Home ଜିଲ୍ଲା ପରିକ୍ରମା ଚରମ୍ପା ବରିଷ୍ଠ ନାଗରିକ ସଂଘର ସାଧାରଣ ବୈଠକ

ଚରମ୍ପା ବରିଷ୍ଠ ନାଗରିକ ସଂଘର ସାଧାରଣ ବୈଠକ

41

ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୁସ୍ଥ ସମାଜ ସୁଖୀ ସମାଜ, ଏହି ମନ୍ତ୍ରକୁ ପାଥେୟ କରି ଚରମ୍ପା ବରିଷ୍ଠ ନାଗରିକ ସଂଘ ବରିଷ୍ଠ ମାନଙ୍କ ମୁହଁରେ ହସ ଫୁଟେଇ ସାମାଜିକ କାର୍ଯ୍ୟକ୍ରମରେ ନିମଗ୍ନ ଆମର ଏହି ମଂଚ ସମାଜର ସବୁ ବର୍ଗର ବରିଷ୍ଠ ମାନଙ୍କର ଆଶାବାଡି। ପିଲାମାନଙ୍କ ଦ୍ୱାରା ନିର୍ଯ୍ୟାତନା ହେଉ ବା ସମାଜରେ ବୟସାଧିକ ଦୁର୍ବଳତାର ସୁଯୋଗରେ ଯଦି ଅସମ୍ମାନିତ ବୋଧ କଲେ ଆପଣଙ୍କ ପାଇଁ ଏ ମଂଚ ସଦା ସର୍ବଦା ତତ୍ପର ହେବା ସଙ୍ଗେ ସଙ୍ଗେ ପ୍ରଶାସନିକ ସ୍ତରରେ ଆଇନର ପ୍ରାବଧାନ ଅନୁସାରେ ସବୁ ପ୍ରକାର ସହଯୋଗ ମିଳିଥାଏ। ଆସନ୍ତୁ ନିଃସଙ୍ଗତା ଦୂର କରି ନିଜ ନିଜ ମଧ୍ୟରେ ସମନ୍ନୟ ସୃଷ୍ଟି କରି ଜୀବନରେ ଶେଷ ସମୟକୁ ଉପଭୋଗ କରିବାପାଇଁ ଯୋଗ, ପ୍ରାଣାୟାମ, ଭଗବତ ଚର୍ଚ୍ଚା ରେ ନିମଗ୍ନ ହେବା। ସେହି ପରିପ୍ରେକ୍ଷୀରେ ଆଜି ଚରମ୍ପା ବରିଷ୍ଠ ନାଗରିକ ସଂଘର ସାଧାରଣ ବୈଠକ ଏରେଇଁ ଗ୍ରାମପଂଚାୟତ କଲ୍ୟାଣ ମଣ୍ଡପରେ ସଭାପତି ଗଗନ ବିହାରୀ ରାଉତଙ୍କ ଅଧ୍ୟକ୍ଷତାରେ ଉପସ୍ଥିତ ସଦସ୍ୟ ଓ କର୍ମକର୍ତାଙ୍କ ଦ୍ୱାରା ଆଗତ ସମସ୍ତ ପ୍ରସ୍ତାବ ସହମତି ପୂର୍ବକପାରିତ ହେବା ସହ ଆସନ୍ତା ଏପ୍ରିଲ ମାସ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ୨୦୨୬ ଫେବୃଆରୀ ୩ ତାରିଖ ମଙ୍ଗଳବାର ଦିନ ବାର୍ଷିକ ସମ୍ମିଳନୀ କରିବା ପାଇଁ ସଂଘର ସାଧାରଣ ସମ୍ପାଦକ କୈଳାଶ ମହାପାତ୍ର ସଭାରେ ଅବଗତ କରିଥିଲେ। ଏଥିସହ ସଭାର ଗାରିମା ବୃଦ୍ଧି କରିବାପାଇଁ ସମ୍ମାନିତ ଅତିଥି ଭାବେ ବି ଡ଼ି ଓ,ଭଦ୍ରକ ତହସିଲଦାର , ଭଦ୍ରକ ମୁଖ୍ୟ ଚିକିତ୍ସାଧିକାରୀ, ଓ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କୁ ଅତିଥି କରିବାକୁ ସ୍ଥିର ହୋଇଥିଲା। ବରିଷ୍ଠ ନାଗରିକ ସେବା ସମ୍ମାନରେ ଚାରିଜଣ ସମ୍ବର୍ଦ୍ଧିତ ପ୍ରତିଭା ଙ୍କୁ ଚୟନ କରାଯାଇଛି। ନୂତନ କରି ତିନିଜଣ ସଦସ୍ୟ ବୁଦ୍ଧିମଣୀ ପଲ୍ଲାର, ସଞ୍ଜୟ କୁମାର ତ୍ରିପାଠୀ ଓ ବଳରାମ ମହାକୁଡ଼ ସଂଘର ସଦସ୍ୟତା ଗ୍ରହଣ କରିଥିଲେ। ସଂଘର ଉପଦେଷ୍ଟା ଶଶିକାନ୍ତ ପାଢ଼ୀ, ଉପସଭାପତି ପଦ୍ମଲୋଚନ ମହାଳିକ, ନରସିଂହ ମିଶ୍ର, କୋଷାଧକ୍ଷ ସୁଦର୍ଶନ ବିଶ୍ୱାଳ, କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱନାଥ ବେହେରା, ରତ୍ନାକର ମଲ୍ଲିକ, କାଳନ୍ଦୀ ପାତ୍ର, ବିଜୟ ସେନାପତି, ରମେଶ ଦାଶ, ପ୍ରାଣବନ୍ଧୁ ସାମନ୍ତ, ଉପେନ୍ଦ୍ର ରାଉତ, କଳାକାର ମିଶ୍ର, ଭାଗବତ ସାହୁ, ପ୍ରଭାକର ଦାସ, ଆନନ୍ଦ ପାଣିଗ୍ରାହୀ, ରତ୍ନାକର ହାତୀ ଆଲୋଚନା କରିଥିଲେ। ଶେଷରେ ଶଶିକାନ୍ତ ଧଳ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.