Home ଜିଲ୍ଲା ପରିକ୍ରମା ଚରମ୍ପା ବରିଷ୍ଠ ନାଗରିକ ସଂଘର ବାର୍ଷିକ ଯୋଜନା ଆଲୋଚନା ସଭା

ଚରମ୍ପା ବରିଷ୍ଠ ନାଗରିକ ସଂଘର ବାର୍ଷିକ ଯୋଜନା ଆଲୋଚନା ସଭା

54

ଭଦ୍ରକ, ୨୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ବରିଷ୍ଠ ନାଗରିକ ସଂଘର ନବବର୍ଷର ବନ୍ଧୁ ମିଳନ ସହିତ ଚଳିତ ବର୍ଷ ନିମନ୍ତେ ଆଗାମୀ ଯୋଜନାର ରୂପରେଖ ସମ୍ପର୍କୀତ ଆଲୋଚନା ସଭା ବାଇପାସ୍ ଜଗନ୍ନାଥ ମନ୍ଦିିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ଆଜି ପୂର୍ବାହ୍ଣରେ ସଂଘର ସଭାପତି ଗଗନ ବିହାରୀ ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ପ୍ରଥମେ ସମସ୍ତ ଅତିଥି, କର୍ମକର୍ତ୍ତାଗଣ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ମାଳ୍ୟାର୍ପଣ କରିଥିଲେ । ପରେ ସଂଘର କୋଷାଧ୍ୟକ୍ଷ ସୁଦର୍ଶନ ବିଶ୍ୱାଳ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର ସ୍ୱାଗତ ଭାଷଣ ସହିତ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ମୁଖ୍ୟଅତିଥି ଭାବେ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ଅଜୟ ନାୟକ ଯୋଗ ଦେଇ ବରିଷ୍ଠ ନାଗରିକମାନଙ୍କ ସମସ୍ୟା ଏବଂ ଏହାର ନିରାକରଣ କ୍ଷେତ୍ରରେ ସଂଘର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବେ ଗାନ୍ଧି ବିଚାର ମଞ୍ଚର ସଭାପତି ଶାନ୍ତନୁ ରାଉତ ଯୋଗ ଦେଇ ବରିଷ୍ଠ ନାଗରିକ ସଂଘବଦ୍ଧ ହୋଇ ଦାବି ହାସଲ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ସୁଧାକର ରାଉତ ଯୋଗ ଦେଇ ଭଦ୍ରକରେ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦିଗରେ ବରିଷ୍ଠ ନାଗରିକମାନଙ୍କୁ ଏକ ହୋଇ ଆଗେଇ ଆସିବାକୁ ବକ୍ତବ୍ୟରେ ଅନୁରୋଧ କରିଥିଲେ । ସଂଘର ବରିଷ୍ଠ ସଭ୍ୟ, ଉପଦେଷ୍ଟାଙ୍କ ମଧ୍ୟରୁ ପଦ୍ମଲୋଚନ ମହାଳିକ, ବାବୁଲାଲ ଦାସ, ଅଜୟ କୁମାର ପାଢୀ, ଶଶୀକାନ୍ତ ପାଢୀ, ଆନନ୍ଦ ଚନ୍ଦ୍ର ପାଣିଗ୍ରାହୀ, ଗଣେଶ ଚନ୍ଦ୍ର ମହାପାତ୍ର, ବିନୋଦ ବାରିକ, କଳାକାର ମିଶ୍ର, ସୁରେନ୍ଦ୍ର ମଲିକ, ଜଗବନ୍ଧୁ ମହାନ୍ତି ପ୍ରମୁଖ ଉଦ୍‌ବୋଧନ ଦେଇ ସଂଘର ଉନ୍ନତି ପାଇଁ ବିଭିନ୍ନ ପ୍ରସ୍ତାବମାନ ଦେଇଥିଲେ । ଏହି ଅବସରରେ ଅବସରପ୍ରାପ୍ତ ସେନାଅଧିକାରୀ ଗଣପତି ପାଣିଗ୍ରାହୀ, ଅବସରପ୍ରାପ୍ତ ଶିକ୍ଷକ ମଧୁସୂଦନ ପଣ୍ଡା, ଶିବେନ୍ଦ୍ର ପଣ୍ଡାଙ୍କୁ ସଂଘର ନୂତନ ସଦସ୍ୟ ଭାବେ ଗ୍ରହଣ କରାଯାଇଥିବା ବେଳେ ସଂଘର ବାକି ରହିଯାଇଥିବା ସଦସ୍ୟଙ୍କୁ ପୁଲିସ ପକ୍ଷରୁ ପ୍ରଦାନ କରାଯାଇଥିବା ପରିଚୟପତ୍ର ହସ୍ତାନ୍ତର କରାଯାଇଥିଲା । ବରଦା ପ୍ରସନ୍ନ ପଣ୍ଡା ଏବଂ ବିଶ୍ୱନାଥ ବେହେରା ସଭା ପରିଚାଳନା କରିଥିଲେ । ଶେଷରେ ସଭାପତି ଶ୍ରୀଯୁକ୍ତ ରାଉତଙ୍କ ଅଭିଭାଷଣ ପରେ ସଭା ସମାପ୍ତି ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.