ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମାଜରେ ବରିଷ୍ଠ ମାନେ ଅଲୋଡ଼ା ବୋଲି ଭାବିବା ଅନୁଚିତ । କାରଣ ସେମାନେ ଜଣେ ଜଣେ ଅନୁଭବୀ ଓ ଅମୁଲ୍ୟ ସମ୍ପଦ। ପାଶ୍ଚାତ୍ୟ ସଭ୍ୟତାକୁ ଆଜିର ଉଚ୍ଚ ଶିକ୍ଷିତ ପିଲାମାନେ ଆପଣାଇ ନିଜର ସ୍ତ୍ରୀ କୁ ରାଣୀ କରି ରଖି ପିତାମାତାଙ୍କୁ ସମ୍ମାନ ଦେଉନାହାନ୍ତି। ଏହାକୁ ପାଥେୟ କରି ଚରମ୍ପାର ବରିଷ୍ଠ ନାଗରିକ ମାନେ ସଂଘ ଜରିଆରେ ସଂଗଠିତ ହୋଇ ସମାଜକୁ ଏକ ନିଆରା ବାର୍ତା ଦେଇଛନ୍ତି ଆମେ ବି ସମର୍ଥ। ସକାଳ ୯ ଟାରେ ଡା. ଭାଗ୍ୟଶ୍ରୀ ପଣ୍ଡା ଓ ଡା. ପୂର୍ଣ୍ଣ ଚନ୍ଦ୍ର ଦାଶଙ୍କ ତତ୍ୱାବଧାନରେ ଅଭିଜ୍ଞ ଟେକନିସିଆନଙ୍କ ସହାୟତାରେ ସଂଘର ସମସ୍ତ ସଦସ୍ୟଙ୍କୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା ଓ ତାର ନିଦାନ ପାଇଁ ଡାକ୍ତରୀ ପରାମର୍ଶ ସହ ମାଗଣା ଔଷଧ ବଂଟନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଏରେଇଁ ପଂଚାୟତ କଲ୍ୟାଣ ମଣ୍ଡପରେ ଚରମ୍ପା ବରିଷ୍ଠ ନାଗରିକ ସଂଘର ସପ୍ତମ ବାର୍ଷିକ ସମାରୋହରେ ଆମ ସଂଘ ସଭାପତି ଗଗନ ବିହାରୀ ରାଉତଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ ଓ ମୁଖ୍ୟ ବକ୍ତା ଜେରିଆଟ୍ରିକ ସୋସାଇଟି ଅଫ ଇଣ୍ଡିଆର ଓଡିଶା ଶାଖା ସଭାପତି ଡା. ପୂର୍ଣ୍ଣଚନ୍ଦ୍ର ଦାଶ, ବରେଣ୍ୟ ଅତିଥି ଜିଲ୍ଲା ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି, କାର୍ଯକାରୀ ସଭାପତି ପଦ୍ମନ କୁମାର ରାୟ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଏରେଇ ସରପଂଚ ଉର୍ମିଳା ଯେନା ମଂଚାସିନ ହୋଇଥିବା ବେଳେ ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର ବାର୍ଷିକ ବିବରଣୀ ସହ ବରିଷ୍ଠଙ୍କ ଭୂମିକା ଉପରେ ଆଲୋକପାତ କରିବା ସହ ବରେଣ୍ୟ ଅତିଥି ନିଜ ନିଜର ବକ୍ତବ୍ୟ ପ୍ରଦାନ କରି ସମାଜକୁ ଶୃଙ୍ଖଳିତ କରିବାକୁ ହେଲେ ଏହି ଉତ୍ସବ ଜରିଆରେ ନିଜ ପିଲା ମାନଙ୍କୁ ଅନ୍ତର୍ଭୁକ୍ତ କରି ସେମାନଂକୁ ବୃଦ୍ଧ ପିତାମାତାଙ୍କର ସାମାଜିକ ଦାୟିତ୍ୱବୋଧ ଓ କର୍ତବ୍ୟ ପାଇଁ ସଚେତନ କରିଥିଲେ। ଶଶିକାନ୍ତ ପାଢ଼ୀ ମଂଚ ଆମନ୍ତ୍ରଣ କରିଥିବା ବେଳେ ରମେଶ ଦାଶ ବେଦ ପାଠ, ଅତିଥି ପରିଚୟ ରତ୍ନାକର ମଲ୍ଲିକ ଓ ପଦ୍ମଲୋଚନ ମହାଳିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ରତ୍ନାକର ସାମଲ, ବାବୁଲାଲ ଦାସ, ରାଧାମାଧବ ଶତପଥୀ,ଗୋପୀନାଥ ନାୟକ,ସୁଦର୍ଶନ ସାହୁ, ଲକ୍ଷ୍ମୀଧର ଦାସ ଙ୍କୁ ବରିଷ୍ଠ ନାଗରିକ ସେବା ସମ୍ମାନରେ ସଂମ୍ମାନିତ କରାଯାଇଥିବାବେଳେ ନରସିଂହ ମିଶ୍ର, ମଧୁସୂଦନ ଅଗ୍ରୱାଲ କାଳନ୍ଦୀ ଚରଣ ପାତ୍ର, ବିଜୟ ସେନାପତି, ପିତାମ୍ବର ରାଉତ, ସଂକଷଣ ସାହୁ, ପ୍ରଭାକର ଦାସ, ସୁଦର୍ଶନ ବିଶ୍ୱାଳ, ବୀରେନ୍ଦ୍ର ନାୟକ,ଅମର ନାଥ ସାହୁ ପ୍ରମୁଖ ମାନପତ୍ର ପାଠ କରିଥିଲେ।








