Home ଜିଲ୍ଲା ପରିକ୍ରମା ଚରଦିଆ ପଂଚାୟତରେ ବଳତ୍କାର ପିଡୀତାଙ୍କୁ ଧମକ, ନିଜ ସୁରକ୍ଷା ପାଇଁ ଏସପିଙ୍କ ଅଫିସ ଆଗରେ ଦେବେ...

ଚରଦିଆ ପଂଚାୟତରେ ବଳତ୍କାର ପିଡୀତାଙ୍କୁ ଧମକ, ନିଜ ସୁରକ୍ଷା ପାଇଁ ଏସପିଙ୍କ ଅଫିସ ଆଗରେ ଦେବେ ଧାରଣା

13

ଭଦ୍ରକ, ୨୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବାଂଶଡା ଥାନା ଅଧିନସ୍ଥ ଚରଦିଆ ପଂଚାୟତରେ ଗତ ୨୩ ତାରିଖରେ ଏକ ମହିଳାଙ୍କ ଉପରେ ବଳତ୍କାର ହୋଇଥିବା ନେଇ ବାଂଶଡା ଥାନାରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ କରିବାର ୪୮ ଘଂଟା ସମୟ ଅତିକ୍ରାନ୍ତ ହେବା ପରେ ବାଂଶଡା ପୁଲିସ କେବଳ ନୀରବଦ୍ରଷ୍ଟା ସାଜିଛି। ଆଜି ସଂପୃକ୍ତ ଅଭିଯୋଗ କାରୀଙ୍କ ପକ୍ଷରୁ ସ୍ଥାନୀୟ ଅଧିବାସୀ ଯାଇ ବାଂଶଡା ଥାନାଧିକାରୀଙ୍କୁ ଭେଟିଥିଲେ ମଧ୍ୟ ବାଂଶଡା ଥାନାଧିକାରୀ ଅପେକ୍ଷା କରନ୍ତୁ ତଦନ୍ତ ଚାଲିଛି ବୋଲି କହିଥିଲେ। ଫଳରେ ସଂପୃକ୍ତ ବ୍ୟକ୍ତି ବିଶେଷ ମାନେ କୌଣସି ଉପାୟ ନ ପାଇ ଫେରି ଆସିଥିଲେ। ଅନ୍ୟ ପକ୍ଷରେ ସଂପୃକ୍ତ ମହିଳା ଏବଂ ତାଙ୍କ ସ୍ୱାମୀ ଜଣକ ଆଜି ଭଳି ଦିନରେ ପଦାକୁ ଗୋଡ ବାହାର କରି ପାରୁ ନାହାନ୍ତି ଏହାର ଏକମାତ୍ର କାରଣ ସଂପୃକ୍ତ ବ୍ୟକ୍ତି ବିଶେଷ ପିଡୀତା ମହିଳାଙ୍କ ପରିବାରକୁ ଜୀବନରୁ ମାରି ଦେବାକୁ ଧମକ ଦେଉ ଥିବାରୁ ମହିଳା ଙ୍କ ପରିବାର ନିଜ ଜୀବନକୁ ସୁରକ୍ଷା ମଣୁ ନାହାନ୍ତି। ସଂପୃକ୍ତ ପିଡୀତା ବାଂଶଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ସଂପୃକ୍ତ ଯୁବକ ଯାଇ ପିଡୀତାଙ୍କ ପରିବାର ନାମରେ ବାଂଶଡା ଥାନାରେ ୨ଟି ଲିଖିତ ଅଭିଯୋଗ କରିଛନ୍ତି। ଫଳରେ ସଂପୃକ୍ତ ଯୁବକ ଆଇନ ବିରୁଦ୍ଧରେ ସ୍ୱର ଉତୋଳନ କରିବା , ଆଇନକୁ ହାତକୁ ନେବା ସହ ନିଜକୁ ପୁଲିସ ଗିରଫରୁ ବର୍ତିବାକୁ ଚାହୁଁଛନ୍ତି।ଏହାକୁ ବିରୋଧ କରି ଆଜି ଚରଦିଆ ପଂଚାୟତରୁ ଗାନ୍ଧିନାଥ ମଣ୍ଡଳ, ପଂଚାନନ ପଟନାୟକ, ସୂର୍ଯ୍ୟମଣୀ ବେହେରା, ପରିତୋଷ ଜେନ, ଜଗବନ୍ଧୁ ନାୟକ , ସନ୍ତୋଷ ମହାଳିକ ପ୍ରମୁଖ ଯାଇ ବାଂଶଡା ଥାନାଧିକାରୀଙ୍କୁ ଭେଟିଥିଲେ। ତୁରନ୍ତ ଦୋଷୀ କୁ ଗିରଫ କର ନ ଗଲେ ପିଡୀତାଙ୍କ ପରିବାର ଏବଂ ଚରଦିଆ ପଂଚାୟତ ବାସୀ ଯାଇ ଭଦ୍ରକ ଏସ ପିଙ୍କୁ ଭେଟିବେ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟ ପକ୍ଷରେ ପୁଲିସ ପ୍ରଶାସନ ସଂପୃକ୍ତ ଯୁବକ ପାଖରୁ ୨ଟି ଲିଖିତ ଅଭିଯୋଗ ପାଇବା ପରେ ସଂପୃକ୍ତ ଯୁବକ ଜଣକ ଖୁଲମ ଖୁଲା ବୁଲିବା ସହ ସଂପୃକ୍ତ ପିଡୀତାଙ୍କ ଏବଂ ତାଙ୍କ ପରିବାର କୁ ଧମକ ଦେଇ ଚାଲିଛନ୍ତି ମାତ୍ର ପୁଲିସର ପାରିବା ପଣିଆ ନେଇ ସନ୍ଦେହ ହେବା ସହ ଆଗାମୀ ଦିନରେ ଏ ନେଇ ରାସ୍ତାରୋକ ସହ କେଉଁ ମୁହୁର୍ତରେ କିଛି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ଦିଆ ଯାଇ ନପାରେ ବୋଲି ଚରଦିଆ ପଂଚାୟତରୁ ମତ ପ୍ରକାଶ ପାଇଛି। ଅନ୍ୟ ପକ୍ଷରେ ପୁଲିସ ପ୍ରଶାସନ କେବଳ ତଦନ୍ତ ଚାଲିଛି ବୋଲି କହୁଥିବା ବେଳେ କେବେ ସଂପୃକ୍ତ ଦୋଷୀଙ୍କ ଗିର‘ କରାଯିବ ସେ ନେଇ ପ୍ରଶ୍ନବାଚୀ ହୋଇ ପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.