ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୁଲ୍ୟରେ ଚରମ୍ପା କଲେଜ ପରିସରେ ମାନସିକ ଅବସାଦ ନିରାକରଣ ସମ୍ବନ୍ଧିତ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ପ୍ରତିଯୋଗିତାମୂଳକ ସମାଜରେ ଲକ୍ଷ୍ୟହାସଲରେ ବିଫଳତା, ଚାକିରି, ବ୍ୟବସାୟ, ବୃତିଗତ କ୍ଷେତ୍ରରେ ସଫଳତା ଅଭାବରେ ମାନସିକ ଅବସାଦ ସୃଷ୍ଟି ହେବା ସ୍ୱାଭାବିକ ଘଟଣା । ମାନସିକ ଚାପ ସହ୍ୟ ନକରିପାରି ବ୍ୟକ୍ତି ଆତ୍ମହତ୍ୟାର ଆଶ୍ରୟ ନେଉଥିବା ଦୁଃଖଦ ଘଟଣାମାନ ସମାଜରେ ବଢିବଢ଼ି ଚାଲିଛି । ଏହାର କାରଣ ଓ ପ୍ରତିକାର ସମ୍ବନ୍ଧରେ ଏକ ସଚେତନତା କାର୍ଯ୍ୟକ୍ରମ କଲେଜର ଅଧ୍ୟକ୍ଷ ଅମରେନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମନସ୍ତତ୍ୱବିତ୍ ଡାକ୍ତର ଲୋନି ଲିଓନି ବେହେରା, ନିମନ୍ତ୍ରିତ ମୁଖ୍ୟ ଅତିଥି ଅବସରପ୍ରାପ୍ତ ପ୍ରାଧ୍ୟାପକ ସଂଗ୍ରାମ କିଶୋର ମହାନ୍ତି ଆଲୋଚନା କରିଥିଲେ । ଶତାଧିକ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସଂଯୋଜକ ଦେବେନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥଲେ ।








