Home ଜିଲ୍ଲା ପରିକ୍ରମା ଚରମ୍ପା ଷ୍ଟେସନ ରୋଡ୍‌ରୁ ବାଇକ୍ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ୍

ଚରମ୍ପା ଷ୍ଟେସନ ରୋଡ୍‌ରୁ ବାଇକ୍ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ୍

15

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଦିବାଲୋକରେ ଭଦ୍ରକର ସହରାଂଚଳ ଥାନା ଅଧୀନସ୍ଥ ଚରମ୍ପାର ଷ୍ଟେସନ ରୋଡ୍‌ରେ ୨ ଜଣ ଲୁଟେରା ଜଣେ ବ୍ୟକ୍ତିଙ୍କ ବାଇକ୍ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟିନେଇଛନ୍ତି। ଏଥିନେଇ ସହରାଂଚଳ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲୁରହିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଚରମ୍ପା ପଂଚାୟତର ଥୋରଦା ଗ୍ରାମନିବାସୀ ଗୌରହରି ମହାନ୍ତି ସୋରରେ ଥିବା ବିବିସିସି ବ୍ୟାଙ୍କରୁ ଉଠାଇଥିବା ଉକ୍ତ ଟଙ୍କା ମୋଟର ସାଇକେଲ୍ ଡିକିରେ ରଖି ଘରକୁ ଫେରୁଥିଲେ। ଷ୍ଟେସନ ରୋଡ୍‌ରେ ସେ ବାଇକ୍ ରଖି ସମ୍ମୁଖରେ ଥିବା ଏକ ଜେରେକ୍ସ ଦୋକାନରେ ଜେରେକ୍ସ କରୁଥିବାବେଳେ ସମ୍ଭବତଃ ସୋର୍‌ରୁ ପିଛା କରୁଥିବା ୨ ଜଣ ବାଇକ୍ ଲୁଟେରା ସେଠାରେ ପହଂଚିଥିଲେ। ଜଣେ ବାଇକ୍ ଷ୍ଟାର୍ଟରେ ରଖି ବସିଥିବାବେଳେ ଅନ୍ୟ ଜଣକ ଗୌରହରିଙ୍କ ବାଇକ୍ ଡିକି ଭାଂଗି ଉକ୍ତ ଟଙ୍କା ନେଇ ସହଯୋଗୀ ସହ ଫେରାର ହୋଇଯାଇଥିଲା। ଏହି ଘଟଣା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.