Home ଜିଲ୍ଲା ପରିକ୍ରମା ଚରଦିଆରେ ମହିଳାଙ୍କୁ ବଳାତ୍କାର ଉଦ୍ୟମ, ବାଂଶଡ଼ା ଥାନାରେ ଅଭିଯୋଗ ସହ ନ୍ୟାୟ ମାଗିଲେ ମହିଳା

ଚରଦିଆରେ ମହିଳାଙ୍କୁ ବଳାତ୍କାର ଉଦ୍ୟମ, ବାଂଶଡ଼ା ଥାନାରେ ଅଭିଯୋଗ ସହ ନ୍ୟାୟ ମାଗିଲେ ମହିଳା

20

ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଘରେ କେହି ନଥିବାର ସୁଯୋଗ ନେଇ କୁକୁଡ଼ା କିଣିବା ବାହାନାରେ ମହିଳାଙ୍କ ଘରକୁ ଯାଇ ତାଙ୍କୁ ଟଣା ଘୋଷରା କରିବା ସହିତ ବଳାତ୍କାର ଉଦ୍ୟମ କରିଥିଲେ କାମୁକ ପୁରୁଷ। ଏଭଳି ଏକ ଅଭିଯୋଗ ବାଂଶଡା ଥାନା ରେ ହୋଇଛି। ପ୍ରାପ୍ତ ଖବର ରୁ ପ୍ରକାଶ ତେବେ ଚଡ଼ଦିଆ ଗ୍ରାମର ରାଜୁ ମହାଳିକ ଙ୍କ ସ୍ତ୍ରୀ ମନି ମହାଳିକ ଘରେ ଏକା ଥିବା ବେଳେ ସେହି ଗ୍ରାମର ହୃଷିକେଶ ମାଝି(ଗୁନିଆ ) କୁକୁଡ଼ା କିଣିବା ବାହାନାରେ ତାଙ୍କ ଘରକୁ ଯାଇଥିଲା। ଉକ୍ତ ମହିଳାଙ୍କ ସ୍ୱାମୀ ବାହାରେ ରହୁଥିବା ବେଳେ ଘରେ ଏକା ରହୁଥିଲେ ମନି । ତେବେ ଯାହାର ସୁଯୋଗ ନେଇ କୁକୁଡ଼ା କିଣିବା ବାହାନାରେ ମନ୍ଦ ଉଦ୍ଦେଶ୍ୟ ରଖି ଘର ଭିତରକୁ ଯାଇ ମହିଳାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ ସମ୍ପୃକ୍ତ ପୁରୁଷ ଜଣଙ୍କ। ତେବେ ମହିଳା ଜଣଙ୍କ ପାଟି କରିବାରୁ ଉକ୍ତ ବ୍ୟକ୍ତି ଜଣଙ୍କ ସେଠାରୁ ଦୌଡ଼ି ପଳାଇଥିଲେ। ତେବେ ଯାହାକୁ ନେଇ ମହିଳା ଜଣଙ୍କ ବାଂଶଡା ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହ ଉକ୍ତ ବ୍ୟକ୍ତି ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ଅନ୍ୟପଟେ ଉକ୍ତ ଘଟଣା ସମ୍ପର୍କରେ କାହାକୁ କିଛି ନଜଣାଇବା ପାଇଁ ଉକ୍ତ ମହିଳା ଏବଂ ତାଙ୍କ ସ୍ୱାମୀକୁ ଧମକ ଦିଆ ଯାଉଥିବା ବେଳେ ଥାନାରେ ଅଭିଯୋଗ କଲେ ଜୀବନରୁ ମାରିଦେବା ପାଇଁ ଧମକ ଦିଆଯାଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.