଡ ଜବର ଦଖଲ ଉଚ୍ଛେଦ ପ୍ରସଙ୍ଗ,ନିଜ ଆଡୁ ଦୋକାନ ଘର ଖୋଲିବା ଆରମ୍ଭ କଲେଣି ଦୋକାନୀ

11

ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଶାସନର ତାଗିଦ ପରେ ଚରମ୍ପା ଷ୍ଟେସନ ରୋଡ ର ବ୍ୟବସାୟୀମାନେ ନିଜ ଦୋକାନ ଘର ଗୁଡିକୁ ନିଜେ ଖୋଲି ପକାଇବାରେ ଲାଗି ପଡିଛନ୍ତି । ପ୍ରଶାସନ ର ଜବରଦଖଲ ଉଚ୍ଛେଦ ପୂର୍ବରୁ ବ୍ୟବସାୟୀମାନେ ଦୋକାନ ସାମଗ୍ରୀ ଗୁଡିକୁ ଖୋଲି ଟ୍ରଲି, ଅଟୋ, ମିନିଟ୍ରକ ଆଦିରେ ନିଜ ଅକ୍ତିଆରକୁ ନେଇ ଯାଉଥିବା ଦେଖ୍‌ôବାକୁ ମିଳିଛି । ସୂଚନା ଯୋଗ୍ୟ, ଚରମ୍ପା ଅଂଚଳରେ ଏହି ଜବର ଦଖଲ ଉଚ୍ଛେଦକୁ ନେଇ ପ୍ରଶାସନ ତରଫରୁ ତହସିଲ ଓ ପୌର କର୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ଜବର ଦଖଲ ମୁକ୍ତ କରିବା ପାଇଁ ପ୍ରଥମେ ମାପଚୁପ କରାଇ ପ୍ରଥମେ ଚିହ୍ନଟ କରାଯାଇଥିଲା । ପରେ ଜବର ଦଖଲ ହଟାଇବା ନେଇ ଡାକବାଜି ଯନ୍ତ୍ର ଯୋଗେ ଅବଗତ କରାଯାଇଥିଲା । ଅନ୍ୟପକ୍ଷରେ ଏହାକୁ ଚରମ୍ପା ଅଂଚଳର କେତେକ ବଡ ବଡ ବ୍ୟବସାୟୀମାନେ ହାଇକୋର୍ଟରେ ମାମଲା ଥିବା ଦର୍ଶାଇ ଉଚ୍ଛେଦ ପ୍ରକ୍ରିୟା ବନ୍ଦ ରଖିବା ନେଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ପ୍ରଶାସନ ଉଚ୍ଛେଦ ଅଭିଯାନ ବନ୍ଦ ହେବନି ବୋଲି ଜଣାଇଥିଲା । ଗତ ଗୁରବାର ତହସିଲ କର୍ତୃପକ୍ଷ ଚରମ୍ପା ଯାଇ ଜବର ଦଖଲକାରୀଙ୍କୁ ସେମାନେ ନିଜ ଆଡୁ ଅବରୋଧମୁକ୍ତ କରିବାକୁ ପରାମର୍ଶ ଦେଇଥିଲେ । ଏଠାରେ ପ୍ରକାଶ ଥାଉକି, ଦୀର୍ଘ ବର୍ଷ ଧରି ଚରମ୍ପା ଷ୍ଟେସନ ରୋଡ ର ଉଭୟ ପାଶ୍ୱର୍ରେ ଥିବା ସରକାରୀ ଜାଗାରେ ବ୍ୟବସାୟୀମାନେ ବ୍ୟବସାୟ ଚଳାଇ ଆସୁଥିଲେ । ଷ୍ଟେସନ ରୋଡକୁ ପ୍ରଶସ୍ତିକରଣ କରିବା ପାଇଁ ଅତୀତରେ ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ ଉଦ୍ୟମ କରି ବିଫଳ ହୋଇଥିଲା । ସ୍ଥାନୀୟ କେତେକ ବ୍ୟବସାୟୀ ଏହି ଉଚ୍ଛେଦକୁ ନେଇ କୋର୍ଟରେ ଆଶ୍ରୟ ନେଇଥିଲେ । କିନ୍ତୁ ସୁଫଳ ମିଳିଲା ନାହିଁ । ପ୍ରଶାସନ ପକ୍ଷରୁ ଗତ କିଛି ମାସ ଧରି ସହରୀ ରାସ୍ତାକୁ ପ୍ରଶସ୍ତିକରଣ ଓ ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢୀକରଣ କରିବା ପାଇଁ କଚେରୀବଜାର, ବନ୍ତଛକ, କଲେଜ ଛକ, ଜଗନ୍ନାଥପୁର, ବାଇପାସ ଛକ, ସରକାର ନଗର ଆଦି ବିଭିନ୍ନ ସ୍ଥାନରେ ସରକାରୀ ଜାଗାକୁ ଅବରୋଧ ମୁକ୍ତ କରାଯାଇଥିଲା । ଏନେଇ ଭଦ୍ରକ ତହସିଲ ସୁପରଭାଇଜର ଜ୍ୟୋତିରଂଜନ ପଣ୍ଡାଙ୍କୁ ପଚାରିବାରୁ ପ୍ରଶାସନର ଉଚ୍ଛେଦ ଘୋଷଣା ପରେ ବ୍ୟବସାୟୀମାନେ ସେମାନଙ୍କ ତରଫରୁ ଅବରୋଧ ମୁକ୍ତ କରିବାକୁ ଆବେଦନ କରି କିଛି ସମୟ ନେଇଛନ୍ତି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.