Home ଜିଲ୍ଲା ପରିକ୍ରମା ଚରମ୍ପାରୁ ୧୮୦ ଲିଟର ବିଦେଶୀ ମଦ ସହ ୨ ଡିପ୍ ଫ୍ରିଜର ଜବତ

ଚରମ୍ପାରୁ ୧୮୦ ଲିଟର ବିଦେଶୀ ମଦ ସହ ୨ ଡିପ୍ ଫ୍ରିଜର ଜବତ

21

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଚରମ୍ପାରୁ ସହରାଂଚଳ ଥାନା ପୁଲିସ୍ ଚଢାଉ କରି ୧୮୦ ଲିଟର ବିଦେଶୀ ମଦ ସହ ୨ ଟି ଡିପ୍ ଫ୍ରିଜର ଜବତ କରିଛି। ସୂଚନା ଅନୁସାରେ ପବିତ୍ର ମହରମ ପର୍ବ ପାଇଁ ଭଦ୍ରକରେ ସମସ୍ତ ମଦ ଦୋକାନ ବନ୍ଦ ରହିଥିବାବେଳେ ଚରମ୍ପା ରେଳ ଷ୍ଟେସନ ନିକଟରେ ବେଆଇନ୍ ବିଦେଶୀ ମଦ ବିକ୍ରି ହେଉଥିବାର ଖବର ମିଳିଥିଲା। ଭଦ୍ରକ ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତଙ୍କ ନିର୍ଦ୍ଦେଶରେ ଭଦ୍ରକ ସହରାଂଚଳ ଥାନାଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ଟିମ୍ ଭଦ୍ରକ ରେଲ୍‌ୱେ ଷ୍ଟେସନ ଅଂଚଳରେ ଚଢାଉ କରିଥିଲେ। ଏବଂ ସେଠାରୁ ବିଭିନ୍ନ କଂପାନୀର ୧୮୦ ଲିଟର ବିଦେଶୀ ମଦ ସହ ୨ ଟି ଡିପ୍ ଫ୍ରିଜର ଜବତ କରିଥିଲା ସହରାଂଚଳ ଥାନା ପୁଲିସ୍‌। ଏବଂ ଏହି ଘଟଣାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲୁଥିବା ବିଷୟ ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.