Home ଜିଲ୍ଲା ପରିକ୍ରମା ଚରଦିଆ ପଂଚାୟତରେ ବାଣିଜ୍ୟ ବିଭାଗ ୨କୋଟି ଟଙ୍କାର କାର୍ଯ୍ୟକୁ ନେଇ ଅଭିଯୋଗ, ଜିଲ୍ଲାପାଳଙ୍କ କ୍ଷେତ୍ରୀୟ ତଦନ୍ତ...

ଚରଦିଆ ପଂଚାୟତରେ ବାଣିଜ୍ୟ ବିଭାଗ ୨କୋଟି ଟଙ୍କାର କାର୍ଯ୍ୟକୁ ନେଇ ଅଭିଯୋଗ, ଜିଲ୍ଲାପାଳଙ୍କ କ୍ଷେତ୍ରୀୟ ତଦନ୍ତ ଦାବୀ

13

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରଦିଆ ପଂଚାୟତରେ ବନ୍ଦର ଏବଂ ବାଣିଜ୍ୟ ବିଭାଗର ବିଭାଗ ତରଫରୁ ହେଉଥିବା ୨କୋଟି ଟଙ୍କାର କାର୍ଯ୍ୟକୁ ନେଇ ପଂଚାୟତବାସୀ ଅଭିଯୋଗ ଆଣିଛନ୍ତି। ଏହି କାର୍ଯ୍ୟର ତଦନ୍ତ କରାଯିବ ବୋଲି ଭଦ୍ରକ ଜିଲ୍ଲାପାଳ ଆଶ୍ୱସନା ଦେବା ପରେ ଅଂଚଳବାସୀଙ୍କୁ ଆଶ୍ୱସ୍ଥି ମିଳିଛି। ପ୍ରାପ୍ତ ଖବରରୁ ଜଣାଯାଇଛି ଚରଦିଆ ପଂଚାୟତ ନିମତଳା ଜେଟି ଠାରୁ ରାଜରାଜେଶ୍ୱର ପଲ୍ଲୀ ପର୍ଯ୍ୟନ୍ତ ଏକ କାର୍ଯ୍ୟ କରାଯାଉଥିବା ବେଳେ ଏହାର ଆକଳନ ମୂଲ୍ୟ ୨କୋଟି । ଏକ ଢଳେଇ ରାସ୍ତା ନିମତଳା ଜେଟୀ ପାଖରୁ ଆରମ୍ଭ ହୋଇ ରାଜରାଜେଶ୍ୱର ପଲ୍ଲୀ ପର୍ଯ୍ୟନ୍ତ ନିର୍ମାଣଧୀନ ଥିବା ବେଳେ ଏହି ରାସ୍ତାକୁ ସର୍ପୋଟ ଦେବା ପାଇଁ ୨ ପାଶ୍ୱର୍ରେ ପାଚେରୀ ମଧ୍ୟ ନିର୍ମାଣ କରାଯାଇଥିଲା। ମାତ୍ର ଏହି ରସ୍ତା ଏବଂ ପାଚେରୀ ନିର୍ମାଣ ଶେଷ ପୂର୍ବରୁ ପାଚେରୀଟି ଗୋଟିଏ ପାଶ୍ୱର୍କୁ ଢଳି ପଡିଥିଲା। ଏହି କାର୍ଯ୍ୟ ନିମ୍ନ ମାନର ବୋଲି ଚରଦିଆ ପଂଚାୟତବାସୀ ଅଭିଯୋଗ ଆଣିଥିଲେ ମଧ୍ୟ ବନ୍ଦର ଏବଂ ବାଣିଜ୍ୟ ବିଭାଗର କନିଷ୍ଠଯନ୍ତ୍ରୀ ଏହି କଥାକୁ କୌଣସି ଗୁରୁତ୍ୱ ଦେଇ ନଥିଲେ। ଫଳରେ ଢଳି ଯାଇଥିବା ପାଚେରୀକୁ ଗୋଟିଏ ପାଶ୍ୱର୍ରୁ ଅନ୍ୟ ପାଶ୍ୱର୍କୁ ଟଣକ ଦେଇ ପୁନଶ୍ଚ ଠିକାଦାର କାର୍ଯ୍ୟ ଆରମ୍ଭ କରିଥିଲେ। ମାତ୍ର ଚରଦିଆ ପଂଚାୟତବାସୀଙ୍କ କଥାକୁ ବିଭାଗୀୟ ଅଧିକାରୀ ଯଥା କନିଷ୍ଠଯନ୍ତ୍ରୀ, ସହକାରୀଯନ୍ତ୍ରୀ ଏବଂ ଅଧୀକ୍ଷଣ ଯନ୍ତ୍ରୀ କୌଣସି ଗୁରୁତ୍ୱ ନ ଦେବାରୁ ଆଜି ଚରଦିଆ ପଂଚାୟତ ସରପଂଚ ନିରୁପମା ମାଝୀ ଏବଂ ପଂଚାୟତବାସୀ ଭଦ୍ରକ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ଚାନ୍ଦବାଲି ବ୍ଲକରେ ଚାଲିଥିବା ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିରରେ ଉପସ୍ଥିତ ରହି ନିକଟରେ ଏହି ରାସ୍ତାର ପୁନଃ ନିର୍ମାଣ ଦାବୀ କରିଥିଲେ। ମାତ୍ର ଏହି ଯୁଗ୍ମ ଜନଶୁଣାଣୀରେ ବନ୍ଦର ଏବଂ ବାଣିଜ୍ୟ ବିଭାଗର କେହି ପଦାଧିକାରୀ ଉପସ୍ଥିତ ନଥିବାରୁ ଭଦ୍ରକ ଜିଲ୍ଲାପାଳ ଏହି ବିଭାଗର ସେକ୍ରେଟାରୀଙ୍କ ସହ କଥା ହେବା ସହ ବିଭାଗର ନିର୍ଦେଶକଙ୍କ ସହ କଥା ହୋଇ ଚାଲିଥିବା କାର୍ଯ୍ୟର କ୍ଷେତ୍ରୀୟ ତଦନ୍ତ କରିବାକୁ କହିଥିଲେ। ଏହି ନିମ୍ନ ମାନର କାର୍ଯ୍ୟର ସୁସମାଧାନ ନ ହେଲେ ଆଗାମୀ ଦିନରେ ଚରଦିଆ ପଂଚାୟତବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସରପଂଚ ନିରୁପମା ମାଝୀ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.