Home ଜିଲ୍ଲା ପରିକ୍ରମା ଚରଦିଆ ପଂଚାୟତ ସମସ୍ୟା ଅନେକ, ଗାଦି ହାସଲ କରିବ କିଏ ନେଇ କଳ୍ପନା ଜଳ୍ପନା

ଚରଦିଆ ପଂଚାୟତ ସମସ୍ୟା ଅନେକ, ଗାଦି ହାସଲ କରିବ କିଏ ନେଇ କଳ୍ପନା ଜଳ୍ପନା

32

ଭଦ୍ରକ, ୧୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାଂଶଡା ଥାନ ଅଧିନସ୍ଥ ଚରଦିଆ ପଂଚାୟତକୁ ନେଇ ବହୁ କଳ୍ପନା ଜଳ୍ପନା। କିଏ ଜିତିବ ସେ ନେଇ ଶାସକ ଦଳ ବନାମ କଂଗ୍ରେସ ଦଳ ତରଫରୁ ରିତୀମତ ଲଢାଇ ଜାରୀ ରହିଛି। ଇତି ମଧ୍ୟରେ ଶାସକ ଦଳ ତରଫରୁ କିଛି ବିରୋଧୀ ପଂଚାୟତକୁ ଆସୁଥିବା ଅନୁଦାନ ଏବଂ ପଂଚାୟତରେ ଚାଲିଥିବା ହରିଲୁଟକୁ ଆଖି ଆଗରେ ରଖି ଏହି ପଂଚାୟତରେ ପ୍ରାର୍ଥୀ ହୋଇଗଲେ।ପରେ ଶାସକ ଦଳ ତରଫରୁ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଦଳରୁ ବହିଷ୍କାର କରାଗଲା। ମାତ୍ର ପ୍ରଶ୍ନ ଉଠେ ଦଳରୁ ବିତାଡିତ ହୋଇଥିବା ଅସନ୍ତୁଷ୍ଟ କେଉଁ ଦଳର ଭୋଟ କାଟିବେ ଏବଂ କିଏ ଜିତିବେ। ଚରଦିଆ ପଂଚାୟତ ୩ନଂ ଜିଲ୍ଲା ପରିଷଦ ଜୋନରେ ଅର୍ନ୍ତଭୁକ୍ତ ହୋଇଥିବା ବେଳେ ଏହି ପଂଚାୟତରେ ରାଜସ୍ୱ ଗ୍ରାମ ସଂଖ୍ୟା ୯, ଏଥି ସହ ଏହି ପଂଚାୟତରେ ଥିବା ରାଜସ୍ୱ ଗ୍ରାମ ହରେକୃଷ୍ନ ପୁର, ମୁସଲିମ ବସ୍ତି, ଓଝା ପଡା ସହ ବହୁ ପଡା ଗ୍ରାମକୁ ଆଜି ପର୍ଯ୍ୟନ୍ତ ଗମନା ଗମନର ସୁବିଧା ହୋଇ ପାରି ନାହିଁ।ଏହି ପଂଚାୟତରେ ସମସ୍ୟା ଅନେକ ଯଥା ଏହି ଅଂଚଳ ରେ ପାନୀୟ ଜଳ, ସମସ୍ତ ଜମିକୁ ଜଳସେଚନ, ଜଳ ନିଷ୍କାସନ, ଖାଉଟି କାର୍ଡ, ଲୁଣା ଦାଉରୁ ରକ୍ଷା ପାଇବା ପାଇଁ ଲୁଣା ବନ୍ଧ ନିର୍ମାଣ ଆଦି ବହୁ ସମସ୍ୟା ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ବିଧାୟକ, ସାଂସଦ ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି। ଫଳରେ ଏହି ଅଂଚଳ ଲୁଣାପାରିଆ ଅଂଚଳ ବୋଲି ଖ୍ୟାତ ବୋଲି କ୍ଷୋଭର ସହ କୁହନ୍ତି ପୂର୍ବତନ ସରପଂଚ ତଥା ବର୍ତମାନର ଚାନ୍ଦବାଲି ବ୍ଲକ କଂଗ୍ରେସ ନେତା କିଣୁରାମ ଜେନା। ଏଥି ସହ ଚରଦିଆ ପଂଚାୟତରେ ଥିବା ହୋମିଓପାଥି ସ୍ୱାସ୍ଥ୍ୟ କେନ୍ଦ୍ରର ନିଜସ୍ୱ ଗୃହ ନଥିବା ସାଙ୍ଗକୁ ଚରଦିଆ ପଂଚାୟତରେ ଥିବା ଏକ ମାତ୍ର ହାଇସ୍କୁଲଟି କେବଳ ୩ଜଣ ଶିକ୍ଷକଙ୍କୁ ନେଇ ଚାଲୁଥିବା ବେଳେ ଶିକ୍ଷକ ମରୁଡି। ଏହି ସମସ୍ତ କଥାକୁ ଦୃଷ୍ଟି ଦେଇ ବର୍ତମାନ ନିର୍ବାଚନ ମଇଦାନରେ ଥିବା ବିଜେଡି ସମର୍ଥିତ ସରପଂଚ ପଦବୀ ପାଇଁ ନିରୂପମା ମାଝୀ, ବିଜେପି ପକ୍ଷରୁ ଗୌରୀରାଣୀ ଜେନା, ଏବଂ କଂଗ୍ରେସ ସମର୍ଥିତ ସ୍ୱାଧୀନ ପାର୍ଥୀନୀ ଧରିତ୍ରୀ ମାଝୀ ନିର୍ବାଚନ ମଇଦାନରେ ସେହିପରି ସମିତିସଭ୍ୟ ପାଇଁ ବିଜୁ ଜନତା ଦଳ ତରଫରୁ ବିଶ୍ୱଜିତ ମଣ୍ଡଳ, କଂଗ୍ରେସ ତରଫରୁ ରାଜେନ୍ଦ୍ର ବେହେରା ଏବଂ ବିଜେପି ପକ୍ଷରୁ ସୁର୍ଯ୍ୟମଣୀ ବେହେରା ପ୍ରମୁଖ ଘରକୁ ଘର ବୁଲି ସମସ୍ତ ନିର୍ବାଚନୀ ଇସ୍ତାହାର ପୂରଣ କରିବେ ବୋଲି କହି ଭୋଟ ଭିକ୍ଷା କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.